ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏହିଭଳି ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି ହୋଇଥିବା ଭଞ୍ଜନଗର ବେଲେଶ୍ୱର ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି। ସେଠି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଥିବା ବେଳେ ରାତିରେ ସତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ ହୋଇଛି। ବିଡେକା ଦ୍ବାରା ପରିଚାଳିତ ବେଲେଶ୍ୱର ପୀଠରେ ଭକ୍ତଙ୍କ ପାଇଁ ପ୍ରସାଦ ମଧ୍ୟ ବ୍ୟବସ୍ଥା ହୋଇଛି। ଭିଡ଼କୁ ଦେଖି ସତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ହୋଇଛି। ଏଥିସହ ଢ଼ୁଢୁଆ, ତିଲିସିଙ୍ଗି, ଭେଜିପୁଟ, ଜିଲୁଣ୍ଡି, ଲାଲସିଂ, ଛେଦାଭୂମି, ବଡ଼କୋଦଣ୍ଡା, ବରଗାଁ, ଗୋଲାପଡ଼ା, ଗାଲେରୀ ପ୍ରମୁଖ ଶୈବ ପୀଠରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି। ପୋଲିସ ପକ୍ଷରୁ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

