ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି। ପୋଲିସ ଏହି ଘଟଣାରେ ୨ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଗାଇସୀମା ଗ୍ରାମର ଆଶିଷ ମାଝୀ(୨୩) ଏବଂ ଜିତଟିକ୍ରା ବିଶ୍ଵକର୍ମା ନଗର ବାସିନ୍ଦା ବିଶ୍ବ ଓରଫ ବଳିଷ୍ଠ ସାହୁ(୨୩)। ସେମାନଙ୍କ ପାଖରୁ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଚୋରି ହୋଇଥିବା ଏଲଜି ଫ୍ରିଜ, ଭି-ଗାର୍ଡ ଇନଭର୍ଟର ଏବଂ ଏଚପି ପ୍ରିଣ୍ଟରକୁ ପୋଲିସ୍ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ବୁଧବାର ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି।


