ନିଜଠାରୁ ଦୁଇ ବର୍ଷ ବଡ଼ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଏହି ସୁପରଷ୍ଟାର, ଜଣାପଡ଼ିବା ପରେ..

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କ ଆଜି ହାପି ବର୍ଥ ଡେ। ୧୯୮୩ ଜୁଲାଇ ୨୮ରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ଧନୁଷ ବାପା କସ୍ତୁରୀ ରାଜା ଥିଲେ ଜଣେ ନିର୍ଦ୍ଦେଶକ। ଧନୁଷ ତାଙ୍କ ନିର୍ଦ୍ଦୋନାରେ ନିର୍ମିତ ଫିଲ୍ମ ‘ଥୁଲ୍ଲୁବାଧୋ ଇଲାମାଇ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୦୩ରେ ଆସିଥିବା ଚଳଚ୍ଚିତ୍ର ‘ତରୁଦା ତୁରୁଦୀ‘ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏହା ତାଙ୍କୁ ଭିନ୍ନ ପରିଚୟ ମଧ୍ୟ ଦେଇଥିଲା।

ଧନୁଷ ଯେ କେବଳ ଦକ୍ଷିଣ ଭାରତୀୟ ସିନେମା ତାହା ନୁହେଁ ହିନ୍ଦି ସିନେ ଜଗତରେ ସେ କୁନ୍ଦନ ନାମରେ ବେଶ୍‌ ଜଣାଶୁଣା। ଏହା ପଛରେ କାରଣ ମଧ୍ୟ ରହିଛି। ଧନୁଷ ସୋନମ୍‌ କପୁରଙ୍କ ସହ ଫିଲ୍ମ ‘ରାଞ୍ଝଣା’ରେ ନଜର ଆସିଥିଲେ। ଯିଏ ନିଜ ପ୍ରେମକୁ ପାଇବା ପାଇଁ ନିଜକୁ ବାରମ୍ବାର କଷ୍ଟ ଦେବାକୁ ପଛାଉନଥିଲେ।ଏବେ ଗୋଟିଏ ଫିଲ୍ମ ପିଛା ୭ରୁ ୧୦ କୋଟି ଚାର୍ଜ କରନ୍ତୁ ଧନୁଷ। ୨୦୧୧ରେ ଫଇଲ୍ମ ‘ଆଦୁକଲମ’ ପାଇଁ ରାଷ୍ଟ୍ରୀୟ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି।

ଅଭିନେତା ଭାବେ ଜଣାଶୁଣା ଧନୁଷ ଜଣେ ଶେଫ୍‌(ରୋଷେଇଆ) ହେବାକୁ ଚାହୁଁଥିଲେ। ହେଲେ ବାପା ଏବଂ ଭାଇ ଅନେକ ବୁଝାଇବା ପରେ ସେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାଛଡ଼ା ଧନୁଷଙ୍କ ପ୍ରେମ ଜୀବନ ମଧ୍ୟ ସିନେମାଠାରୁ କମ୍‌ ନୁହେଁ। ସେ ୨୦୦୪ରେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ହାତ ଧରିଥିଲେ। ଏକ ଶୋ’ରେ ଉଭୟ ଉଭୟଙ୍କୁ ଭେଟିଥିଲେ। ସେତେବେଳେ ଧନୁଷଙ୍କ ଭଉଣୀ ଐଶ୍ୱର୍ଯ୍ୟାଙ୍କ ବନ୍ଧୁ ଥିଲେ। ଉଭୟ ଉଭୟଙ୍କୁ ପସନ୍ଦ କରିବା ନେଇ ମିଡିଆରେ ଚର୍ଚ୍ଚା ହୋଇଥିଲା। ଶେଷରେ ପରିବାରଲୋକେ ଉଭୟଙ୍କ ବିବାହ କରାଇଦେଇଥିଲେ। ଧନୁଷ ବିବାହ କରିବା ସମୟରେ ମାତ୍ର ୨୧ ବର୍ଷର ଥିଲେ। ହେଲେ ଐଶ୍ୱର୍ଯ୍ୟା ୨୩ ବର୍ଷର। ଏବେ ଉଭୟଙ୍କ ବିବାହକୁ ୧୫ ବର୍ଷ ବିତିସାରିଛି। ଏବେ କ୍ୟାରିୟରର ଉଚ୍ଚ ସୋପାନରେ ମଧ୍ୟ ସେ ପହଞ୍ଚିସାରିଲେଣି। ରଜନୀକାନ୍ତଙ୍କ ଭଳି ସେ ମଧ୍ୟ ଆଭିଜାତ୍ୟର ଜୀବନ ବଞ୍ଚୁଥିବା କୁହାଯାଏ, ଯାହାକୁ ସେ ନିଜ ପରିଶ୍ରମରେ ଛିଡ଼ା କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟୁଚୁଆଲ୍‌ ଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ: ଏବେ ୪୦ କ୍ୟାଟେଗୋରିରେ ହେବ ନିବେଶ, ‘ଇକ୍ୱୁଟି ଫଣ୍ଡ’ ଟଙ୍କାରେ…

ନୂଆଦିଲ୍ଲୀ,୨୬।୨: ଭାରତୀୟ ପୁଞ୍ଜି ବଜାର ନିୟନ୍ତ୍ରକ ସେବି (SEBI) ମ୍ୟୁଚୁଆଲ ଫଣ୍ଡ ହାଉସ୍‌ଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ସ୍ବାଧୀନତା ପ୍ରଦାନ କରିଛନ୍ତି। ନିବେଶକଙ୍କ ବିପଦ (Risk) କମାଇବା…

ଏଚ୍‌ପିଭି ଟିକାକରଣର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୬ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖ ଦେଶବ୍ୟାପୀ ହ୍ୟୁମ୍ୟାନ୍‌ ପାଭିଲୋମାଭାଇରସ୍‌ (ଏଚ୍‌ପିଭି) ଟିକାକରଣ ଅଭିଯାନ ରାଜସ୍ଥାନର ଆଜମେରରୁ ଶୁଭାରମ୍ଭ କରିବେ। ୧୪ ବର୍ଷ ବୟସର…

ପ୍ରଥମ ଥର ପାଇଁ ଏଭଳି କାରନାମା  କଲେ ଅଭିଷେକ ଶର୍ମା, ହତବାକ୍‌ ହୋଇଗଲା ଜିମ୍ବାଓ୍ବେ! 

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଷେକ ଶର୍ମା ଶେଷରେ ଜିମ୍ବାୱେ ବିପକ୍ଷରେ ନିଜର ରୌଦ୍ର ରୂପ ଦେଖାଇଛନ୍ତି। ସିକନ୍ଦର ରଜାଙ୍କ…

ଅଭିନେତ୍ରୀ ନିକିତା ହତ୍ୟା ମାମଲା: ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ

କଟକ,୨୬।୨(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌…

ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭଙ୍କ ପରଲୋକ

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁ ବାସିନ୍ଦା ଜାନକୀ ବଲ୍ଲଭ ବିଷୋୟୀଙ୍କ ୫୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ଦିଗପହଣ୍ଡି…

T20 World Cup 2026: ଅଭିଷେକ-ସାମସନ ଭାଙ୍ଗିଲେ ଓପନିଂ ରେକର୍ଡ, ଜିମ୍ବାଓ୍ବେ ବିପକ୍ଷରେ…

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଟିମ ଇଣ୍ଡିଆର ଓପନିଂ ଯୋଡ଼ି ଶେଷରେ ନିଜର ପୁରୁଣା ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି। ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଅଭିଷେକ ଶର୍ମା…

କାହିଁକି ଖେଳାଳିଙ୍କ ସୁରକ୍ଷା ମାଗିଲେ ଶ୍ରୀଲଙ୍କା ଅଧିନାୟକ, ଜାଣନ୍ତୁ…

କଲମ୍ବୋ,୨୬ା୨: ଟି୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି କେବଳ ଖେଳାଳିଙ୍କ ଫିଟ୍‌ନେସ ଓ ଫର୍ମ ଦାୟୀ ନୁହେଁ, ବରଂ ଦଳ ବାହାରେ ସୃଷ୍ଟି ହୋଇଥିବା…

କଳିଯୁଗର ପୁଅ…ବାପାଙ୍କ ଉପରେ କାଠ-କପଡା ପକାଇ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ,୨୬।୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ କୋଟିପତି ପିତାଙ୍କ ହତ୍ୟା ମାମଲା ସମାଧାନ ନହେଉଣୁ ଇଟାୱା ଜିଲାର ଜସୱନ୍ତନଗର ଅଞ୍ଚଳର ନିଲୋଇ ଗାଁରେ ଜଣେ ଏକମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri