ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୟାଗଡ଼ ଅଫିସ୍‌,୨୪।୮: ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ। ଏହି ମର୍ମରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀଙ୍କ ମା’ ସୌଦାମିନୀ ସାହୁ। ଏଥିପାଇଁ ସେ ପ୍ରଥମେ ରିଟ୍‌ ପିଟିଶନ ଦାଖଲ କରିଥିଲେ। ହେଲେ ସମ୍ବିଧାନର ଧାରା ୩୨ ଅନୁଯାୟୀ ହୋଇଥିବା ଉକ୍ତ ରିଟ୍‌ ଆବେଦନ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟ ସ୍ପେଶାଲ ଲିଭ୍‌ ପିଟିଶନ (ଏସ୍‌ଏଲ୍‌ପି) ଦାଖଲ କରିବାକୁ କହିଥିଲେ। ତଦନୁଯାୟୀ ଗତ ମଙ୍ଗଳବାର ପରୀଙ୍କ ବାପା ଅଶୋକ ସାହୁ ଏସ୍‌ଏଲ୍‌ପି ଦାଖଲ କରିଥିଲେ। ତାହାକୁ ସୌଦାମିନୀଙ୍କ ଆବେଦନ ସହ ଯୋଡ଼ାଯାଇଥିଲା। ସୁପ୍ରିମ୍‌କୋର୍ଟ ସୋମବାର ମାମଲାର ଶୁଶାଣି କରି ପରୀଙ୍କ ମା’ବାପାଙ୍କୁ ହାଇକୋର୍ଟରେ ସାନି ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ସମସ୍ତ ଦିଗକୁ ନିରପେକ୍ଷ ଓ ତ୍ୱରିତ ଭାବେ ବିଚାର କରିବାକୁ ହାଇକୋର୍ଟଙ୍କୁ ସୁପ୍ରିମ୍‌କୋର୍ଟ କହିଛନ୍ତି।
ନୟାଗଡ଼ ଜିଲା ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁକନ୍ୟା ପରୀ ଅପହରଣ, ବଳାତ୍କାର ଓ ହତ୍ୟା ଘଟଣାକୁ ଗତ ଜୁଲାଇ ୧୪ ରେ ବର୍ଷେ ପୂରିଛି। ହେଲେ ପରୀଙ୍କ ମା’ବାପାଙ୍କୁ ନ୍ୟାୟ ମିଳିପାରିନାହିଁ। ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ପରୀଙ୍କ ମା’ବାପା କହିଛନ୍ତି, ପ୍ରକୃତ ହତ୍ୟାକାରୀକୁ ଧରିବା ନିମନ୍ତେ ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲୁ। ଏସ୍‌ଆଇଟି ତଦନ୍ତରେ ଆମେ ସନ୍ତୁଷ୍ଟ ନୋହୁଁ। ଏଥିରେ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବାରୁ ରାଜ୍ୟ ସରକାର ସିବିଆଇ ତଦନ୍ତ କରିବାକୁ ଆଗ୍ରହୀ ନୁହନ୍ତି। ସରକାର ନାମୀଦାମୀ ଓକିଲଙ୍କୁ ନିୟୋଜିତ କରି ଆମ ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଲଢ଼ିଥିଲେ। ଆଶା ଥିଲା ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ମିଳିବ। ହେଲେ ହାଇକୋର୍ଟରେ ସାନି ଆବେଦନ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ପୂର୍ବରୁ ଆମେ ହାଇକୋର୍ଟ ଯାଇଥିଲୁ। ଏବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ସାନି ଆବେଦନ କରିବୁ। ଝିଅ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଆମର ନ୍ୟାୟିିକ ଲଢ଼େଇ ଜାରି ରହିବ ବୋଲି ପରୀଙ୍କ ମା’ବାପା କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ କରି କହିଛନ୍ତି, ପରୀଙ୍କ ବାପା ପ୍ରଥମେ ସିିବିଆଇ ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ତାହାକୁ ଖାରଜ କରିଥିଲେ। ତଳ କୋର୍ଟରେ ଦ୍ୱାରସ୍ଥ ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଏହି କଥାକୁ ପରୀଙ୍କ ବାପା ସୁପ୍ରମିକୋର୍ଟକୁ ନେଇଥିଲେ। ସୁପ୍ରିମ୍‌କୋର୍ଟ କହିଛନ୍ତି, ପରୀ କେସ୍‌କୁ ମାଜିଷ୍ଟ୍ରେଟ କୋର୍ଟ ନୁହେଁ, ହାଇକୋର୍ଟ ଶୁଣାଣି କରନ୍ତୁ। ସୁପ୍ରିମ୍‌କୋର୍ଟରେ ଚାଲିଥିବା ଶୁଣାଣିକୁ ରାଜ୍ୟ ସରକାର ବାରମ୍ବାର ତାରିଖ ମାଗି ୬/୭ମାସ ଗଡ଼େଇଦେଲେ। ଦରମାପ୍ରାପ୍ତ ଆଟର୍ନି ଜେନେରାଲ ଥିବାବେଳେ ରାଜ୍ୟ ସରକାର କାହିଁକି ବିପୁଳ ଟଙ୍କା ଖର୍ଚ୍ଚ କରି ଦାମୀ ଓକିଲ ନିଯୁକ୍ତି କଲେ ତାହା ବୁଝାପଡ଼ୁନାହିଁ। ଏଣୁ ରାଜ୍ୟ ସରକାର ଆଉ ତାରିଖ ନ ଗଡ଼ାଇ ପରୀ ମାମଲା କିପରି ଶୀଘ୍ର ଶୁଣାଣି ହେବ ସେନେଇ ପଦକ୍ଷେପ ନିଅନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri