Posted inଗଜପତି

ପାରଳା ସହରର ରାସ୍ତାଘାଟ ଶୋଚନୀୟ

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ରାସ୍ତାଘାଟ ଶୋଚନୀୟ ଅବସ୍ଥାରେ ଥିବା ବେଳେ ପ୍ରଶାସନର ଦୃଷ୍ଟି କେବେ ପଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିିଶେଷ କରି ସହରର ପ୍ରମୁଖ ରାସ୍ତା ଦୟନୀୟ ହେବାରେ ଲାଗିଛି। ରାଣୀପେଣ୍ଠରୁ ପ୍ରବେଶ କଲା ମାତ୍ରେ ଖାଲଖମା ସହରକୁ ସ୍ବାଗତ କରୁଥିବା ବେଳେ ସହର ମଧ୍ୟରେ ମୁଖ୍ୟ ରାସ୍ତାଗୁଡିକର ଅବସ୍ଥା ଦୟନୀୟ ଦେଖିବାକୁ ମିଳୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା, ପୋଲିସ ଷ୍ଟେଶନ ଛକ ଠାରୁ ମେଡିକାଲ ଛକ ଦେଇ ସିନେମା ହଲ ଛକ, ଗାନ୍ଧୀ ଛକ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଗୁଡିକ ଖାଲଖମା ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ସାମାନ୍ୟ କାଳବୈଶାଖୀ ବର୍ଷାରେ ମଧ୍ୟ ରାସ୍ତାଗୁଡ଼ିକ କର୍ଦମାକ୍ତ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏହି କର୍ଦମାକ୍ତ ରାସ୍ତାରେ ସହରବାସୀ ଯାତାୟତ କରୁଥିବା ବେଳେ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ପ୍ରମୁଖ ରାସ୍ତା ଗୁଡିକର ଉନ୍ନତିକରଣ ଏବଂ ସୁଦୃଢ ରାସ୍ତା ନିର୍ମାଣ ପାଇଁ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ପୂର୍ତ୍ତ ବିଭାଗକୁ ଗତ କିଛି ବର୍ଷ ପୂର୍ବେ ପୌରପରିଷଦ ପକ୍ଷରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ହେଲେ ପୂର୍ତ୍ତବିଭାଗ ଏହି ମୁଖ୍ୟ ରାସ୍ତାଗୁଡିକର ଉନ୍ନତି, ନିର୍ମାଣ, ରକ୍ଷଣାବେକ୍ଷଣ କରିବ କ’ଣ ଦାୟିତ୍ୱ ନେବା ପରଠାରୁ ସ୍ଥାଣୁ ପାଲଟିଯାଇଛି।
୨୦୨୦-୨୧ କରୋନା କଟକଣା ସମୟରେ ମେଡିକାଲ ରାସ୍ତାର ଫ୍ରେଣ୍ଡସ କଲୋନୀ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ଅତି ତରବରିଆ ଏବଂ ଯୋଜନା ବିହୀନ ଭାବେ ରାସ୍ତା ନିର୍ମାଣ କରିଥିଲା। ବର୍ତ୍ତମାନ ଏହି ରାସ୍ତାର ସିମେଣ୍ଟ କଂକ୍ରିଟ ସ୍ଥାନେ ସ୍ଥାନେ ଉଠିଯାଇଥିବା ବେଳେ ସମଗ୍ର ରାସ୍ତାର ଚିପ୍ସ ବା ଗୋଡି ଗୁଡିକ ବାହାରି ପଡିଲାଣି। ଏହାସହ ଏହି ରାସ୍ତାର ଜଙ୍ଗମସାହି ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନକରି ଛାଡି ଦିଆଯାଇଛି। ଗାନ୍ଧୀ ଛକଠାରୁ ପୁରୁଣା କୋର୍ଟ ଛକ ରାସ୍ତା ଅବସ୍ଥା କଦର୍ଯ୍ୟ ହୋଇପଡିଛି। ସେହିପରି ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ସାହି ବସ୍ତି ରାସ୍ତା ମଧ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସାହି ବସ୍ତି ରାସ୍ତାଘାଟର ଅବସ୍ଥା ମଧ୍ୟ ଅନୁରୂପ। ସହରର ୧୬ଟି ୱାର୍ଡର ବିଭିନ୍ନ ସାହି ବସ୍ତିରେ ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ପାଇପଲାଇନ ସଂଯୋଗୀକରଣ ପାଇଁ ରାସ୍ତାଗୁଡିକୁ ଖନନ କରାଯାଇଥିଲା। ହେଲେ ସେହି ସ୍ଥାନମାନଙ୍କରେ ଉପଯୁକ୍ତ ସିମେଣ୍ଟ ଗୋଡି ଆଦି ନ ପକାଯିବା ଯୋଗୁଁ ସେଗୁଡିକ ଖାଲଖମାରେ ପରିଣତ ହୋଇଛି। ସେହିପରି ପୌରପରିଷଦ କଥା ନ କହିଲେ ଭଲ। ସହରର ନାନାଦି ସମସ୍ୟା ଲାଗି ରହିଥିଲେ ମଧ୍ୟ ବର୍ତ୍ତମାନ ମୁଖ୍ୟ ସମସ୍ୟା ମଧ୍ୟରେ ରାସ୍ତାଘାଟ ଥିବାରୁ ଏଥିପ୍ରତି ସରକାର ଦୃଷ୍ଟି ଦେଇ ସହରର ସୌନ୍ଦର୍ଯ୍ୟକରଣ ଓ ରାସ୍ତାଘାଟର ସୁବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ପାଇଁ ପାରଳା ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri