ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ କରି ରୁଷିଆକୁ ଦଣ୍ଡିତ କରିବାର ଉପାୟ ଆପଣାଇଛି। ହେଲେ ଏଭଳି ପଦକ୍ଷେପ ପ୍ରାୟତଃ ବିଫଳ ହୋଇଛି। ଏଯାବତ ରୁଷିଆ ବିରୋଧରେ ଅପ୍ରତ୍ୟାଶିତ କଟକଣା ସବୁ ରୁଷିଆର ଅର୍ଥ ବ୍ୟବସ୍ଥାକୁ ରୋକିପାରିନାହିଁ, କେବଳ କ୍ରେମ୍‌ଲିନକୁ ତାହାର ଆଚରଣ ବଦଳାଇବାକୁ ବାଧ୍ୟ କରିଛି। ଅପରପକ୍ଷେ ରୁଷିଆ ଏକ ଯୁଦ୍ଧ ଅର୍ଥ ବ୍ୟବସ୍ଥାକୁ ଆଗେଇ ନେଇଛି। ଏହା ବର୍ତ୍ତମାନ ନାଟୋଠାରୁ ପ୍ରାୟ ୩ ଗୁଣ ଅଧିକ ଗୁଳି ଉତ୍ପାଦନ କରୁଛି। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ରୁଷିଆ ଯେତିକି କ୍ଷେପଣାସ୍ତ୍ର ଉତ୍ପାଦନ କରୁଥିଲା ତା’ ଅପେକ୍ଷା ଏବେ ଅଧିକ କରୁଛି। ଅପରପଟେ ପାଶ୍ଚାତ୍ୟର ଅଧିକାଂଶ ଦେଶ ଅର୍ଥନୈତିକ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ରୁଷିଆରୁ ଶସ୍ତା ଶକ୍ତି ନ ଆଣି ଅନ୍ୟ ସ୍ଥାନରୁ ଅଧିକ ମୂଲ୍ୟର ଶକ୍ତି ଆଣିବା ଯୋଗୁ ଏଭଳି ସ୍ଥିତିି ଉପୁଜିଛି। ବ୍ରିଟେନ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥାରେ ଅଛି ଏବଂ ୨୦୨୨ର ତୃତୀୟ ତ୍ରୈମାସିକରୁ ୟୁରୋପୀୟ ଅଞ୍ଚଳରେ କୌଣସି ଅଭିବୃଦ୍ଧି ହୋଇପାରି ନାହିଁ। ଯେତେବେଳେ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ପାଇଲା ସେତେବେଳେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ମୁଦ୍ରାସ୍ଫୀତି ବୃଦ୍ଧିକୁ ରୋକିବା ଲାଗି ସୁଧ ହାର ବଢ଼ାଇବା ଆରମ୍ଭ କଲା। ଅଧିକ ଇନ୍ଧନ ମୂଲ୍ୟ ଜର୍ମାନୀକୁ ଖରାପ ପ୍ରଦର୍ଶନକାରୀ ଅର୍ଥନୀତିରେ ପରିଣତ କରିଛି।
ୟୁରୋପୀୟ ଅଭିବୃଦ୍ଧିର କ୍ଷତି କେବଳ ରୁଷିଆ ବିରୋଧରେ ପାଶ୍ଚାତ୍ୟ ଲଗାଇଥିବା ପ୍ରତିବନ୍ଧକ ଯୋଗୁ ହୋଇନାହିଁ। ୟୁକ୍ରେନ୍‌ ଯୁଦ୍ଧ ପୂର୍ବରୁ ଆମେରିକୀୟ ଡଲାର ମୂଲ୍ୟ ହ୍ରାସର ସମ୍ମୁଖୀନ ହେଉଥିଲା। ଏପରିକି ତୈଳ ବଜାରରେ ମଧ୍ୟ ଏହାର କିଛି ବୈଶ୍ୱିକ ପ୍ରଭାବ ହରାଇଥିବା ପରି ମନେହୁଏ। କାରଣ ପାଶ୍ଚାତ୍ୟ ଦେଶଗୁଡ଼ିକ ଡଲାରର ବିକଳ୍ପ ଅନୁସରଣ କରିବା ଯୋଗୁ ଏଭଳି ହେଉଛି। ଏହି ସମୟରେ ଚାଇନା, ତୁର୍କୀ, ଭାରତ, କାଜାଖସ୍ତାନ ଏବଂ ପୂର୍ବ ୟୁରୋପରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ସୁନା କ୍ରୟ ବୃଦ୍ଧି ସହ ଅଧିକ ଭୌଗୋଳିକ ଅନିଶ୍ଚିତତା ମୂଲ୍ୟବୃଦ୍ଧିକୁ ଏକ ରେକର୍ଡ ସ୍ତରରେ ପହଞ୍ଚାଇଛି।
ରୁଷିଆର କେନ୍ଦ୍ରୀୟ ବ୍ୟାଙ୍କର ଫ୍ରୋଜନ୍‌ ଆସେଟ୍‌ ବା ଅଚଳ ସମ୍ପତ୍ତିରୁ ମିଳିଥିବା ଲାଭକୁ ଅକ୍ତିଆର କରିବାକୁ ୟୁରୋପୀୟ ଆୟୋଗର ପଦକ୍ଷେପ ଏହି ଧାରାକୁ ଦୃଢ଼ କରିବ। ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ଗୁରୁତ୍ୱକୁ ଦେଖିଲେ ସେମାନଙ୍କର ସମ୍ପତ୍ତିର ଅତ୍ୟଧିକ ଗୁରୁତ୍ୱ ତଥା ସ୍ବଚ୍ଛ ଓ ସୁରକ୍ଷିତ ଥିବା ଭଳି ମନେହୁଏ। କିନ୍ତୁ ବ୍ରୁସେଲ୍ସ ସ୍ଥିତ କ୍ଲିୟରାନ୍ସ ହାଉସ ୟୁରୋକ୍ଲିୟର( ଏକ ଫାଇନାନ୍ସ ସର୍ଭିସ୍‌ କମ୍ପାନୀ) ଧାରଣ କରିଥିବା ରୁଷିଆର ସମ୍ପତ୍ତିର ଦୁଇତୃତୀୟାଂଶରୁ ଅଧିକ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଅନ୍ତର୍ଜାତୀୟ ନ୍ୟାୟାଳୟ କିମ୍ବା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅନୁମତି ବିନା ପାଶ୍ଚାତ୍ୟ ସରକାରଗୁଡ଼ିକ ଦ୍ୱାରା ଏକପାଖିଆ ଭାବରେ ଅଚଳ କରାଯାଇଥିଲା। ବର୍ତ୍ତମାନ ୟୁକ୍ରେନ୍‌ରେ ଦୀର୍ଘ ସମୟ ଧରି ଲାଗି ରହିଥିବା ଯୁଦ୍ଧ ଯୋଗୁ ପାଶ୍ଚାତ୍ୟର ସାମରିକ ଏବଂ ଆର୍ଥିକ ସହାୟତା ଦୁର୍ବଳ ହୋଇଯାଇଥିବାରୁ ୟୁରୋପୀୟ ଆୟୋଗ ଅଚଳ ସମ୍ପତ୍ତି ଉପରେ ବାର୍ଷିକ ସୁଧରେ ୨୫ ୩.୨୫ ବିଲିୟନ ( ୩.୪୫ ବିଲିୟନ ଡଲାର) ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏହାର ବର୍ତ୍ତମାନର ପ୍ରସ୍ତାବ ଅନୁଯାୟୀ, ଅଧିକାଂଶ ରାଜସ୍ବ ୟୁରୋପିଆନ ପିସ୍‌ ଫ୍ୟାସିଲିଟି ମାଧ୍ୟମରେ ଯୋଗାଇଦିଆଯିବ, ଯାହା ୟୁକ୍ରେନ୍‌କୁ ଅସ୍ତ୍ର ପଠାଇବା ପାଇଁ ୟୁରୋପୀୟ ସଂଘ (ଇୟୁ)ଦେଶଗୁଡ଼ିକୁ ପାଣ୍ଠି ଯୋଗାଇଦେବ ଏବଂ ବାକି ଇୟୁର କେନ୍ଦ୍ରୀୟ ବଜେଟକୁ ଯାଇ ୟୁକ୍ରେନ୍‌ର ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷମତାକୁ ବଢ଼ାଇବ। କିନ୍ତୁ ଏଭଳି ଏକ ପଦକ୍ଷେପ ୟୁକ୍ରେନ୍‌ ଯୁଦ୍ଧ ସ୍ଥିତିକୁ ବଦଳାଇବା ସମ୍ଭାବନା ନାହିଁ। ଅସ୍ତ୍ରଶସ୍ତ୍ର ଏବଂ ପାଣ୍ଠି ଅପେକ୍ଷା ୟୁକ୍ରେନ୍‌ ଯାହା ଆବଶ୍ୟକ କରେ ତାହା ହେଉଛି କ୍ଷତିଗ୍ରସ୍ତ ସୈନ୍ୟବାହିନୀରେ ନୂତନ ନିଯୁକ୍ତି। ହେଲେ ଏଠାରେ ଏହାର ବିକଳ୍ପଗୁଡ଼ିକ ସୀମିତ। ଏପରିକି କଠୋର ନିୟମ ଦ୍ୱାରା ବାଧ୍ୟତାମୂଳକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବୃଦ୍ଧି ପାଉଥିବା ସୈନ୍ୟ ଅଭାବକୁ ପୂରଣ କରିବାରେ ସକ୍ଷମ ହୋଇନାହିଁ।
ରୁଷିଆର ଲାଭର ବାଟ ବନ୍ଦ କରିବା ଆନ୍ତର୍ଜାତିକ ନିୟମରେ ଏକ ବିପଜ୍ଜନକ ଦୃଷ୍ଟାନ୍ତ ସୃଷ୍ଟି କରେ। ଏକ ନିୟମ ଆଧାରିତ ବିଶ୍ୱ ବ୍ୟବସ୍ଥାର ଚାମ୍ପିୟନ ଭାବେ ରହିଥିବା ୟୁରୋପର ବିଶ୍ୱସନୀୟତା ପାଇଁ ଏହା ଏକ ଝଟକା। ଏହା ଅନ୍ୟ ଦେଶକୁ ମଧ୍ୟ ସଙ୍କେତ ଦେବ ଯେ, ପାଶ୍ଚାତ୍ୟ ଦେଶରେ ସେମାନଙ୍କର ଟଙ୍କା ସୁରକ୍ଷିତ ନୁହେଁ। ଏହାଦ୍ୱାରା ସେମାନେ ପାଶ୍ଚାତ୍ୟ ସଂସ୍ଥା ଏବଂ ମୁଦ୍ରାର ବିକଳ୍ପ ଖୋଜିବା ପାଇଁ ଦୃଢ଼ ପଦକ୍ଷେପ ନେବେ। ଯଦି ଏହି ଧାରା ଅବ୍ୟାହତ ରହେ, ପାଶ୍ଚାତ୍ୟର ଆର୍ଥିକ କଟକଣା ଯଥେଷ୍ଟ ଦୁର୍ବଳ ହୋଇଯିବ। ପୂର୍ବରୁ ନିୟମିତ ଭାବେ ବ୍ୟବହାର କରୁଥିବା କଟକଣାସବୁ ପାଶ୍ଚାତ୍ୟର ପ୍ରଭାବ ହ୍ରାସ କରୁଛି। ରୁଷିଆ, ଇରାନ, ମ୍ୟାନ୍‌ମାର କିମ୍ବା ସିରିଆ ବିରୋଧରେ ପାଶ୍ଚାତ୍ୟର କଟକଣାଗୁଡ଼ିକ ଏହିସବୁ ଦେଶଗୁଡ଼ିକର କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିବାରେ କେବଳ ବିଫଳ ହୋଇନାହିଁ, ବରଂ ଏଗୁଡ଼ିକ ଚାଇନାର ବାଣିଜି୍ୟକ ଓ ରଣନୀତିକ ସ୍ବାର୍ଥକୁ ଅଧିକ ଆଗକୁ ବଢ଼ାଇଛି। ବାସ୍ତବରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଏହା ଉପରେ ପାଶ୍ଚାତ୍ୟ ଦେଶର ପ୍ରତିକ୍ରିୟାରୁ ଅନ୍ୟ ଦେଶ ତୁଳନାରେ ଚାଇନା ଅଧିକ ଲାଭ ପାଇଛି। ଚାଇନାର ମୁଦ୍ରା ରେନ୍‌ମିନ୍‌ବିର ଅନ୍ତର୍ଜାତୀୟ ବ୍ୟବହାରକୁ ବିସ୍ତାର କରିପାରିଛି। ଏହା ବ୍ୟତୀତ ରୁଷିଆ ବିରୋଧରେ ପାଶ୍ଚାତ୍ୟ କଟକଣା ଚାଇନା ପାଇଁ ରୁଷିଆର ତୈଳ, ଗ୍ୟାସ୍‌ ଏବଂ ଶସ୍ୟର ଅଧିକ ଶସ୍ତା ତଥା ସୁରକ୍ଷିତ ଯୋଗାଣ ସକାଶେ ଏକ ସୁଯୋଗ ସୃଷ୍ଟି କରିଛି। ପାଶ୍ଚାତ୍ୟ ଦେଶ ସହ ଯୁଦ୍ଧ ହେଲେ ବି ଏହିସବୁ ଯୋଗାଣ ସ୍ଥଳପଥରେ ସୁରକ୍ଷିତ ଭାବେ ଅବ୍ୟାହତ ରହିବା ସମ୍ଭାବନା ରହିଛି।
ତେବେ ୨୦୨୦ରୁ ଚାଇନା ତାହାର ଆଣବିକ ଅସ୍ତ୍ରଶସ୍ତ୍ର ୨ଗୁଣରୁ ଅଧିକ କରିପାରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଅନ୍ୟ ଦେଶ ତୁଳନାରେ ଏହା ପାରମ୍ପରିକ ସେନାକୁ ଖୁବ୍‌ ଶୀଘ୍ର ବୃଦ୍ଧି କରୁଛି। ତଥାପି ପାଶ୍ଚାତ୍ୟ ରୁଷିଆକୁ ଦଣ୍ଡ ଦେବାରେ ଏତେ ମଜ୍ଜିଯାଇଛି ଯେ, ଚାଇନା ଅନ୍ତର୍ଜାତୀୟ ଯାଞ୍ଚ ବା ନଜରରୁ ଦୂରେଇ ରହିପାରିଛି। ଉଦାହରଣ ସ୍ବରୂପ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବର୍ତ୍ତମାନ ଚାଇନା ସହ କୂଟନୈତିକତା ଉପରେ ଅଧିକ ଗୁରୁତ୍ୱ ଦେଇ ତା’ ସହିତ ପ୍ରତିଯୋଗିତା କରିବାକୁ ଚେଷ୍ଟା କରୁଛନ୍ତି। ଏହା ସହ ତାଙ୍କର ନୂତନ ବଜେଟରେ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ ପ୍ରମୁଖ ବଳ କୁହାଯାଉଥିବା ପାଣ୍ଠି ଯୋଗାଣ ଲାଗି ଆବଶ୍ୟକ ଅର୍ଥ କମ୍‌ କରାଯାଇଛି। ଭର୍ଜିନିଆ-କ୍ଲାସ୍‌ ସବ୍‌ମେରାଇନ ଉପତ୍ାଦନ ଲକ୍ଷ୍ୟ ବାର୍ଷିକ ଦୁଇରୁ ଗୋଟିଏ କରିଦିଆଯାଇଛି। ଆଶ୍ଚର୍ଯ୍ୟର କଥା , କ୍ରେମ୍‌ଲିନ ଯୁଦ୍ଧ ପ୍ରକ୍ରିୟାକୁ ଚାଇନା ପ୍ରୋତ୍ସାହିତ କରୁଛି। ଯେତେଦିନ ଯାଏ ପାଶ୍ଚାତ୍ୟ ଭୁଲ୍‌ ବାଟରେ ରହିଥିବ ତାହା ଚାଇନା ପାଇଁ ଲାଭଦାୟକ ହେବ। କୌଣସି ଭୁଲ୍‌ ନ କରି ଚାଇନା ଏବେ ରୁଷିଆ ତୁଳନାରେ ପାଶ୍ଚାତ୍ୟ ସ୍ବାର୍ଥ ଏବଂ ନିୟମ ଆଧାରିତ ବିଶ୍ୱ ବ୍ୟବସ୍ଥା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ରୁଷିଆର ଯୋଜନା ପ୍ରାୟତଃ ଏହାର ପଡ଼ୋଶୀ ଦେଶରେ ସୀମିତ ରହୁଥିବାବେଳେ ଆମେରିକାକୁ ଟପି ବୈଶ୍ୱିକ ଶକ୍ତି ଭାବରେ ଚାଇନା ନିଜକୁ ସ୍ଥାନିତ କରିବାକୁ ଇଚ୍ଛା ରଖିଛି। ଚାଇନାର ଜନସଂଖ୍ୟା ଏବଂ ଅର୍ଥନୀତି ରୁଷିଆର ତୁଳନାରେ ୧୦ଗୁଣ ଅଧିକ ଏବଂ ମିଲିଟାରି ଉପରେ ରୁଷିଆ ଯେତିକି ଖର୍ଚ୍ଚକରେ ଚାଇନା ତା’ଠାରୁ ୪ଗୁଣ ଅଧିକ କରୁଛି।
ବିଶ୍ୱ ଜନସଂଖ୍ୟାର ୧୨ ପ୍ରତିଶତ ରହୁଥିବା ପାଶ୍ଚାତ୍ୟ ଅବଶିଷ୍ଟ ବିଶ୍ୱକୁ ଅଲଗା କରି ଲଗାତର ଚାଇନାକୁ ଅଧିକ ଆକ୍ରାମକ ତଥା ସକ୍ରିୟ ହେବା ଲଗି ସକ୍ଷମ କରାଇବାର ସମ୍ଭାବ୍ୟ ପରିଣାମକୁ ଅଣଦେଖା କରିବା ଉଚିତ ନୁହେଁ। ପାଶ୍ଚାତ୍ୟ ରୁଷିଆ ପ୍ରତି ତା’ ରଣନୀତିକ ଆକ୍ରୋଶକୁ ପରିତ୍ୟାଗକରି ପ୍ରକୃତ ଶତ୍ରୁ ଚାଇନା ଆଡ଼କୁ ଦୃଷ୍ଟିଦେବା ଦରକାର। ନଚେତ୍‌ ତାହା ବୈଶ୍ୱିକ ପ୍ରାଧାନ୍ୟ ଏପରିକି ଅନ୍ତର୍ଜାତୀୟ ଆର୍ଥିକ ଢାଞ୍ଚା ଉପରେ ଥିବା ପ୍ରଭୁତ୍ୱ ହରାଇବା ସମ୍ଭାବନା ରହିଛି।

  • ବ୍ରହ୍ମ ଚେଲାନି
    ପ୍ରଫେସର, ଏମରିଟସ୍‌ ଅଫ୍‌ ଷ୍ଟ୍ରେଟେଜିକ୍‌ ଷ୍ଟଡିଜ(ନୂଆଦିଲ୍ଲୀ)

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri