କୋଭିଡ୍‌-୧୯ ଟିକାର ସଫଳତା

”ବିଦେଶୀ ଟିକାର ସଂରକ୍ଷଣ ବ୍ୟବସ୍ଥା ଭାରତରେ ଅନୁକୂଳ ନୁହେଁ। ଏହା ବିଯୁକ୍ତ ୮୦ ଡିଗ୍ରୀ (-୭୦ରୁ-୮୦) ସେଲସିୟସ ଉତ୍ତାପରେ ସୁରକ୍ଷିତ ରହିଥାଏ। ଏହାକୁ କୋଲ୍ଡ ଚେନ୍‌ ବ୍ୟବସ୍ଥା କୁହାଯାଏ। ଏହି ବ୍ୟବସ୍ଥା ବିଶ୍ୱର କୌଣସି ଦେଶରେ ଉପଲବ୍ଧ ନୁହେଁ। ତେଣୁ ଟିକାର ୯୦ ପ୍ରତିଶତ ସଫଳତା ଥିଲେ ମଧ୍ୟ ସଂରକ୍ଷଣ ଅଭାବରୁ ସେଗୁଡିକ ଅକାମୀ ହୋଇଯିବ।“

କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ସମ୍ପୂର୍ଣ୍ଣ ବିଶ୍ୱ ଉଦବିଘ୍ନ। ଅନେକ ଔଷଧ କମ୍ପାନୀ ଏଗାରରୁ ଅଧିକ ପ୍ରକାର ଟିକା ପ୍ରସ୍ତୁତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଫାଇବର ଔଷଧ କମ୍ପାନୀ ଟିକା ତିଆରି କରିସାରଛି ଏବଂ ଏହା ୯୦ ପ୍ରତିଶତରୁ ଅଧିକ ଫଳପ୍ରଦ ବୋଲି ଦାବି କରୁଛି। ରୁଷର ଟିକା ସ୍ପୁଟନିକ୍‌ର ଏବେ ଭାରତରେ ଡକ୍ଟର ରେଡିଜ୍‌ ଲାବରେଟୋରିରେ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୧୮୦ ଜଣ ସ୍ବେଚ୍ଛାସେବୀ ପଞ୍ଜୀକରଣ କରିଛନ୍ତି। ଟିକା ପ୍ରୟୋଗର ମାତ୍ରା ନିର୍ଣ୍ଣୟ ଏହି ଗବେଷଣାର ଲକ୍ଷ୍ୟ। ଗୋଟିଏ ଡୋଜ୍‌ ଟିକା ଦିଆଯିବା ପରେ ସଂପୃକ୍ତ ସ୍ବେଚ୍ଛାସେବୀଙ୍କ ଅବସ୍ଥା ଅନୁଧ୍ୟାନ କରାଯିବା ପରେ ଅଧିକ ଡୋଜ୍‌ ନେବାର ଆବଶ୍ୟକତା ସ୍ଥିର ହେବ। ସବୁ ତଥ୍ୟକୁ ବିଶ୍ଳେଷଣ କରି ଟିକାର ସଫଳତା ନିର୍ଣ୍ଣୟ ହେବ। ତିନି ସପ୍ତାହ ବ୍ୟବଧାନରେ ଦୁଇ ଥର କିମ୍ବା ତିନି ଥର ଟିକା ଦିଆଯିବ। ସାତ ମାସ ପର୍ଯ୍ୟନ୍ତ ସ୍ବେଚ୍ଛାସେବୀଙ୍କ ଶରୀରରେ ଏହାର ପ୍ରଭାବ ଅନୁଧ୍ୟାନ କରାଯିବ। ତେଣୁ ଏକ ବର୍ଷ ପୂର୍ବରୁ ସର୍ବସାଧାରଣରେ ଟିକା ଉପଲବ୍ଧ ସମ୍ଭବ ନୁହେଁ।
ସ୍ପୁଟିନିକ ଟିକାର ପରୀକ୍ଷଣ ସମ୍ପୂର୍ଣ୍ଣ ହେବା ପାଇଁ ଛଅ ମାସ ସମୟ ଲାଗିବ। ଜୈବ ଗବେଷଣା ସମୟ ସାପେକ୍ଷ। ତରବରିଆ ଭାବରେ କଲେ ବିଷମୟ ପରିସ୍ଥିିତି ସୃଷ୍ଟି ହୋଇପାରେ। ବିଦେଶୀ ଟିକାର ସଂରକ୍ଷଣ ବ୍ୟବସ୍ଥା ଭାରତରେ ଅନୁକୂଳ ନୁହେଁ। ଏହା ବିଯୁକ୍ତ ୮୦ ଡିଗ୍ରୀ (-୭୦ରୁ-୮୦) ସେଲସିୟସ ଉତ୍ତାପରେ ସୁରକ୍ଷିତ ରହିଥାଏ। ଏହାକୁ କୋଲ୍ଡ ଚେନ୍‌ ବ୍ୟବସ୍ଥା କୁହାଯାଏ। ଏହି ବ୍ୟବସ୍ଥା ବିଶ୍ୱର କୌଣସି ଦେଶରେ ଉପଲବ୍ଧ ନୁହେଁ। ତେଣୁ ଟିକାର ୯୦ ପ୍ରତିଶତ ସଫଳତା ଥିଲେ ମଧ୍ୟ ସଂରକ୍ଷଣ ଅଭାବରୁ ସେଗୁଡିକ ଅକାମୀ ହୋଇଯିବ। ଟିକାକରଣ ପାଇଁ ଭାରତରେ ଗୋଟିଏ ସହରରୁ ଅନ୍ୟ ସହରକୁ କିମ୍ବା ଗ୍ରାମାଞ୍ଚଳକୁ ପଠାଇବା ବ୍ୟବସ୍ଥା ନାହିଁ। ଭାରତ ଗୋଟିଏ ଗ୍ରୀଷ୍ମମଣ୍ଡଳୀୟ ଦେଶ। ବର୍ଷର ଅନେକ ସମୟରେ ବାୟୁମଣ୍ଡଳର ଉତ୍ତାପ ୩୦ ଡିଗ୍ରୀ ସେଲସିୟସରୁ ଅଧିକ। ସବୁବେଳେ ବିଜୁଳି ସଙ୍କଟ ଲାଗିରହେ। ପରିବହନ ବ୍ୟବସ୍ଥା ମୁଖ୍ୟ ପ୍ରତିବନ୍ଧକ। ଭାରତରେ ପ୍ରସ୍ତୁତ ଟିକା ବିଯୁକ୍ତ ୨ରୁ ବିଯୁକ୍ତ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ସଂରକ୍ଷଣ ହୋଇପାରିବ ବୋଲି ଦାବି ହେଉଛି। ଏହା ପ୍ରମାଣ ସାପେକ୍ଷ। ବିଦେଶ ତିଆରି ଟିକା ବହୁ କମ୍‌ ଉତ୍ତାପରେ ସଂରକ୍ଷଣ ହେଉଥିବାରୁ ଭାରତରେ ପ୍ରସ୍ତୁତ ଟିକା ଅଧିକ ଉତ୍ତାପରେ ରଖିଲେ କିପରି ସଫଳ ହେବ ତାହା ପ୍ରଣିଧାନ ବିଷୟ। କରୋନା ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ ଟିକା ଅଧିକ ପରିମାଣରେ ପ୍ରତିପିଣ୍ଡ ତିଆରି କରିବାରେ ସକ୍ଷମ। ପ୍ରତିବଦଳରେ ଆଡେନ୍‌ ଭାଇରସ ଟିକା ଶରୀରରେ ଉପଯୁକ୍ତ ଆଣ୍ଟିବଡି ସୃଷ୍ଟି କରିପାରିବ ନାହିଁ। କୋଭିଡ୍‌-୧୯ର ଫଳପ୍ରଦ ଟିକା ଉଦ୍ଭାବନ ସମୟ ହିଁ କହିବ।

ଡା. ଦ୍ୱିଜେଶ କୁମାର ପଣ୍ଡା
-ନିଦାନ ଓ ସୂକ୍ଷ୍ମ ଜୀବ ବିଶେଷଜ୍ଞ,
ଆଚାର୍ଯ୍ୟ ବିହାର,
ଭୁବନେଶ୍ୱର, ମୋ : ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri