ଏବେ ଖୋଲିବନି ମନ୍ଦିର

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ। ଏ ନେଇ ହାଇକୋର୍ଟରେ ନିଜର ଜବାବ ଦାଖଲ କଲେ ରାଜ୍ୟ ସରକାର। ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଛି। ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି। ଗର୍ଭଗୃହ ଛୋଟ ଯୋଗୁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।