ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ, କୂଅ, ପୋଖରୀ ଓ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇବା ସହ ଶୁଖିବାକୁ ବସିଛି। ଏଭଳି ସ୍ଥଳେ ଅନେକ ଅଞ୍ଚଳରେ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ବିଶେଷ କରି ଜଙ୍ଗଲ ନିକଟ ଜଳଭଣ୍ଡାରର ଜଳସ୍ତର ହ୍ରାସ କାରଣରୁ ବନ୍ୟପ୍ରାଣୀ ପାଣି ପାଇଁ ସଂଘର୍ଷ କରୁଛନ୍ତି। ବିଶେଷ କରି ଜଙ୍ଗଲ ପଦା ଯୋଗୁ ବାସହରା ହୋଇ ଏଣେ ତେଣେ ବିଚରଣ କରୁଥିବା ବୃହତ୍‌ ବନ୍ୟପ୍ରାଣୀ ହାତୀ ପ୍ରବଳ ଗରମ ଓ ଜଳ ସଙ୍କଟ ଯୋଗୁ ନାନା ସମସ୍ୟା ଭୋଗୁଛନ୍ତି।
ବନ ବିଭାଗ ତଥ୍ୟ ଅନୁଯାୟୀ, ଗତ ଶନିବାର କେନ୍ଦୁଝର ଡିଭିଜନରେ ସମୁଦାୟ ୯୦ ହାତୀ ବିଭିନ୍ନ ଜଙ୍ଗଲରେ ରହୁଛନ୍ତି। ସେଥିରେ ୪୦ ମାଈ ହାତୀ ଥିବା ବେଳେ ୨୧ ଦନ୍ତା ଏବଂ ୨୯ ଛୁଆ ହାତୀ ରହିଥିବା ଜଣାପଡ଼ିଛି। କେନ୍ଦୁଝର ଡିଭିଜନର ସଦର, ବଡବିଲ ଓ ପାଟଣା ରେଞ୍ଜରେ ହାତୀ ନ ଥିବା ବେଳେ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଚରେ ଗୋଟିଏ ଦନ୍ତା ରହିଛି। ତେଲକୋଇ ରେଞ୍ଜ୍‌ରେ ୨ ଦଳରେ ୨୮ ହାତୀ, ଘଟଗାଁ ରେଞ୍ଜ୍‌ରେ ୨ ଦଳରେ ୧୩ ହାତୀ, ଚମ୍ପୁଆ ରେଞ୍ଜ୍‌ରେ ୨ ଦଳରେ ସର୍ବାଧିକ ୪୮ ହାତୀ ବିଚରଣ କରୁଥିବା ଜଣାପଡ଼ିଛି। ଅଧିକାଂଶ ହାତୀପଲ ପ୍ରବଳ ଗରମ ଓ ଜଳାଭାବ ଯୋଗୁ ନଦୀ ଓ ଜଳଭଣ୍ଡାର ନିକଟରେ ଆଶ୍ରୟ ନେଉଛନ୍ତି। ବିଶେଷ କରି ଚମ୍ପୁଆ ରେଞ୍ଜ୍‌ରେ ବୈତରଣୀ ଅବବାହିକାରେ ୨ ହାତୀପଲ ବିଚରଣ କରୁଥିବା ଜଣାପଡ଼ିଛି। ପ୍ରବଳ ଗରମ, ଜଳାଭାବ ଯୋଗୁ ଗୋଟିଏ ହାତୀପଲ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ୍‌ରୁ ଅନୁଗୋଳ ବନଖଣ୍ଡକୁ ଚାଲିଯାଇଥିବା ଜଣାପଡ଼ିଛି। ଗରମ ସାଙ୍ଗକୁ ଜଙ୍ଗଲ ନିଆଁ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଥିବାରୁ ହାତୀ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ବନ ବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ପୋଖରୀ ଖନନ କରାଯାଇଥିଲେ ହେଁ ବର୍ଷା ଅଭାବରୁ ସେସବୁରେ ପାଣି ଶୁଖିଯାଇଛି। ଫଳରେ ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ପାଣି ପାଇଁ ଜନବସତିମୁହାଁ ହେଉଛନ୍ତି। ଅନେକ ସମୟରେ ହରିଣ, ବାର୍‌ହା ଜଙ୍ଗଲରୁ ବାହାରି ଗାଁକୁ ଚାଲିଆସୁଛନ୍ତି। ବନ ବିଭାଗ ଏଥିପ୍ରତି ସତର୍କ ଦୃଷ୍ଟି ଦେବା ଜରୁରୀ ବୋଲି ପରିବେଶବିତ୍‌ ଦୁଷ୍କର ବାରିକ କହିଛନ୍ତି। କେନ୍ଦୁଝର ଡିଏଫ୍‌ଓ ଧନ୍‌ରାଜ ଏଚ୍‌ଡି କହିଛନ୍ତି, ଯଦିଓ ଏବେ ଜଳ ସମସ୍ୟା ଦେଖାଦେଇ ନାହିଁ ତେବେ ସେଭଳି ସମସ୍ୟା ଦେଖାଦେଲେ ଉପଯୁକ୍ତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri