ଟେଣ୍ଡର ଅବଧି ସରିଛି, ପୁଣି ଆଉଟ ସୋର୍ସିଂ ସଂସ୍ଥାକୁ ଅନୁକମ୍ପା

ମାଲକାନଗିରି,୩୧।୮(ସ୍ବ.ପ୍ର.): ମାଲକାନଗିରି ଜିଲାରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ସମସ୍ତ ବ୍ୟବସ୍ଥା କରିଛନ୍ତିି। କେତେକ କ୍ଷେତ୍ରରେ ଆଉଟ ସୋର୍ସିଂ ସଂସ୍ଥାକୁ ନିୟୋଜିତ କରିବାକୁ ଠିକା ଦିଆଯାଇଛି। ମାତ୍ର ଏହି ସଂସ୍ଥାଗୁଡିକ କୌଣସି ବିଭାଗରେ ଠିକରେ କାର୍ଯ୍ୟ କରୁନାହାନ୍ତି। ଫଳରେ ଜିଲା ସଦର ମହକୁମା ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭମି ଦୁର୍ବଳ ହେବା ସହ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଣ୍ଟ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡା. ପ୍ରଫୁଲ କୁମାର ନନ୍ଦଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେ ଅଣଦେଖା କରଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଟେଣ୍ଡର ଅବଧି ସରିଥିଲେ ମଧ୍ୟ ଏବେ ସମ୍ପୃକ୍ତ ଠିକା ସଂସ୍ଥାଗୁଡିକୁ ସିଡିଏମଓ ପୁଣି ନବୀକରଣ କରୁଥିବା ଜଣାପଡିଛି। ୨୦୧୮ ନଭେମ୍ବର ୨୮ରେ ରାଜ୍ୟର ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ସଫେଇ, ଲଣ୍ଡ୍ରି, ରୋଗୀଙ୍କୁ ଖାଇବା, ସୁରକ୍ଷା ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ମାଲକାନଗିରି ଜିଲା ସଦର ମହକୁମା ଡାକ୍ତରଖାନାରେ ଏହି ସେବା ଯୋଗାଇବାକୁ ସୁମିତ ସିକୁରିଟି ଏଜେନ୍ସିକୁ ଚୟନ କରାଯାଇଥିଲା। ଏହି ଏଜେନ୍ସି ଠିକା ପାଇବା ପରେ ନାମକୁମାତ୍ର କାମ କରିଆସିଛି। ଏନେଇ ଡାକ୍ତରଖାନା ସୁପରିଟେଣ୍ଡେନ୍ତ ସମ୍ପୃକ୍ତ ଠିକାସଂସ୍ଥା ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ୧୮ା୭ା୨୨ ଓ ୧୦ା୮ା୨୨ରେ ଚିଠି ଲେଖି ଜଣାଇଥିଲେ। ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନୁରୂପ ଭାବେ ସଫେଇ କାର୍ଯ୍ୟ ପାଇଁ ଦାୟିତ୍ୱ ନେଇଥିବା ଶାଇନ ଲନ୍ଦ୍ରି ସର୍ଭିସ ମଧ୍ୟ ନିଜ ଦାୟିତ୍ୱରେ ଅବହେଳା କରିଆସୁଛି। ମାଲକାନଗିରି ଜିଲା ସଦର ଡାକ୍ତରଖାନା ଉପରେ ମାଲକାନଗିରି ସହ ସୀମାନ୍ତ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗନା ରାଜ୍ୟର ରୋଗୀ ନିର୍ଭର କରିଥାନ୍ତି। ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟସ୍ତରୀୟ କାୟାକଳ୍ପ ପୁରସ୍କାର ପାଇଥିବା ଏହି ଡାକ୍ତରଖାନାର ଭିତ୍ତିଭୂମି ଏବେ ବିଗିଡିବାରେ ଲାଗିଛି। ଏ ସମ୍ପର୍କରେ ସିଡିଏମଓ ନନ୍ଦଙ୍କୁ ପଚାରିବାରୁ ସେ କିଛି ମତାମତ ଦେବାକୁ ମନା କରି ଦେଇଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri