୧୨ବର୍ଷ ହେଲା ରେଗୁଲାର ପେନ୍‌ସନ ପାଇନାହାନ୍ତି ଶିକ୍ଷକ

ଖୋର୍ଦ୍ଧା,୧୬।୭(ପ୍ରଭାତ ପାଣିଗ୍ରାହୀ)ପେନ୍‌ସନ ସମ୍ବନ୍ଧୀୟ ସମସ୍ୟାର ତ୍ୱରିତ ସମାଧାନ ଲାଗି ନିକଟରେ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଖୋର୍ଦ୍ଧା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅବସରପ୍ରାପ୍ତ କର୍ମଚାରୀ ପେନ୍‌ସନ ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡୁଥିବା ବେଳେ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ବିଳମ୍ବ କରାଯାଉଛି ବୋଲି ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛନ୍ତି ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ। ଶନିବାର ସଂଘ ସମ୍ପାଦକ ଦେବରାଜ ପ୍ରଧାନଙ୍କ ନେତୃତ୍ୱରେ ଏକାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଥିଲେ। ଜିଲା ସଭାପତି ଲକ୍ଷ୍ମୀ ନାରାୟଣ ମହାନ୍ତି, ବରିଷ୍ଠ ଶିକ୍ଷକ ନେତା ବଟକୃଷ୍ଣ ପରିଡ଼ା, ରାଜ୍ୟ ସଂଘ ସାଧାରଣ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଉପସଭାପତି ଅକ୍ଷୟ ଦାସ, ପ୍ୟାରୀମୋହନ ଦାସ ପ୍ରମୁଖ ପହଞ୍ଚି ପେନସନ୍‌ ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଅବସରପ୍ରାପ୍ତ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅବଗତ ସତ୍ତ୍ୱେ ବିଇଓଙ୍କ ପକ୍ଷରୁ କୌଣସି ସମାଧାନ କରାଯାଉନାହିଁ। ପ୍ରାୟ ୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପେନ୍‌ସନ୍‌ ସମ୍ବନ୍ଧୀୟ କାଗଜପତ୍ର ତ୍ୱରାନ୍ବିତ କରାଯାଉନାହିଁ। ଫଳରେ ଶିକ୍ଷକମାନେ ପ୍ରାପ୍ୟ ପାଇବାକୁ ବଞ୍ଚିତ ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ଫେବୃୟାରୀରେ ପେନ୍‌ସନ୍‌ ସମ୍ବନ୍ଧୀୟ ସାମୂହିକ ଅଭିଯୋଗ ଉପରେ ସପ୍ତାହକ ମଧ୍ୟରେ ସମସ୍ତ ଯାଞ୍ଚ ସାରିବାକୁ ବିଇଓଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଚାରି ମାସ ହେବ କୌଣସି ପଦକ୍ଷେପ ନେଲେନାହିଁ। ସେବା ପୁସ୍ତିକା ବିଳମ୍ବରେ ପଠାଇଲେ। ସିସିଆର୍‌, ରିଜୋଲୁଶନ କପି ନ ପଠାଇ ଶିକ୍ଷକମାନଙ୍କୁ ହଇରାଣ କରୁଛନ୍ତି। ଶିକ୍ଷକଙ୍କ ସର୍ଭିସ୍‌ ରେଗୁଲାର କରୁନାହାନ୍ତି ା କେତେଜଣ ଶିକ୍ଷକଙ୍କ ମାଧ୍ୟମରେ ଟଙ୍କା ଆଦାୟ କରାଯାଉଛି। କେତେକ ଶିକ୍ଷକ ୧୨ରୁ ୧୪ ହଜାର ଟଙ୍କା ପର୍ଯ୍ୟନ୍ତ ହାତଗୁଞ୍ଜା ଦେଇ ପେନ୍‌ସନ୍‌ ସମ୍ବନ୍ଧୀୟ କାର୍ଯ୍ୟ କରିଛନ୍ତି ା ବିଭିନ୍ନ ସମୟରେ କାର୍ଯ୍ୟାଳୟକୁ ଅଭିଯୋଗ ଏବଂ ସାକ୍ଷାତ୍‌ ପାଇଁ ଆସୁଥିବା ଶିକ୍ଷକମାନଙ୍କୁ ଅଫିସ୍‌ କାମରେ ବ୍ୟସ୍ତ, ମିଟିଂରେ ଅଛି ଆଳ ଦେଖାଇ ସହଯୋଗ କରୁନାହାନ୍ତି ା ପ୍ରତିବାଦ କଲେ ମିିଥ୍ୟା କେସ୍‌ରେ ଫସାଇଦେବାକୁ  ଧମକ ମଧ୍ୟ ଦିଆଯାଉଛି। ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଅଦାଲତର ଆଶ୍ରୟ ନେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟାଉନ ପୋଲିସ ଏହାର ଅନୁସନ୍ଧାନ ଆରମ୍ଭ କରିଛି ବୋଲି ସଂଘର ଏକାଧିକ କର୍ମୀ କହିଛନ୍ତି। ଦୀର୍ଘ ୧୨ରୁ ୧୩ ବର୍ଷ ହେବ ଶିକ୍ଷକମାନେ ରେଗୁଲାର ପେନସନ୍‌ ପାଉନାହାନ୍ତି। ଏ ଦିଗରେ ବିଇଓ ଆବଶ୍ୟକ କାଗଜପତ୍ର ତ୍ୱରାନ୍ବିତ କରୁନହାନ୍ତି। ଖୋର୍ଦ୍ଧା ଜିଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସମ୍ପାଦକ ସୁଧାକର ମହାପାତ୍ର, ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର  ସୁରେଶ ଚନ୍ଦ୍ର ବିଶ୍ୱାଳ, ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ପ୍ରସନ୍ନ ମହାପାତ୍ର, ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର, ଜିଲା ସମ୍ପାଦକ ଅଗାଧୁ ସେଠୀ, ବରିଷ୍ଠ ଶିକ୍ଷକ ନେତା ଅଭିରାମ ବେହେରା, ଶିକ୍ଷକ ମହାସଂଘର ବୈକୁଣ୍ଠ ମହାରଣା, ମାର୍କସ୍‌ବାଦୀ କମ୍ୟୁନିଷ୍ଟ ପାର୍ଟି ଓ ଖୋର୍ଦ୍ଧା ଜିଲା ମଜଦୁର ସଂଘର କିଶୋର ପରମଗୁରୁ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚତ୍ ସଂଘର ଦାବିକୁ ସମର୍ଥନ ଜଣାଇଥିଲେ। ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପେନସନ୍‌ ସମସ୍ୟାକୁ ବିଭାଗୀୟ ଅଧିକାରୀ ତୁରନ୍ତ ସମାଧାନ କରିବାକୁ ବକ୍ତବ୍ୟ ରଖିଥିଲେ ା ଅପରାହ୍ନରେ ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ମଣ୍ଡଳ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ଆସନ୍ତା ୨୫ ତାରିଖ ମଧ୍ୟରେ ପେନ୍‌ସନ୍‌ ପାଉ ନ ଥିବା ୧୪ ଜଣ ଶିକ୍ଷକଙ୍କ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଧାରଣା ସ୍ଥଗିତ ରଖାଗଲା ବୋଲି ଶିକ୍ଷୟିତ୍ରୀ ପ୍ରିୟମ୍ବଦା ପ୍ରଧାନ, ବିଜୟିନୀ ତ୍ରିପାଠୀ, ରୋଜାଲିନ୍‌ ଦାସ, ପଦ୍ମଚରଣ ମହାପାତ୍ର, ଭକ୍ତବଲ୍ଲଭ ଜେନା, ଗୌରଚରଣ ତ୍ରିପାଠୀ, ବିନୟ କୁମାର ତ୍ରିପାଠୀ, ସତ୍ୟବାନ୍‌ ଶ୍ରୀଚନ୍ଦନ ପ୍ରମୁଖ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri