ଖାଲି ପଡ଼ିଛି ସୁପର ସ୍ପେଶିଆଲିଟି ପିଜି ସିଟ୍‌

କଟକ ଅଫିସ,୧୬।୯:ମେଡିକାଲ ପାଠ୍ୟକ୍ରମର ସର୍ବୋଚ୍ଚ ଡିଗ୍ରୀ ଏମ୍‌.ସିଏଚ୍‌(ମାଷ୍ଟର ଅଫ୍‌ ଚିରାଜି) ଏବଂ ଡିଏମ୍‌(ଡକ୍ଟର ଅଫ୍‌ ମେଡିସିନ) ପଢିବା ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କ ଆଗ୍ରହ କମିବାରେ ଲାଗିଛି। ଫଳରେ ଏବେ ରାଜ୍ୟରେ ବିଭିନ୍ନ ମେଡିକାଲ କଲେଜର ସୁପର୍‌ ସ୍ପେଶିଆଲିଟି ବିଭାଗରେ ଏସବୁ ପିଜି ସିଟ୍‌ ଖାଲିପଡିଛି। ଯାହା ଆଗାମୀ ଦିନରେ କିଛି ନିର୍ଦ୍ଦିଷ୍ଟ ବିଭାଗ ପାଇଁ ଡାକ୍ତର ଅଭାବ ଉତ୍କଟ ସମସ୍ୟା ଭାବେ ଉଭା ହୋଇପାରେ।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲ ହୃଦ୍‌ ଶଲ୍ୟ ବକ୍ଷ ବିଭାଗରେ ପ୍ରଥମ ୩ଟି ବ୍ୟାଚ୍‌ ପରେ ଗତ ୩ ବର୍ଷ ହେଲା ଜଣେ ବି ହେଲେ ଛାତ୍ରୀଛାତ୍ର ଏମ୍‌.ସିଏଚ୍‌ରେ ଆଡମିଶନ କରୁନାହାନ୍ତି। ସେହିପରି ଶିଶୁ ଭବନର ଶିଶୁ ଶଲ୍ୟ ବିଭାଗରେ ଏମ୍‌.ସିଏଚ୍‌ ପାଇଁ ଦୁଇଟି ସିଟ୍‌ରୁ ଦୁଇବର୍ଷ ହେଲା ଗୋଟିଏ ସିଟ୍‌ ଖାଲି ପଡିଥିଲା। ଚଳିତବର୍ଷ ଏଠାରେ ପିଜି ସିଟ୍‌ ସଂଖ୍ୟା ୬କୁ ବୃଦ୍ଧି ପାଇବା ପରେ ଏବେ ଦୁଇଟି ସିଟ୍‌ ଖାଲି ପଡିଛି। ସେହିପରି ଏସ୍‌ସିବି ମେଡିକାଲର ହୃଦ୍‌ ଶଲ୍ୟ ବକ୍ଷ ବିଭାଗରେ ଶତ ପ୍ରତିଶତ ସିଟ୍‌ ଖାଲି ପଡୁଥିବାବେଳେ ଶିଶୁ ଭବନରେ ଏହା ୩୪ ପ୍ରତିଶତ ଅଟେ।
ଏନ୍‌ଇଇଟି ଦ୍ୱାରା ପରିଚାଳିତ ନାମଲେଖା ନିମନ୍ତେ ଗତବର୍ଷ କଟ୍‌ ଅଫ୍‌ ମାର୍କ ୫୦ ପର୍ସେଣ୍ଟାଇଲ୍‌ ଧାର୍ଯ୍ୟ କରାଯାଇଥିଲା। ଫଳରେ ଗତବର୍ଷ ବିଭିନ୍ନ ବିଭାଗରେ ଅନେକ ସିଟ୍‌ ଖାଲି ପଡିଥିଲା। ତେଣୁ ଏହାକୁ ଏମ୍‌ସିଆଇ(ମେଡିକାଲ୍‌ କାଉନ୍‌ସିଲ ଅଫ ଇଣ୍ଡିଆ) ଗୁରୁତର ଭାବେ ବିଚାରକୁ ନେବା ସହ ଏହାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ୨୦୨୦-୨୧ ଶିକ୍ଷା ବର୍ଷ ନିମନ୍ତେ କଟ୍‌ ଅଫ୍‌ ପର୍ସେଣ୍ଟାଇଲକୁ କିଛି ମାତ୍ରାରେ କମାଇବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଡିଏମ୍‌ଇଟି ଡା. ସିବିକେ ମହାନ୍ତି କହିଛନ୍ତି, ଏବେ ଏହା ଏକ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନର ଛାତ୍ରୀଛାତ୍ର ପାଠପଢା ପରେ ତୁରନ୍ତ ରୋଜଗାର କରିବାର ଲକ୍ଷ୍ୟ ରଖୁଛନ୍ତି। ଯାହା ସି.ଟି.ଭି.ଏସ୍‌(କାର୍ଡିଓଥୋରାସିକ ଆଣ୍ଡ ଭାସ୍‌କୁଲାର ସର୍ଜରି) ବା ହୃଦ୍‌ ଶଲ୍ୟ ବକ୍ଷ ପରିକା ବିଭାଗ କ୍ଷେତ୍ରରେ ସମ୍ଭବ ନୁହେଁ। କାରଣ ଏପରି ବିଭାଗ ପାଇଁ ଅନେକ ଅନୁଭୂତିର ଆବଶ୍ୟକ ରହିଛି। କିଛିବର୍ଷ କାମ କରିବା ପରେ ସଫଳତା ଆଧାରରେ ଲୋକ ଗ୍ରହଣ କରିଥାନ୍ତି। ତେଣୁ ଏହା ସମୟ ସାପେକ୍ଷ। ଯେଉଁ ବିଭାଗରେ କାମ କରିବାର ସୁଯୋଗ ଅଧିକ ଥାଏ ସେପରି ବିଭାଗଗୁଡିକର ସିଟ୍‌ ତୁରନ୍ତ ପୁରଣ ହୋଇଯାଉଛି। ବାକି କିଛି ବିଭାଗ ଖାଲି ପଡୁଛି। ତେଣୁ ନିଶ୍ଚିତ ଭାବେ ଏହା ଚିନ୍ତାର କାରଣ। କିନ୍ତୁ ଜାତୀୟ ହାରରେ ଓଡ଼ିଶାରେ ଏହି ସମସ୍ୟା ସେତେଟା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ…

କ୍ରିକେଟ୍‌ କୋଚଙ୍କୁ ହତ୍ୟା: ଖେଳାଳିଙ୍କ ସହ ଯୋଇଥିଲା ଯୁକ୍ତିତର୍କ, ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୪।୮: ଶ୍ରୀଲଙ୍କାରେ ଜଣେ କ୍ରିକେଟ କୋଚଙ୍କୁ ହତ୍ୟା କରାଯାଇଛି। କଲମ୍ବୋ କ୍ରିକେଟ କ୍ଲବର ପ୍ରଶିକ୍ଷକ ସୁମିଥ ଫର୍ଣ୍ଣାଣ୍ଡୋ ତାଙ୍କ ନିଜ ଖେଳାଳିଙ୍କ ସହ ଝଗଡ଼ା କରିଥିଲେ ଏବଂ…

ଆପଣ ନ କରିପାରିଲେ ଆମେ କରିବୁ…. କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୪।୮: ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ…

ଲାବ୍‌ରେ ତିଆରି ହେଉଛି ‘ମିନି-ବ୍ରେନ୍‌’: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୪ା୮:ଶରୀରର ଛୋଟ ଚର୍ମ କୋଷିକାରୁ ମାନବ ମସ୍ତିଷ୍କର ଜୀବନ୍ତ ଟିସୁ ପ୍ରସ୍ତୁତ କରିବା ଆଉ କେବଳ କଳ୍ପନା କିମ୍ବା ବିଜ୍ଞାନ କାହାଣୀରେ ସୀମିତ ହୋଇରହିନାହିଁ। ଆମେରିକା…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

ଜେମ୍ସ ୱେବ୍‌ ଟେଲିସ୍କୋପ୍‌ରେ ଧରାପଡ଼ିଲା ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’

ଓ୍ବାଶିଂଟନ,୧୪।୮: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ। ନାସାର ପ୍ରସିଦ୍ଧ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପର ଚିତ୍ରକୁ ଅନୁଧ୍ୟାନ କରି ଗବେଷକମାନେ ସମ୍ପୂର୍ଣ୍ଣ…

ଇଥାନଲରୁ ଖରାପ ହେବା ସୁନିଶ୍ଚିତ: ଗାଡ଼ି ନିର୍ମାତା

ନୂଆଦିଲ୍ଲୀ,୧୪।୮(ରଏଟର୍ସ):ବିଗତ ଏକ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ ଦେଶର ୨୧ ରାଜ୍ୟର ପେଟ୍ରୋଲ ପମ୍ପରୁ ୨୫୦ରୁ ଅଧିକ ଇ୨୦ ପେଟ୍ରୋଲ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri