Categories: ଜାତୀୟ

ଅତିଫ, ଅଶ୍ରଫ ହତ୍ୟା ଘଟଣାର ତଦନ୍ତ ପାଇଁ କମିଟି ଗଠନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୪:ଗ୍ୟାଙ୍ଗଷ୍ଟର ଅତିଫ ଏବଂ ଅଶ୍ରଫଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ ଯାଞ୍ଚ କମିଟି ଗଠନ ପାଇଁ ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ସହମତି ହୋଇଛନ୍ତି। ଏପ୍ରିଲ ୨୮ରେ ଏହି ସବୁ ମାମଲା ଶୁଣାଣି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଯାଚିକା ଆଇନଜୀବୀ ବିଶାଲ ତିୱାରୀ ଦାଖଲ କରିଥିଲେ। ସେ ଆହୁରି ମଧ୍ୟ ୨୦୧୭ପର ଠାରୁ ୟୁପିରେ ହୋଇଥିବା ୧୮୩ଟି ଏନକାଉଣ୍ଟରର ଯାଞ୍ଚ ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି। ତିୱାରୀ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଏବଂ ପିଏସ ନରସିଂହାଙ୍କ ବେଞ୍ଚରେ ଏହି ମାମଲାର ତ୍ୱରିତ ଶୁଣାଣି କରିବାକୁ ଦାବି କରିଛନ୍ତି।

ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁର ମଧ୍ୟ ସୁପ୍ରିମକୋର୍ଟରେ ଏକ ପିଟିସନି ଦାଖଲ କରି ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଅତିଫ ଏବଂ ଅଶ୍ରଫଙ୍କ ହତ୍ୟାକାଣ୍ଡ ସିବିଆଇ ତଦନ୍ତ ପରିସରଭୁକ୍ତ ହେଉ ବୋଲି ଦାବି କରିଛନ୍ତି। ଅମିତାଭ ଠାକୁର ଏହି ଆବେଦନରେ କହିଛନ୍ତି ଯେ, ଯଦିଓ ଅତିଫ ଏବଂ ତାଙ୍କ ଭାଇ ଅଶ୍ରଫ ଅପରାଧୀ ଥିଲେ କିନ୍ତୁ ସେମାନଙ୍କୁ କିପରି ହତ୍ୟା କରାଯାଇଥିଲା ତାର ତଦନ୍ତ ହେବା ନିହାତି ଆବଶ୍ୟକ।

Share