ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଚୋରି

ପୁରୀ,୨୩ା୨: ଦୁର୍ବୃତ୍ତମାନେ ଠାକୁରଙ୍କୁ ବି ଛାଡୁନାହାନ୍ତି। ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଦୁର୍ବୃତ୍ତମାନେ ଅଢ଼େଇ ଫୁଟ ଉଚ୍ଚର ଏକ ବିରଳ ପଥର ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି। ଗୁରୁବାର ରାତିରେ ମନ୍ଦିର ଗ୍ରୀଲ୍‌ ଭାଙ୍ଗି ମୂର୍ତ୍ତି ଚୋରି କରିନେଇଛନ୍ତି। ଶ୍ରୀମନ୍ଦିରଠାରୁ ୧୦୦ ମିଟର ଦୂରରେ ଏହି କପାଳମୋଚନ ମନ୍ଦିର ଥିବା ବେଳେ କେମିତି ଚୋରି ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।