ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ ଧାରଣା ଦିଆଯାଉଛି। ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ-କର୍ମଚାରୀଙ୍କ ପେନସନ ଓ ସେବା ସର୍ତ୍ତ ପ୍ରଣୟନ ସହ ସମସ୍ତ ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଜିଆଇଏ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି। ଏହା ସହ ନୂତନ ସ୍ଥାୟୀ ନିଯୁକ୍ତି, ଅବସର ବୟସକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍‌ ପେ’ ବିସଙ୍ଗତି ଦୂର କରିବା ଏବଂ ସମସ୍ତ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲ-କଲେଜକୁ ସରକାରୀକରଣ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ଦାବି କରାଯାଇଛି। ଦାବିଗୁଡ଼ିକ ଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସମନ୍ବୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily