ଶେଷ ହେଉନି ସଞ୍ଜୀବନୀ ସଂଗ୍ରାମ

ଅନୁଗୋଳ ଅଫିସ, ୨୮ା୯ ଟିକା ନେଲେ ଦେହରେ ସୃଷ୍ଟି ହେଉଛି ଆଣ୍ଟିବଡି। ମହାମାରୀ କୋଭିଡ୍‌ରୁ ଅନେକାଂଶରେ ମିଳୁଛି ସୁରକ୍ଷା। ସରକାର ଓ ବିଶେଷଜ୍ଞମାନଙ୍କ ଏପରି ମତକୁ ଆଧାରକରି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବଢ଼ୁଛି ଭିଡ଼। କେଉଁଠି ରାତିରୁ ଲୋକଙ୍କ ଲାଇନ ଲାଗୁଛି ତ ଆଉ କେଉଁଠି ଆଧାର କାର୍ଡକୁ ଧାଡ଼ିରେ ରଖି ସଞ୍ଜୀବନୀ ପାଇଁ ଲୋକେ ଚଳାଇଛନ୍ତି ସଂଘର୍ଷ। ହେଲେ ଚାହିଦା ଅନୁଯାୟୀ ଅନୁଗୋଳ ଜିଲାକୁ ଟିକା ଆସୁ ନ ଥିବାରୁ ୮ ମାସ ହେଲା ଶେଷ ହେଉନି ଜିଲାବାସୀଙ୍କ ସଂଗ୍ରାମ।
ଅନୁଗୋଳ ଜିଲାରେ ଗତ ଜାନୁୟାରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା କୋଭିଡ୍‌ ଟିକାକରଣ। ପ୍ରଥମେ କରୋନା ଯୋଦ୍ଧା ଓ ପରେ ବରିଷ୍ଠ ନାଗରିକ, ୪୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏପରି କି ଟିକାକରଣ କେନ୍ଦ୍ର ପ୍ରତି ଆକର୍ଷିତ କରିବାକୁ ଅନୁଗୋଳ ଷ୍ଟାଡିୟମରେ ମେଗା ଭାକ୍ସିନେଶନ୍‌ ସେଣ୍ଟର ଖୋଲାଯାଇଥିଲା। ସେଲ୍‌ଫି ପଏଣ୍ଟ ମଧ୍ୟ କରାଯାଇଥିଲା। ତେବେ ଟିକାର ସଫଳତା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ପରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଥିଲା। ଏପରି କି ଅନେକ ସ୍ବାସ୍ଥ୍ୟକେନ୍ଦ୍ର ବାହାରେ ରାତିରୁ ଲାଇନ ଲାଗିଥିଲା। ଆଧାରକାର୍ଡ, ଚପଲ, ବ୍ୟାଗ ଆଦିକୁ ଧାଡ଼ିରେ ରଖାଯାଇଥିଲା। କେଇମାସ ହେଲା ଅନୁଗୋଳ ଜିଲାର ବିଭିନ୍ନ ଚିକିତ୍ସାଳୟରେ ଏପରି ଦୃଶ୍ୟ ନିତିଦିନିଆ ହୋଇଯାଇଥିଲେ ମଧ୍ୟ ଟିକାକରଣ ଦ୍ରୁତଗତିରେ ଆଗେଇପାରୁ ନାହିଁ। କାରଣ ଲୋକଙ୍କ ଚାହିଦା ଅନୁଯାୟୀ ଜିଲାକୁ ଟିକା ଯୋଗାଣ ହୋଇପାରୁ ନାହିଁ। ଏହି କାରଣରୁ ଗତ ୨୪ ତାରିଖ ସୁଦ୍ଧା ଜିଲାର ମାତ୍ର ୬୧.୩ ଅର୍ଥାତ୍‌ ୫ ଲକ୍ଷ ୮୮ ହଜାର ୩୦୦ ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇପାରିଛି। ସେହିପରି ଏମାନଙ୍କ ମଧ୍ୟରୁ ୩୨.୩ ପ୍ରତିଶତ ଅର୍ଥାତ୍‌ ୧ ଲକ୍ଷ ୮୯ ହଜାର ୯୨୫ ଜଣ ଦ୍ୱିତୀୟ ଡୋଜ୍‌ ନେଇପାରିଛନ୍ତି। ତେଣୁ ଗତ ୮ ମାସ ମଧ୍ୟରେ ଜିଲାରେ ୭ ଲକ୍ଷ ୭୮ ହଜାର ୨୨୫ ଡୋଜ୍‌ ଟିକାକରଣ ହୋଇପାରିଛି। ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରାଯାଉଥିଲେ ମଧ୍ୟ ଟିକା ଅଭାବ ବଡ଼ ସମସ୍ୟା ପାଲଟିଛି। ତେଣୁ ସବୁଦିନ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ହୋଇପାରୁ ନାହିଁ। କିନ୍ତୁ ଏ ନେଇ ଜନସାଧାରଣ ଅବଗତ ହୋଇପାରୁ ନାହାନ୍ତି। ଜିଲାର ବହୁ ଅଞ୍ଚଳରେ ମୋବାଇଲ ନେଟଓ୍ବର୍କ ପହଞ୍ଚିନାହିଁ। ଅନେକ ଲୋକଙ୍କ ନିକଟରେ ସ୍ମାର୍ଟ ଫୋନ ମଧ୍ୟ ନାହିଁ। ସେଥିପାଇଁ ସେମାନେ ସ୍ଲଟ୍‌ ବୁକିଂ କରି ନ ପାରିବା ସହ କେଉଁଦିନ କେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ହେଉଛି କି ନାହିଁ ସେ ସମ୍ପର୍କରେ ଜାଣିପାରୁ ନାହାନ୍ତି। ଫଳରେ ଟିକା ନେବାକୁ ରାତିରୁ ଲାଇନ୍‌ ଦେଇ ଅପେକ୍ଷା କରୁଥିବା ଲୋକେ ଶେଷରେ ନିରାଶରେ ଫେରିଯିବାକୁ ବାଧ୍ୟ ହେଉଛନ୍ତି।
ସ୍ଲଟ୍‌ ବୁକିଂ କଷ୍ଟକର ହୋଇପଡ଼ୁଛି
ପ୍ରଥମ ଡୋଜ୍‌ ପାଇଁ ସ୍ଲଟ ବୁକିଂ ନିମନ୍ତେ ଦୀର୍ଘଦିନ ଲାଗିଗଲା। କାରଣ ଅଳ୍ପ ଟିକା ଆସୁଥିବାରୁ ସ୍ଲଟ୍‌ ଖୋଲୁ ଖୋଲୁ ପଞ୍ଜୀକରଣ ଶେଷ ହୋଇଯାଉଥିଲା। ତେଣୁ କିଛିଦିନ ତଳେ ପ୍ରଥମ ଡୋଜ୍‌ ନେଇପାରିଛି। ଏପରି ସମସ୍ୟା ଯୋଗୁ ଟିକାକରଣ ଶିଥିଳ ପଡ଼ିଯାଉଛି। ଅଧିକ ଟିକା କିପରି ଆସିବ ସେହି ବ୍ୟବସ୍ଥା କରାଯାଉ।
-ଦୁର୍ଯ୍ୟୋଧନ ପାଲ, ଅନୁଗୋଳବାସୀ
ପର୍ଯ୍ୟାପ୍ତ ପରିମାଣର ଟିକା ମିଳୁନାହିଁ
ଜିଲାକୁ ପର୍ଯ୍ୟାପ୍ତ ପରିମାଣର ଟିକା ଆସୁ ନ ଥିବାରୁ ଟିକାକରଣରେ ଶିଥିଳତା ଦେଖାଦେଉଛି। ରାଜ୍ୟ ସରକାର ଯେତିକି ପ୍ରଦାନ କରୁଛନ୍ତି, ସେହି ଅନୁପାତରେ ଲୋକଙ୍କୁ ଟିକା ଦିଆଯାଉଛି। ପ୍ରଶାସନ ଅଧିକ ମାଗିଲେ ମଧ୍ୟ ମିଳିବ ନାହିଁ। କାରଣ ସରକାରଙ୍କ ପକ୍ଷରୁ ପ୍ରତି ଜିଲାକୁ ଟିକା ବାଣ୍ଟିକରି ଦିଆଯାଉଛି।
-ଡାକ୍ତର ଧନଞ୍ଜୟ ବେହେରା, ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ)
ପୁଅ ଦୁଇ ରାତି ଅନିଦ୍ରା ହୋଇଥିଲା
ଜିଲାରେ ଟିକାଦାନ ବ୍ୟବସ୍ଥାରେ ପୂର୍ବାପେକ୍ଷା ସୁଧାର ଆସିଛି। ହେଲେ ଆବଶ୍ୟକତା ଅନୁଯାୟୀ ଟିକା ଆସୁନାହିଁ। ସେଥିପାଇଁ ସାଧାରଣ ଲୋକଙ୍କୁ ଦିନ ଦିନ ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ମୋତେ ଟିକା ଦେବାକୁ ପୁଅମାନେ ଦୁଇ ରାତି ଅନିଦ୍ରା ହୋଇ ଲାଇନ୍‌ ଦେଇଥିଲେ। ଏହାପରେ ଟିକା ନେଇପାରିଥିଲି।
-ଗୀତା ବିଶ୍ୱାଳ, ଅନୁଗୋଳବାସୀ
ଟିକା ଯାଉଛି କୁଆଡ଼େ
ସରକାରଙ୍କ ଟିକା ବଣ୍ଟନ ନୀତି ବୁଝାପଡ଼ୁନି। ସେଥିପାଇଁ ଅନୁଗୋଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କମ୍‌ ଟିକା ପହଞ୍ଚୁଛି। ଏହା ଚାହିଦା ତୁଳନାରେ ଏତେ ସ୍ବଳ୍ପ ଯେ ରାତିରୁ ଧାଡ଼ି ନ ବାନ୍ଧିଲେ ମିଳିବାର ସୁଯୋଗ ନାହିଁ। କେନ୍ଦ୍ରରୁ ଅଧିକ ଆସୁଥିବା କୁହାଯାଉଥିବା ବେଳେ ରାଜ୍ୟରେ କୁଆଡ଼େ ଯାଉଛି ତାହା ଜଣାପଡ଼ୁନି। -ସୁଦୀପ ଗଡ଼ନାୟକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri