ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ ଅଫିସ,୨୨।୪ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ସୂଚନା ରହିଛି।

ଆସନ୍ତା ମେ’ ୩ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଅଛି। ସେଥିପାଇଁ ସମସ୍ତ ନୀତିକାନ୍ତି ଉପରେ ଆଲୋଚନା ହେବା ସହ ଶ୍ରୀମନ୍ଦିର ବଜେଟ ୨୦୨୨-୨୩ ଅଟକଳ ଉପରେ ଆଲୋଚନା ହେବ। ସେହିପରି ଆବାସ ଯୋଜନା ଉପରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି।