ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ

ପୁରୀ ଅଫିସ,୮।୫: ସୁପ୍ରିମକୋର୍ଟ ସୋମବାର ଶ୍ରୀମନ୍ଦିରର ରତ୍ନଭଣ୍ଡାର ମାମଲାର ଅନ୍ତ ଘଟାଇଛନ୍ତି। ସୂଚନା ଅନୁଯାୟୀ, ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲା ନମ୍ବର ରହିଥିଲା ୬୪୯/୨୦୧୮। ତେବେ ଶ୍ରୀମନ୍ଦିର କିମିଟି ପକ୍ଷରୁ ସତ୍ୟପାଠ ଦାଖଲ ପରେ ଦୀର୍ଘ ୮ ବର୍ଷରେ ୨୬ଟି ଶୁଣାଣି ପରେ ମାମଲାର ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ମାମଲାର ଅନ୍ତ ଘଟାଇଥିଲେ ବି କିଛି ନିର୍ଦ୍ଦେଶ ଅମାନ୍ୟ ଦେଖିଲେ ହାଇକୋର୍ଟରେ ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ ନିର୍ଦ୍ଦେଶ ଅନୁପାଳନ ହେଉଛି କି ନାହିଁ ହାଇକୋର୍ଟ ମନିଟର କରିବେ।