ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୟାଗଡ଼ ଅଫିସ୍‌,୨୪।୮: ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ। ଏହି ମର୍ମରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀଙ୍କ ମା’ ସୌଦାମିନୀ ସାହୁ। ଏଥିପାଇଁ ସେ ପ୍ରଥମେ ରିଟ୍‌ ପିଟିଶନ ଦାଖଲ କରିଥିଲେ। ହେଲେ ସମ୍ବିଧାନର ଧାରା ୩୨ ଅନୁଯାୟୀ ହୋଇଥିବା ଉକ୍ତ ରିଟ୍‌ ଆବେଦନ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟ ସ୍ପେଶାଲ ଲିଭ୍‌ ପିଟିଶନ (ଏସ୍‌ଏଲ୍‌ପି) ଦାଖଲ କରିବାକୁ କହିଥିଲେ। ତଦନୁଯାୟୀ ଗତ ମଙ୍ଗଳବାର ପରୀଙ୍କ ବାପା ଅଶୋକ ସାହୁ ଏସ୍‌ଏଲ୍‌ପି ଦାଖଲ କରିଥିଲେ। ତାହାକୁ ସୌଦାମିନୀଙ୍କ ଆବେଦନ ସହ ଯୋଡ଼ାଯାଇଥିଲା। ସୁପ୍ରିମ୍‌କୋର୍ଟ ସୋମବାର ମାମଲାର ଶୁଶାଣି କରି ପରୀଙ୍କ ମା’ବାପାଙ୍କୁ ହାଇକୋର୍ଟରେ ସାନି ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ସମସ୍ତ ଦିଗକୁ ନିରପେକ୍ଷ ଓ ତ୍ୱରିତ ଭାବେ ବିଚାର କରିବାକୁ ହାଇକୋର୍ଟଙ୍କୁ ସୁପ୍ରିମ୍‌କୋର୍ଟ କହିଛନ୍ତି।
ନୟାଗଡ଼ ଜିଲା ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁକନ୍ୟା ପରୀ ଅପହରଣ, ବଳାତ୍କାର ଓ ହତ୍ୟା ଘଟଣାକୁ ଗତ ଜୁଲାଇ ୧୪ ରେ ବର୍ଷେ ପୂରିଛି। ହେଲେ ପରୀଙ୍କ ମା’ବାପାଙ୍କୁ ନ୍ୟାୟ ମିଳିପାରିନାହିଁ। ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ପରୀଙ୍କ ମା’ବାପା କହିଛନ୍ତି, ପ୍ରକୃତ ହତ୍ୟାକାରୀକୁ ଧରିବା ନିମନ୍ତେ ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲୁ। ଏସ୍‌ଆଇଟି ତଦନ୍ତରେ ଆମେ ସନ୍ତୁଷ୍ଟ ନୋହୁଁ। ଏଥିରେ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବାରୁ ରାଜ୍ୟ ସରକାର ସିବିଆଇ ତଦନ୍ତ କରିବାକୁ ଆଗ୍ରହୀ ନୁହନ୍ତି। ସରକାର ନାମୀଦାମୀ ଓକିଲଙ୍କୁ ନିୟୋଜିତ କରି ଆମ ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଲଢ଼ିଥିଲେ। ଆଶା ଥିଲା ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ମିଳିବ। ହେଲେ ହାଇକୋର୍ଟରେ ସାନି ଆବେଦନ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ପୂର୍ବରୁ ଆମେ ହାଇକୋର୍ଟ ଯାଇଥିଲୁ। ଏବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ସାନି ଆବେଦନ କରିବୁ। ଝିଅ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଆମର ନ୍ୟାୟିିକ ଲଢ଼େଇ ଜାରି ରହିବ ବୋଲି ପରୀଙ୍କ ମା’ବାପା କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ କରି କହିଛନ୍ତି, ପରୀଙ୍କ ବାପା ପ୍ରଥମେ ସିିବିଆଇ ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ତାହାକୁ ଖାରଜ କରିଥିଲେ। ତଳ କୋର୍ଟରେ ଦ୍ୱାରସ୍ଥ ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଏହି କଥାକୁ ପରୀଙ୍କ ବାପା ସୁପ୍ରମିକୋର୍ଟକୁ ନେଇଥିଲେ। ସୁପ୍ରିମ୍‌କୋର୍ଟ କହିଛନ୍ତି, ପରୀ କେସ୍‌କୁ ମାଜିଷ୍ଟ୍ରେଟ କୋର୍ଟ ନୁହେଁ, ହାଇକୋର୍ଟ ଶୁଣାଣି କରନ୍ତୁ। ସୁପ୍ରିମ୍‌କୋର୍ଟରେ ଚାଲିଥିବା ଶୁଣାଣିକୁ ରାଜ୍ୟ ସରକାର ବାରମ୍ବାର ତାରିଖ ମାଗି ୬/୭ମାସ ଗଡ଼େଇଦେଲେ। ଦରମାପ୍ରାପ୍ତ ଆଟର୍ନି ଜେନେରାଲ ଥିବାବେଳେ ରାଜ୍ୟ ସରକାର କାହିଁକି ବିପୁଳ ଟଙ୍କା ଖର୍ଚ୍ଚ କରି ଦାମୀ ଓକିଲ ନିଯୁକ୍ତି କଲେ ତାହା ବୁଝାପଡ଼ୁନାହିଁ। ଏଣୁ ରାଜ୍ୟ ସରକାର ଆଉ ତାରିଖ ନ ଗଡ଼ାଇ ପରୀ ମାମଲା କିପରି ଶୀଘ୍ର ଶୁଣାଣି ହେବ ସେନେଇ ପଦକ୍ଷେପ ନିଅନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

କପିଳେନ୍ଦ୍ର ଦାସଙ୍କୁ ଭାରତ ରତ୍ନ ଗୌରବ ସମ୍ମାନ: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ନୂଆପଡ଼ା,୮ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଭେଳା ଗାଁର ଶିକ୍ଷାବିତ୍‌ ତଥା ଖଡିଆଳ ରାଜା ଏଟି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. କପିଳେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri