ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଗଠନ ହେଲା ଟିମ୍‌

ଭୁବନେଶ୍ୱର,୮।୩(ବ୍ୟୁରୋ): ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ୯ ଜଣିଆ ଟିମ୍‌ ଗଠନ ହୋଇଥିବା ବେଳେ ଏହାର ନାମ ରହିଛି ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ । ଏହାର ମୁଖ୍ୟ ଭାବେ ପୂର୍ବତନ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ସୋମବାରଠୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଖବରଦାତା ସମ୍ମିଳନୀ କରିବେ।
ଏହି ଟିମ୍‌ ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା କାର୍ଯ୍ୟ କରିବ। ଅଗ୍ନିକାଣ୍ଡର କାରଣ ଖୋଜିବ। ଜୈବ୍ୟ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷୟକ୍ଷତି ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।