ଆଜିଠୁ ସମଲେଶ୍ବରୀଙ୍କ ମନ୍ଦିର ବନ୍ଦ

ସମ୍ବଲପୁର,୧୧।୧(ବ୍ୟୁରୋ): ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ମଙ୍ଗଳବାରରୁ ବନ୍ଦ ରହିବ। ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମା’ ଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏହି ଦିନ ଗୁଡିକରେ କେବଳ ମନ୍ଦିର ପୂଜକମାନଙ୍କ ଦ୍ବାରା ସମସ୍ତ ନୀତିକାନ୍ତ ସମ୍ପାଦନ କରାଯିବ। ଏ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।