ମୁଖ୍ୟମନ୍ତ୍ରୀଙ୍କୁ ସଂଘର୍ଷର କାହାଣୀ କହିଲେ ଛାତ୍ର

ପୁରୀ ଅଫିସ, ୧୨ା୪:ପୁରୀ ବାଲିଗୁଆଳିଠାରେ ସୋମବାର ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଲୋକାର୍ପଣ ଉତ୍ସବରେ ଏହି କଲେଜର ପ୍ରଥମ ବର୍ଷର ଏମ୍‌ବିବିଏସ୍‌ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କେତେଜଣ ଛାତ୍ର ନିଜ ସଂଘର୍ଷର କାହାଣୀ ବଖାଣିଥିଲେ। ବାଲେଶ୍ୱରର ରାଧାବଲ୍ଲଭ ବେହେରା କହିଛନ୍ତି, ତାଙ୍କ ବାପା ଜଣେ ଭାଗ ଚାଷୀ। ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ଆଧାରରେ ସେ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇପାରିଛନ୍ତି। ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଷ୍ଠାପର ଭାବେ ଡାକ୍ତରୀ ଶିକ୍ଷା ସାରି ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାମ କରିବେ ବୋଲି ରାଧାବଲ୍ଳଭ କହିଛନ୍ତି। ସେହିପରି ମୟୂରଭଞ୍ଜ ଜିଲାରୁ ଆସିଥିବା ଭଟ୍ଟ ହେମ୍ବ୍ରମ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିଜ ପାଠପଢ଼ା ଜୀବନ ଓ ପରିବାରର ସଂଘର୍ଷ ସମ୍ପର୍କରେ କହିଛନ୍ତି। ସେ ଏକ ଅନୁନ୍ନତ ଅଞ୍ଚଳର ଗରିବ ଆଦିବାସୀ ଘରର ପିଲା। ତାଙ୍କ ମାତାପିତା ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ପରିବାରର ୮ଜଣ ସଦସ୍ୟଙ୍କ ଭରଣପୋଷଣ ବୋଝ ତାଙ୍କ ମାତାପିତାଙ୍କ ପାଇଁ ଅସହ୍ୟ ହୋଇପଡ଼େ। ସେ ନିଜର ନିଷ୍ଠା ଓ ରାଜ୍ୟ ସରକାରଙ୍କ ସହଯୋଗରେ ମେଡିକାଲ କଲେଜରେ ଭର୍ତ୍ତି ହୋଇପାରିଛନ୍ତି। ଏଥିଲାଗି ସେ ରାଜ୍ୟ ସରକାରଙ୍କ ୧୫ ପ୍ରତିଶତ ସଂରକ୍ଷଣ ଯୋଜନାକୁ ପ୍ରଶଂସା କରିଛନ୍ତି। ଅପହଞ୍ଚ ଅଞ୍ଚଳର ଗରିବ ଓ ମେଧାବୀ ଛାତ୍ରୀଛାତ୍ର ମେଡିକାଲ କଲେଜରେ ପଢ଼ିବାର ସୁଯୋଗ ପାଇବା ତାଙ୍କ ପାଇଁ ଗର୍ବର କଥା ବୋଲି ପ୍ରତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀ କହିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଇଓଙ୍କ କାର୍ଯ୍ୟାଳୟରେ ଝାଡୁ ମାରିଲେ ଶିକ୍ଷକ

ନବରଙ୍ଗପୁର,୨୩।୯(ବି.ପ୍ର.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଭେଣ୍ଡିଆ ୟୁଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦିଶ ଗୌଡ଼ଙ୍କୁ ଏଡିଇଓ ରେଶମ ଲାଲ ନାୟକ ସ୍କୁଲରେ ୮ ତାରିଖ...

ମଦ କାରଖାନା ଉପରେ ଚଢ଼ାଉ: ମହିଳା କିଙ୍ଗପିନ୍‌ ଗିରଫ; ୧୭ଲକ୍ଷ ଟଙ୍କା, ୧୫୦ ଲିଟର ମଦ ଜବତ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାସଲ ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ କାରଖାନା ଚାଲିଆସୁଥିଲା। ଜେନେରେଟର, ପେକିଂ ମେଶିନ...

ଛତ୍ରପୁର ସବ୍‌ ଜେଲ୍‌ ପରିଦର୍ଶନ କଲେ ଜିଲା ଜଜ

ଛତ୍ରପୁର, ୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଜ୍‌ ରାମ ଶଙ୍କର ହୋତା ରବିବାର ଛତ୍ରପୁର ସବ୍‌ ଜେଲ ପରିଦର୍ଶନ କରିଛନ୍ତି। ଏହି ସବ୍‌ ଜେଲରେ ୧୩୨ ଜଣ...

ବିଜେପୁର ଅଞ୍ଚଳ ଚାଷୀଙ୍କ ଦାବି ରହିଲା: ଏଣିକି ପାଞ୍ଚ ଦିନ ବସିବ ପରିବା ମାର୍କେଟ୍‌

ବିଜେପୁର,୨୬।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ବିଜେପୁର ଏନ୍‌ଏସିର ହାଇସ୍କୁଲ ପଡିଆରେ ଅସ୍ଥାୟୀ ଭାବେ ବସୁଥିବା ପରିବା ମାର୍କେଟକୁ ସପ୍ତାହକୁ...

କମୁନି ହାତୀ ଉପଦ୍ରବ: ପୁଣି ଜଣଙ୍କ ଜୀବନ ନେଲା

ସାରସକଣା,୩୦ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକର ଉମାଦେଇପୁର ପଞ୍ଚାୟତ ପାଣିଶୋଳ ଗ୍ରାମର ସନ୍ନ୍ୟାସୀ ମହାନ୍ତଙ୍କ ପୁଅ ଭବାନୀ ଶଙ୍କର ମହାନ୍ତ(୪୨)ଙ୍କ ହାତୀ ଆକ୍ରମଣରେ...

ଆଶାକର୍ମୀ ସଂଘର ଧାରଣା

ଛତ୍ରପୁର,୯ା୧୧(ଡି.ଏନ.ଏ)-ରାଜ୍ୟ ଆଶା ଓ ଆଶାସାଥୀ ସଂଘର ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା...

ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ନଜର

ଜଗତ୍‌ସିଂହପୁର ଅଫିସ, ୨୫ା୧: ପଞ୍ଚାୟତ ନିର୍ବାଚନ ନେଇ ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ୨୫ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ...

ପୁରୀ: କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୧୫ା୪: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମଙ୍ଗଳବାରଠାରୁ ପୁରୀରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ ଶଯ୍ୟା...

Advertisement
Archives

Model This Week