ଚନ୍ଦ୍ରୟାନ-୩ର ଲକ୍ଷ୍ୟ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ମାସ ୧୪ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ ଘାଟିରୁ ‘ଏଲ୍‌ଭିଏମ୍‌୩ଏମ୍‌୪’ ରକେଟ ସାହାଯ୍ୟରେ ଚନ୍ଦ୍ର ଅଭିମୁଖେ ‘ଚନ୍ଦ୍ରୟାନ-୩’ ଅଭିଯାନକୁ ଉତ୍‌କ୍ଷେପଣ କରିଛି। ଏଥିରେ ଗୋଟିଏ ନୋଦନ (ପ୍ରପଲସନ୍‌) ମଡ୍ୟୁଲ, ଗୋଟିଏ ଲ୍ୟାଣ୍ଡର ଓ ଗୋଟିଏ ରୋଭର ଯାନ ରହିଛି। ନୋଦନ ଚନ୍ଦ୍ର କକ୍ଷରେ ରହି ଏହାକୁ ପରିକ୍ରମଣ କରିବ। ଲ୍ୟାଣ୍ଡର ଓ ରୋଭର ମୂଳ ଚନ୍ଦ୍ରଯାନରୁ ଅଲଗା ହୋଇ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ ଏବଂ ଏହି ଅବତରଣ ସଫ୍ଟ ଲ୍ୟାଣ୍ଡିଙ୍ଗ ହେବ। ଅର୍ଥାତ୍‌ ଏହି ଅବତରଣ ସମୟରେ ଏହାର ବେଗ ଯଥେଷ୍ଟ ହ୍ରାସ ପାଇଥିବ ଏବଂ ଏହା ଚନ୍ଦ୍ର ପୃଷ୍ଠରେ ଏହି ବେଗରେ ପଡ଼ିଲେ କିଛି କ୍ଷତି ହେବ ନାହିଁ। ଅବତରଣ ପରେ ରୋଭର ଚନ୍ଦ୍ର ପୃଷ୍ଠରେ ୧୪ ଦିନ ଘୂରି ଏହାର ମୃତ୍ତିକାର ରାସାୟନିକ ବିଶ୍ଳେଷଣ କରିବ। ସଫ୍ଟ ଲ୍ୟାଣ୍ଡିଙ୍ଗ ହୋଇପାରିଲେ ଏହା ହାସଲ କରିବାରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଚାଇନା ପରେ ଭାରତ ଚତୁର୍ଥ ରାଷ୍ଟ୍ର ହେବ।
ଭାରତ ୨୦୦୮ ଅକ୍ଟୋବର ମାସରେ ଚନ୍ଦ୍ରୟାନ-୧ ଅଭିଯାନ ପଠାଇଥିଲା ଏବଂ ଏହା ୨୦୦୯ ଅଗଷ୍ଟ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା। ଏହି ଅଭିଯାନରେ ଗୋଟିଏ ଅର୍ବିଟର ଓ ଗୋଟିଏ ସଂଘାତକ (ଇମ୍ପାକ୍ଟର) ଥିଲା। ସଂଘାତକ ମୂଳଯାନରୁ ଅଲଗା ହୋଇ ନିୟନ୍ତ୍ରିତ ଉପାୟରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପଡ଼ିଥିଲା। ଏହି ସ୍ଥାନର ନାମ ‘ଜବାହାର ବିନ୍ଦୁ’ ରଖାଯାଇଛି। ଏହି ଅଭିଯାନରେ ଚନ୍ଦ୍ରୟାନ-୧ରେ ଥିବା ଯନ୍ତ୍ରପାତି ସାହାଯ୍ୟରେ ଚନ୍ଦ୍ର ପୃଷ୍ଠରେ ଜଳ ଥିବାର ପ୍ରଥମ ପ୍ରମାଣ ମିିଳିଥିଲା।
ଭାରତର ଚନ୍ଦ୍ରୟାନ-୨ ଅଭିଯାନ ୨୦୧୯ ଜୁଲାଇ ୨୨ରେ ଉତ୍‌କ୍ଷେପଣ ହୋଇଥିଲା। ଏଥିରେ ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଓ ଗୋଟିଏ ରୋଭର ଥିଲା। ସେହି ବର୍ଷ ସେପ୍ଟେମ୍ବର ୬ରେ ଲ୍ୟାଣ୍ଡର ଓ ରୋଭର ମୂଳ ଯାନରୁ ପୃଥକ ହୋଇ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ବେଳେ ସଫ୍ଟ ଲ୍ୟାଣ୍ଡିଙ୍ଗ ହୋଇ ନ ପାରି ହାର୍ଡ ଲ୍ୟାଣ୍ଡିଙ୍ଗ ହେଲା। ଫଳରେ ଦୁଇ ସପ୍ତାହ କାର୍ଯ୍ୟ କରିବା ପାଇଁ ଡିଜାଇନ୍‌ ହୋଇଥିବା ରୋଭର ଅଚଳ ହୋଇଗଲା। କିନ୍ତୁ ଏହି ଅଭିଯାନର ଅର୍ବିଟର ଚନ୍ଦ୍ର କକ୍ଷରେ ରହି ଏ ପର୍ଯ୍ୟନ୍ତ କାର୍ଯ୍ୟ କରୁଛି। ଏହି ଅଭିଯାନ ୯୦ ପ୍ରତିଶତ ସଫଳ ହୋଇଥିଲା।
ଚନ୍ଦ୍ରୟାନ-୨ ଭଳି ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ମଧ୍ୟ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବା ପାଇଁ ଡିଜାଇନ୍‌ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ ସ୍ଥାନଟି ହେଉଛି ୭୦ ଡିଗ୍ରୀ ଅକ୍ଷାଂଶ। ସୂଚନାଯୋଗ୍ୟ ଯେ ପୂର୍ବରୁ ଚନ୍ଦ୍ରରେ ଅବତରଣ କରିଥିବା ସମସ୍ତ ଯାନ ଏହାର ବିଷୁବମଣ୍ଡଳୀୟ ଅଞ୍ଚଳରେ ଅବତରଣ କରିଛନ୍ତି। ବିଷୁବରେଖାର ଅଳ୍ପ କେତେ ଡିଗ୍ରୀ ଉତ୍ତର କିମ୍ବା ଦକ୍ଷିଣ ଅକ୍ଷାଂଶରେ ଏଗୁଡ଼ିକ ନିରାପଦରେ ଅବତରଣ କରିଛନ୍ତି। ବିଷୁବରେଖାଠାରୁ ସବୁଠାରୁ ଅଧିକ ଦୂରରେ ଅବତରଣ କରିଥିବା ଯାନ ହେଉଛି ‘ନାସା’ର ସର୍ଭେୟର-୭। ଏହା ୧୯୬୮ ଜାନୁୟାରୀ ୧୦ରେ ୪୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିଥିଲା।
ଚାଇନାର ଚାଙ୍ଗେ-୪ ଯାନ ଆମକୁ ଦେଖାଯାଉ ନ ଥିବା ଚନ୍ଦ୍ର ପାର୍ଶ୍ୱରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାରେ ପ୍ରଥମ ଯାନ ଥିଲା। ଏହା ୨୦୧୯ ଜାନୁୟାରୀ ୩ ତାରିଖରେ ଚନ୍ଦ୍ରର ୪୫ ଡିଗ୍ରୀ ଅକ୍ଷାଂଶରେ ଅବତରଣ କରିଥିଲା।
ଭାରତ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଯାନକୁ ଅବତରଣ କରାଇବ। ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶ ଏହି ଅଞ୍ଚଳକୁ ଲକ୍ଷ୍ୟ କରିନାହାନ୍ତି। କାରଣ ଚନ୍ଦ୍ରର ବିଷୁବରେଖା ନିକଟରେ ଅବତରଣ କରିବା ହେଉଛି ଅଧିକ ସହଜ ଏବଂ ନିରାପଦ। ଏଠାରେ ତାପମାତ୍ରା ଓ ପୃଷ୍ଠଭାଗ ହେଉଛି କାର୍ଯ୍ୟ କରିବା ପାଇଁ ସୁବିଧାଜନକ ଏବଂ ଯାନର ଯନ୍ତ୍ରପାତି ଏହି ଅଞ୍ଚଳରେ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ। ଏହି ଅଞ୍ଚଳର ପୃଷ୍ଠ ହେଉଛି ମସୃଣ ଓ ସମତଳ, ତୀକ୍ଷ୍‌ଣ ଢାଲୁ ପ୍ରାୟ ନାହିଁ ଏବଂ ଏଠାରେ ବହୁତ କମ୍‌ ପାହାଡ଼ କିମ୍ବା ଗର୍ତ୍ତ ଅଛି। ପୃ୍‌ଥିବୀକୁ ମୁହଁ କରିଥିବା ପାର୍ଶ୍ୱରେ ପ୍ରଚୁର ସୂର୍ଯ୍ୟକିରଣ ପଡ଼ିଥାଏ, ଯାହା ସୌରଚାଳିତ ଯନ୍ତ୍ରପାତିଗୁଡ଼ିକୁ ନିରନ୍ତର ଶକ୍ତି ଯୋଗାଇବ।
ଅନ୍ୟପକ୍ଷରେ ଚନ୍ଦ୍ରର ମେରୁ ଅଞ୍ଚଳ ହେଉଛି ପୂରାପୂରି ଅଲଗା ଏବଂ ପୃଷ୍ଠଭାଗ ଅସମତଳ। ମେରୁ ଅଞ୍ଚଳର ନିକଟବର୍ତ୍ତୀ ଅନେକ ସ୍ଥାନ ସମ୍ପୂର୍ଣ୍ଣ ଅନ୍ଧକାରରେ ଥାଏ ଏବଂ ଏହି ସ୍ଥାନରେ କେବେ ସୂର୍ଯ୍ୟାଲୋକ ପଡ଼ି ନ ଥାଏ। ଏଠାରେ ତାପମାତ୍ରା ବିଯୁକ୍ତ(-) ୨୩୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ତୁଳନାତ୍ମକ ଭାବେ ପୃଥିବୀରେ ସର୍ବନିମ୍ନ ତାପମାତ୍ରା ପୂର୍ବ ଆଣ୍ଟାର୍କଟିକା ଉପତ୍ୟକାର ଶୀର୍ଷ ଭାଗରେ ବିଯୁକ୍ତ ୯୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଯାଇଥାଏ। ସୂର୍ଯ୍ୟାଲୋକର ଅଭାବ ଏବଂ ଅତି କମ୍‌ ତାପମାତ୍ରାରେ ଚନ୍ଦ୍ରର ମେରୁ ଅଞ୍ଚଳରେ ଯନ୍ତ୍ରପାତିଗୁଡ଼ିକ କାର୍ଯ୍ୟ କରିବା ବହୁତ କଷ୍ଟକର ହୋଇଥାଏ। ପୁନଶ୍ଚ ଏହି ଅଞ୍ଚଳରେ ଅଳ୍ପ କେତେ ସେଣ୍ଟିମିଟରରୁ ଅନେକ ହଜାର କିଲୋମିଟର ଆକାରରେ ଅନେକ ଗଭୀର ଗର୍ତ୍ତ ଅଛି।
ତାହାହେଲେ ଭାରତ କାହିଁକି ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡରକୁ ଅବତରଣ କରାଉଛି? ଏହାର ପରିବେଶ ଓ ଏଠାରେ ଅବତରଣ କରି କାର୍ଯ୍ୟ କରିବାର ଅସୁବିଧା ଯୋଗୁ ଚନ୍ଦ୍ରର ମେରୁ ଅଞ୍ଚଳ ବିଷୟରେ ଆମକୁ ବିଶେଷ ଭାବେ ଜଣାନାହିଁ। କିନ୍ତୁ କେତେକ କକ୍ଷ ଭ୍ରମଣକାରୀ ଅଭିଯାନରୁ ପ୍ରମାଣ ମିଳିଛି ଯେ ଏହି ଅଞ୍ଚଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁକ୍କାୟିତ ଅଛି। କେତେକ ଗଭୀର ଗର୍ତ୍ତରେ ଯଥେଷ୍ଟ ପରିମାଣର ବରଫ ଅଣୁ ଥିବାର ସୂଚନା ମିଳିଛି। ୨୦୦୮ ମସିହାରେ ଚନ୍ଦ୍ରୟାନ-୧ରେ ଥିବା ଦୁଇଟି ଯନ୍ତ୍ର ଚନ୍ଦ୍ର ପୃଷ୍ଠରେ ଜଳର ସୂଚନା ଦେଇଥିଲା।
ପୁନଶ୍ଚ ମେରୁ ଅଞ୍ଚଳର ଅତ୍ୟଧିକ ଥଣ୍ଡା ଯୋଗୁ ଏଠାରେ ବହୁ ପୂର୍ବରୁ ରହିଯାଇଥିବା ଅନେକ ବସ୍ତୁ ଘନୀଭୂତ ଅବସ୍ଥାରେ ଅଛି ଏବଂ ଏହାର ବିଶେଷ ପରିବର୍ତ୍ତନ ହୋଇନାହିଁ। ଚନ୍ଦ୍ରର ଉତ୍ତର ଓ ଦକ୍ଷିଣ ମେରୁରେ ଥିବା ପଥର ଓ ମୃତ୍ତିକା ସୌରଜଗତର ଗଠନ ସମ୍ବନ୍ଧରେ ସୂଚନା ଦେଇପାରେ। (କ୍ରମଶଃ..)

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri