ଏନ୍‌ଟିପିସିରେ ଧର୍ମଘଟ ସଫଳ

କଣିହାଁ ,୩୦।୩(ଡି.ଏନ.ଏ.) – ୧୨ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ କର୍ମଚାରୀ ଫେଡେରେଶନ ପକ୍ଷରୁ ଦିଆଯାଇଥିବା ଦୁଇଦିନିଆ ଧର୍ମଘଟ ଡାକରାର ପ୍ରଭାବ କଣିହାଁସ୍ଥିତ ଏନ୍‌ଟିପିସିରେ ଦେଖିବାକୁ ମିଳିଛି। ଏଆଇୟୁଟିୟୁସି ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ, ଏଆଇପିଏଫ୍‌, ୟୁନାଇଟେଡ୍‌ ଏମ୍ପ୍ଲୋଇଜ୍‌ ୟୁନିୟନ, ଏନ୍‌ଟିପିସି ଏମ୍ପ୍ଲୋଇଜ୍‌ ୟୁନିୟନ ପକ୍ଷରୁ ମଙ୍ଗଳବାର ସକାଳ ୬ଟାରୁ ଏନ୍‌ଟିପିସି ବାଇପାସ୍‌ ଛକ ମୁଖ୍ୟ ଫାଟକ ସମ୍ମୁଖରେ ଧର୍ମଘଟ କରାଯାଇଥିଲା। ଫଳରେ କାରଖାନା ଭିତରକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଧର୍ମଘଟସ୍ଥଳକୁ କାରଖାନା କର୍ତ୍ତୃପକ୍ଷ ଆସି ଏନ୍‌ଟିପିସି ସମ୍ପର୍କିତ ଦାବି ଉପରେ ଆଲୋଚନା କରି ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଟୁନା ନାଏକ, ଅଭୟ ନାଏକ, ନୀଳାମ୍ବର ତିରିଆ, ଅନିଲ ନାଏକ, ପିଜିସିଆଇଏଲ୍‌ର ହେମନ୍ତ କ୍ଷେତ୍ରୀ, ୟୁନାଇଟେଡ୍‌ ଏମ୍ପ୍ଲୋଇଜ୍‌ ୟୁନିୟନର ଭିକାରୀ ପ୍ରଧାନ, ସ୍କିମ୍‌ ଓ୍ବାର୍କର୍ସ ଫେଡେରେଶନ କ୍ଲବ ଆବାହିକା ମାନସୀ ସ୍ବାଇଁ, ଅଥାନି ନାଏକ, ପ୍ରତାପ ପ୍ରଧାନ, ସତ୍ୟାନନ୍ଦ ସାହୁ ଓ ଜଗବନ୍ଧୁ ପ୍ରଧାନ ଧର୍ମଘଟରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri