ବାରବାଟୀରେ ଖେଳାଯିବ ଟି-ଟ୍ବେଣ୍ଟି!

କଟକ ଅଫିସ,୪।୨: ଆସନ୍ତା ଜୁନ୍‌ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବାରବାଟୀରେ ମ୍ୟାଚ କରାଇବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହୋଇଛି । ଓଡ଼ିଶା କ୍ରିକେଟ ଆସୋସିଏଶନର ଅନୁରୋଧକୁ ରକ୍ଷା କରି ବିସିସିଆଇ ସହମତି ଜଣାଇଥିବା ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି। ଫେବୃୟାରୀ ୧୫ରେ ହେବାକୁ ଥିବା ଟି-ଟ୍ବେଣ୍ଟି ମ୍ୟାଚ୍‌ ବାତିଲ ହୋଇଛି।