Posted inଜାତୀୟ

ସୁପ୍ରିମକୋର୍ଟ ‘ତାରିଖ ପେ ତାରିଖ’ କୋର୍ଟ ନୁହେଁ

ନୂଆଦିଲ୍ଲୀ,୪ା୧୧: ସୁପ୍ରିମକୋର୍ଟରେ ବିଚାରାଧୀନ ସଦ୍ୟ ପ୍ରସଙ୍ଗଗୁଡ଼ିକର ଶୁଣାଣି ପାଇଁ ଆଉ ଅଧିକ ସମୟ ନ ମାଗିବାକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶୁକ୍ରବାର ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି। ହିନ୍ଦୀ ଫିଲ୍ମ ‘ଦାମିନୀ’ରେ ଅଭିନେତା ସନ୍ନି ଦେଓଲଙ୍କ ଡାଇଲଗ୍‌କୁ ମନେପକାଇ ସିଜେଆଇ କହିଛନ୍ତି, ସୁପ୍ରିମକୋର୍ଟକୁ ‘ତାରିଖ ପେ ତାରିଖ’ କୋର୍ଟ କରିବାକୁ ସେ ଚାହୁଁନାହାନ୍ତି।
ସର୍ବୋଚ୍ଚ ଅଦାଲତରେ ଶୁଣାଣି ଆରମ୍ଭ ହେବା ପରେ ସିଜେଆଇ ଚନ୍ଦ୍ରଚୂଡ଼ ଗତ ୨ ମାସ ମଧ୍ୟରେ ଆଇନଜୀବୀମାନେ ମାଗିଥିବା ତାରିଖକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେବଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଆଇନଜୀବୀମାନେ ନୂଆ ମାମଲାଗୁଡ଼ିକରେ ୩,୬୮୮ ଥର ଆଡ୍‌ଜର୍ନମେଣ୍ଟ ସ୍ଲିପ୍‌ ଦାଖଲ କରି ଅଧିକ ସମୟ ମାଗିଥିଲେ। ଅତି ଜରୁରୀ ନ ପଡ଼ିଲେ ଦୟାକରି ଆଡ୍‌ଜର୍ନମେଣ୍ଟ ସ୍ଲିପ୍‌ ଦାଖଲ କରନ୍ତୁ ନାହିଁ। ଏହି କୋର୍ଟକୁ ମୁଁ ‘ତାରିଖ ପେ ତାରିଖ’ କୋର୍ଟରେ ପରିଣତ କରିବାକୁ ଚାହୁଁନାହିଁ ବୋଲି ଜଷ୍ଟିସ୍‌ ଜେ.ବି. ପରଡିଓ୍ବାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ସିଜେଆଇ ପ୍ରକାଶ କରିଥିଲେ। ସିଜେଆଇ ଆହୁରି କହିଥିଲେ, ବର୍ତ୍ତମାନ ଓକିଲ ସଂଘଗୁଡ଼ିକର ସହଯୋଗକ୍ରମେ ନୂଆ ମାମଲାଗୁଡ଼ିକୁ ତାଲିକାଭୁକ୍ତ କରିବା ନେଇ ସମୟ ବ୍ୟବଧାନ ହ୍ରାସ ପାଇଛି। କିନ୍ତୁ ସେଗୁଡ଼ିକ ଖଣ୍ଡପୀଠଙ୍କ ନିକଟରେ ଶୁଣାଣି ପାଇଁ ଲିଷ୍ଟିଂ ହେବା ପରେ ଓକିଲମାନେ ଆଡଜର୍ନମେଣ୍ଟ କଲ୍ଚର ଆପଣାଉଛନ୍ତି। ଏହା ବାହ୍ୟ ଦୁନିଆକୁ ଅତି ଖରାପ ସନ୍ଦେଶ ଦେଉଛି। ନଭେମ୍ବର ୩ ପାଇଁ ଆମେ ୧୭୮ ଆଡଜର୍ନମେଣ୍ଟ ସ୍ଲିପ୍‌ ପାଇଛୁ। ଅକ୍ଟୋବାର ଆରମ୍ଭରୁ ପ୍ରତିଦିନ ଏଭଳି ୧୫୦ ସ୍ଲିପ୍‌ ମିଳିଛି। ମାମଲାର ଶୁଣାଣିକୁ ତ୍ୱରାନ୍ବିତ କରିବାରେ ଏହା ବଡ଼ ବାଧକ ବୋଲି ସିଜେଆଇ କହିଛନ୍ତି।
ପ୍ରକାଶ ଯେ, ୧୯୯୩ରେ ମୁକ୍ତିଲାଭ କରିଥିବା ‘ଦାମିନୀ’
ସୁପ୍ରିମକୋର୍ଟ ‘ତାରିଖ ପେ …
ଫିଲ୍ମରେ ସନ୍ନି ଦେଓଲ ଜଣେ ଓକିଲ ଭୂମିକାରେ ନଜରକୁ ଆସିଥିଲେ। ସେ ନିଜ ମହକିଲ (ଜଣେ ବଳାତ୍କାର ପୀଡ଼ିତା)ଙ୍କ ପାଇଁ ମାମଲା ଲଢ଼ୁଥିବାବେଳେ ଅଭିଯୁକ୍ତଙ୍କ ଓକିଲ ଭୂମିକାରେ ଥିବା ଅମରୀଶ ପୁରୀ ଅଦାଲତଙ୍କୁ ଅଧିକ ସମୟ ମାଗିଥିଲେ। ଏହାକୁ ନେଇ ସନ୍ନି ଦେଓଲ ବିରକ୍ତି ଭାବ ପ୍ରକାଶ କରି ଏହି ‘ତାରିଖ ପେ ତାରିଖ’ ଡାଇଲଗ୍‌ ମାରିଥିଲେ, ଯାହାକି ଅଦ୍ୟାବଧି ସିନେପ୍ରେମୀଙ୍କ ମଧ୍ୟରେ ଲୋକପ୍ରିୟ ହୋଇ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri