ବଢ଼ୁଛି ୨ ନଦୀବନ୍ଧ ବିସ୍ଥାପିତଙ୍କ ଦୁଃଖ

ନୟାଗଡ଼ ଅଫିସ,୨୮।୪: ନୟାଗଡ଼ ଜିଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାନୀୟ ଆଦିବାସୀଙ୍କୁ ଲୋଭ ଦେଖାଇ ଭୋଗ ଦଖଲ ଜମିରେ କାଜୁ କର୍ପୋରେଶନ କାଜୁ ଗଛ ଲଗାଇଲେ। କାଜୁ ଗଛକୁ ଆଦିବାସୀଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରାଗଲା । ହେଲେ ଫଳ ଧରିବା ପରେ ସେଗୁଡିକୁ ନିଲାମ କରିବା କାରଣରୁ ନିଲାମଧାରୀ ଓ ଆଦିବାସୀଙ୍କ ମଧ୍ୟରେ ବିବାଦ ତେଜିଛି। ଏହି ବିବାଦକୁ ନେଇ ବୁଢ଼ାବୁଢ଼ିଆଣୀ ଡ୍ୟାମ୍‌ ଓ ବାଘୁଆ ନଦୀବନ୍ଧର ବିସ୍ଥାପିତ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିଛି । ଏଣୁ ୩୮ ଖଣ୍ଡ ଗାଁର ଆଦିବାସୀ ମିଳିତ ହୋଇ କାଜୁ ପଦରରେ ସେମାନଙ୍କ ପାରମ୍ପରିକ ଅଧିକାର ଫେରି ପାଇବା ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଏନେଇ ଶାଳିଆଝରି ଗାଁର ଭଗବାନ ପ୍ରଧାନ କୁହନ୍ତି, ଶାଳିଆଝରି ଓ ପୋକରାଆମ୍ବା ଗାଁର ଆଦିବାସୀ ବୁଢ଼ାବୁଢ଼ିଆଣୀ ଡ୍ୟାମ୍‌ ପରିସରରେ ରହୁଥିଲେ । ଡ୍ୟାମ୍‌ ନିର୍ମାଣ ହେବା ସମୟରେ ଆମ୍ଭମାନଙ୍କୁ ବିସ୍ଥାପିତ କରାଗଲା । ଆମେ ଆମ ଘର ପାଖରେ ଥିବା ସରକାରୀ ଜମିରେ ବିରି, ମୁଗ ପରି ଅନେକ ଫସଲ କରି ଗୁଜୁରାଣ ମେଣ୍ଟାଉଥିଲୁ । ୧୯୯୦-୯୧ରେ ଆମ ଗାଁକୁ କାଜୁ କର୍ପୋରେଶନ କର୍ମଚାରୀ ଆସି ଗ୍ରାମବାସୀଙ୍କୁ ବୁଝାଶୁଝା କରି ଗାଁ ପଦାରେ କାଜୁ ଗଛ ଲଗାଇବାକୁ କହିଲେ। କାଜୁ ଗଛରେ ଫଳ ଆସିଲେ ତାକୁ ବିକି ଚଳିବାକୁ କହିବା ପରେ ଗାଁ ଲୋକେ ରାଜି ହେଲେ । ଗାଁର ଆଦିବାସୀମାନେ କାଜୁ କର୍ପୋରେଶନ ସହଯୋଗରେ କାଜୁ ଗଛ ଲଗାଇ ଛୋଟରୁ ବଡ କଲେ। ଗଛରେ ଫଳ ଆସିଲା । ଆଦିବାସୀଙ୍କ ଜୀବନଜୀବିକାରେ ପରିର୍ତ୍ତନ ଆସିଲା । ତେବେ ଚଳିତ ବର୍ଷ ଆମ ହେପାଜତରେ ଥିବା କାଜୁ ଜଙ୍ଗଲକୁ କାଜୁ କର୍ପୋରେଶନ ଆମକୁ ନ ଜଣାଇ ନିଲାମ କରିଛନ୍ତି । ଗଞ୍ଜାମର ଜଣେ ବ୍ୟକ୍ତି ଏହି ନିଲାମ ନେଇଛନ୍ତି । ଓଡ଼ଗାଁର କେତେଜଣ ବ୍ୟକ୍ତି ଆସି କାଜୁ ଜଙ୍ଗଲକୁ ନେଇ ଗଣ୍ଡଗୋଳ ମାରପିଟ୍‌ କରୁଛନ୍ତି । ଏଣୁ ଆମେ କାଜୁ ପଦରରେ ପାରମ୍ପରିକ ଅଧିକାର ପାଇଁ ଲଢ଼େଇ ଆରମ୍ଭ କରିଛୁ। ମରିବୁ ପଛେ କାଜୁ ଜଙ୍ଗଲକୁ ଅନ୍ୟ କାହାରିକୁ ଦେବୁ ନାହିଁ । ହଳଦାପଲ୍ଲର ଜଗବନ୍ଧୁ ଜାନୀ କୁହନ୍ତି, ବାଘୁଆଡ୍ୟାମ୍‌ ହେବା ସମୟରେ ହଳଦାପଲ୍ଲୀ, ବରପଲ୍ଲୀ ଓ ଜୟମଙ୍ଗଳପ୍ରସାଦ ଗାଁର ଆଦିବାସୀଙ୍କୁ ବିସ୍ଥାପନ କରାଯାଇଥିଲା । ବିସ୍ଥାପିତ ଲୋକମାନେ ଯେଉଁ ଅଞ୍ଚଳରେ ରହିଲେ ତାର ଆଖପାଖ ଅଞ୍ଚଳରେ ସରକାରୀ ଜମିରେ ଫସଲ କରି ଜୀବିକା ନିର୍ବାହ କରୁଥିଲେ । କାଜୁ କର୍ପୋରେଶନ ପକ୍ଷରୁ ପ୍ରାୟ ୩୦ ଏକର ଜମିରେ କାଜୁ ଗଛ ଲଗାଇଯାଇ ସ୍ଥାନୀୟ ଆଦିବାସୀଙ୍କୁ ସୁରକ୍ଷା ଭାର ଦିଆଯାଇଥିଲା । ହଳଦାପଲ୍ଲୀ, ବରପଲ୍ଲୀ ଓ ଜୟମଙ୍ଗଳପ୍ରସାଦ ଗାଁର ଆଦିବାସୀ ଉପକୃତ ହେଲେ । ତେବେ ଆମେ ଭୋଗ କରୁଥିବା କାଜୁ ଜଙ୍ଗଲକୁ ନିଲାମ କରିଦେବା ପରେ ଆମର ଜୀବନଜୀବିକା ଉପରେ ପ୍ରଭାବ ପଡିଛି । ଆମେ ଏକତ୍ରିିତ ହୋଇ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଛୁ । ଶାଳିଆଝରି ଲୋକଙ୍କ ସହ ମିଶି ଆମେ ଆନ୍ଦୋଳନକୁ ଓହ୍ଲାଇଛୁ। ଖତିଆର ଶଶୀଭୂଷଣ ମାନସିଂ କୁହନ୍ତି, ରଣପୁର ବ୍ଳକର ସୁରୁକାବାଡି ପଞ୍ଚାୟତର କୋଦଳାପଲ୍ଲୀ ଓ ସିନ୍ଦୁରିଆରେ କାଜୁ ଜଙ୍ଗଲ ନିଲାମ ପରେ ବିବାଦ ବଢ଼ିଥିଲା। ଆଦିବାସୀମାନେ ଜଙ୍ଗଲ ଅଧିକାରୀ ନିୟମ ଅନୁସାରେ ଆନ୍ଦୋଳନ କରି ନିଲାମ ପ୍ରତ୍ୟାହାର କରି ନିଜେ ଭୋଗ ଦଖଲ କରୁଛନ୍ତି । ସେହିପରି ଖତିଆ ପଞ୍ଚାୟତର ଜଗନ୍ନାଥପ୍ରସାଦ (ଗୋଡିସାହି)ରେ କାଜୁ କର୍ପୋରେଶନ ନିଲାମ ଦେଇ ଅନୁରୂପ ବିବାଦ କରିଥିଲେ । ସ୍ଥାନୀୟ ଲୋକ ଆନ୍ଦୋଳନ କରି କାଜୁ ଜଙ୍ଗଲ ଉପଭୋଗ କରୁଛନ୍ତି । ଏଣୁ ଶାଲିଆଝରି ଆଦିବାସୀଙ୍କ ସହ ଆମେ ମିଶି ଆନ୍ଦୋଳନରେ ସାମିଲ ହୋଇଛୁ । ଆମ ଅଧିକାର ଆମେ ପାଇ କାଜୁ ଜଙ୍ଗଲ ଆମେ ଅଧିକାର କରିବୁ ବୋଲି କହିଛନ୍ତି । ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଓ କୃଷକ ନେତା ପବିତ୍ର ଇନ୍ଦ୍ରଜିତ୍‌ କୁହନ୍ତି, ଶାଳିଆଝରିରେ ୨୩ ଏକର ୪୦ ଡେସିମିଲ କାଜୁ ଜଙ୍ଗଲ ଅଛି । ଏହାକୁ ଶାଳିଆଝରି ଆଦିବାସୀ ଭୋଗ ଦଖଲ କରି ଆସୁଥିଲେ । ଏହାକୁ ନିଲାମ ଦେବା ପରେ ଅଶାନ୍ତି ବଢ଼ିଛି । ୩୮ଟି ପଲ୍ଲୀର ଲୋକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପରେ ବାଘୁଆପଲ୍ଲୀ କାଜୁ ଜଙ୍ଗଲ ନିଲାମ ଉପରେ ପ୍ରତିବାଦ କରାଯିବ । ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହନ୍ତି, ଶାଳିଆଝରିରେ କାଜୁ ଜଙ୍ଗଲ ପ୍ରଥମ ବର୍ଷ ନିଲାମ ପରେ ବିବାଦ ଦେଖା ଦେଇଛି । ଏନେଇ କାଜୁ କର୍ପୋରଶନର ଦଶପଲ୍ଲା ସବ୍‌ଡିଭିଜିନାଲ ମ୍ୟାନେଜରଙ୍କ ସହ ଶୁକ୍ରବାର ଆଲୋଚନା କରାଯାଇ ବିବାଦକୁ ସମାଧାନ କରାଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri