ଅବଧି ଶେଷ ହେଲାଣି, ଜାହାଜ ଯେଉଁଠି ସେଇଠି

ପାରାଦୀପ,୨୬ା୯(ଶରତ ରାଉତ):ପାରାଦୀପ ବନ୍ଦରରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌.ଭି. ଦେବୀ ଜାହାଜ ଏବେ ବି ସମୁଦ୍ରର ଆଙ୍କରେଜ ଏରିଆରେ ରହିଛି। ସମ୍ପୃକ୍ତ ଜାହାଜକୁ ଓଡ଼ିଶା ହାଇକୋର୍ଟ ବିକ୍ରି କରିବାକୁ ଅଗଷ୍ଟ ୨୦ରେ ନିର୍ଦ୍ଦେଶ ଦେଇଥିଲେ। ଏହି ଜାହାଜର ମୂଲ୍ୟାଙ୍କନ କରି ରିପୋର୍ଟ ଦେବାକୁ ସମୟ ଥିଲା ସେପ୍ଟେମ୍ବର ୨୧ତାରିଖ। ଏହା ମଧ୍ୟରେ ଧାର୍ଯ୍ୟ ସମୟ ୪ ଦିନ ଅତିକ୍ରାନ୍ତ କରିସାରିଲାଣି। ଜାହାଜ ବିକ୍ରି ହେବା ପ୍ରସଙ୍ଗ ଏବେ ଅନାଲୋଚିତ ହୋଇ ରହିଛି। ଜାହାଜ ବିକ୍ରି ହେବ କି ନାହିଁ, ସେଥିରେ ସମ୍ପୃକ୍ତ ଘରୋଇ ସଂସ୍ଥା, ଅଟକ ରଖିଥିବା କଷ୍ଟମ୍ସ ବିଭାଗ, ଦେଖାରଖା କରୁଥିବା ମେରାଇନ୍‌ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ମେରାଇନ୍‌ ଥାନାଧିକାରିଣୀ ସୁଜାତା ବେହେରାଙ୍କୁ ଜାହାଜ ବିକ୍ରି ସମ୍ପର୍କରେ ପଚାରିବାରେ ଆମ ପାଖକୁ ସେ ସମ୍ପର୍କରେ କୌଣସି ନୋଟିସ ଆସିନାହିଁ। ଅର୍ଥାତ୍‌ ଜାହାଜ ବିକ୍ରି ହୋଇନାହିଁ। ଏବେ ଜାହାଜ ଯେଉଁଠି ଥିଲା ସେଇଠି ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ ବୋଲି ଜଣାପଡିଛି। ଏହା ମଧ୍ୟରେ ଜାହାଜ ମାଲିକ ପ୍ରାୟ ୪ଟି ଏଜେଣ୍ଟ କମ୍ପାନୀ ପରିବର୍ତ୍ତନ କରିସାରିଲାଣି। ଏବେ କୋଲକାତାର ଗୋଟିଏ ଏଜେଣ୍ଟ ଜାହାଜ ନାବିକଙ୍କ ଦେଖାଶୁଣା ଓ ଖାଦ୍ୟ ସାମଗ୍ରୀ ଯୋଗାଉଛି। ଯେଉଁ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) କମ୍ପାନୀ ଜାହାଜ ଭଡ଼ା ବାବଦରେ ହାଇକୋର୍ଟରେ ଅଭିଯୋଗ କରିଥିଲେ ସେ ମଧ୍ୟ କୌଣସି ସୂଚନା ଦେଉନାହାନ୍ତି। କମ୍ପାନୀ ଏଚ୍‌ଆର୍‌(ମାନବ ସମ୍ବଳ) ବିଭାଗର କର୍ମଚାରୀ ଶାରଦା ନାୟକଙ୍କୁ ପଚାରିବାରେ ସେ ବିଷୟରେ କିଛି କହିବେ ନାହିଁ ବୋଲି କହିଛନ୍ତି। ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ଘଟଣା ପରେ ଜାହାଜ ଅଟକ ରହିଛି। ସେଥିରେ ଥିବା ୨୧ ଜଣ ନାବିକ ନିର୍ବାସନ ଭଳି ଦଣ୍ଡ ଭୋଗୁଛନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୨୩ ନଭେମ୍ବର ୩୦ରେ ଏହି ଏମ୍‌.ଭି. ଦେବୀ ଜାହାଜ (ଆଇଏମ୍‌ଓ ନଂ. ୯୬୧୬୭୩୫) ପିଆଇସିଟି ବର୍ଥରେ ପଣ୍ୟ ବୋଝେଇ କରୁଥିବା ବେଳେ କୋକେନ୍‌ ଥିବା ଜଣାପଡ଼ିଥିଲା। ପରେ କଷ୍ଟମ୍ସ ବିଭାଗ କୋକେନ୍‌ ଜବତ କରିବା ସହ ଜାହାଜ ଓ ନାବିକଙ୍କୁ ଅଟକ ରଖିଛି। ଦୀର୍ଘଦିନ ଧରି ଜାହାଜ ପିଆଇସିଟି ବର୍ଥରେ ରହିବା ଯୋଗୁ ତା’ର ଭଡ଼ା ମିଳି ନ ଥିଲା। ସେଥିପାଇଁ ପିଆଇସିଟି କମ୍ପାନୀ ଓଡ଼ିଶା ହାଇକୋର୍ଟରେ ଅଭିଯୋଗ କରିଥିଲେ। ଏଥିରେ ବର୍ଥ ଭଡ଼ା ୭ କୋଟି ୯୫ ଲକ୍ଷ ୪୭ ହଜାର ୧୩୦ ଟଙ୍କା, ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଓ ଆଇନ ଗତ ଖର୍ଚ୍ଚ ୫୦ ଲକ୍ଷ ଟଙ୍କା ଦେବାକୁ ଆବେଦନ କରିଥିଲେ। କୋର୍ଟରେ ଜାହାଜ ମାଲିକଙ୍କ ପକ୍ଷରୁ କୌଣସି ପକ୍ଷ ଉପସ୍ଥିତ ନ ରହିବାରୁ କୋର୍ଟ ଜାହାଜ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆଡୋନିଆ ଅଫ୍‌ଶୋର କନ୍‌ସଲାଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ଜାହାଜର ମୂଲ୍ୟ ଆକଳନକରି ସେପ୍ଟେମ୍ବର ୨୧ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା। ଏହା କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri