ପୁଡୁଚେରୀ କାହାଣୀ

ଜାନୁୟାରୀ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ରାଜନୈତିକ ନାଟକ ଏବେ ବି ଚାଲିଛି। ଇତିମଧ୍ୟରେ ଡିଏମ୍‌କେ ସମର୍ଥିତ କଂଗ୍ରେସ ସରକାରର ପତନ ଘଟିଛି। ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସରକାରକୁ ସଂଖ୍ୟାଲଘୁରେ ପରିଣତ କରିବାରେ ୭ ଜଣ ବିଧାୟକ(କଂଗ୍ରେସରୁ ଇସ୍ତଫା ଦେଇଥିବା ୫ ଜଣ ଓ ଅଯୋଗ୍ୟ ଘୋଷିତ ସଦସ୍ୟଙ୍କୁ ନେଇ ମୋଟ ୬ ଜଣ ଏବଂ ଡିଏମ୍‌କେର ଜଣେ)ଙ୍କ ଇସ୍ତଫା ରାସ୍ତା ସଫା କରିଦେଲା। ୩୦ ଆସନ ବିଶିଷ୍ଟ ବିଧାନସଭାରେ ଏହି କ୍ଷୁଦ୍ର ସଂଖ୍ୟାର ପରିବର୍ତ୍ତନ ନିର୍ଣ୍ଣାୟକ ରୂପ ଧାରଣ କଲା। ଏଥିସହିତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭାରେ ରାଷ୍ଟ୍ରପତିଙ୍କ ଦ୍ୱାରା ୩ ଜଣ ମନୋନୀତ ସଦସ୍ୟ ରହନ୍ତି। ଅର୍ଥାତ୍‌ କେନ୍ଦ୍ରରେ ଯେଉଁ ଦଳ ଶାସନ କଲା ତା’ରି ଚେଲାଚାମୁଣ୍ଡା ମନୋନୀତ ଆସନ ଅକ୍ତିଆର କରନ୍ତି। ଏଠାରେ ଉଲେଖଯୋଗ୍ୟ ଯେ, ଭାରତୀୟ ସମ୍ବିଧାନରେ କୌଣସି ବିଧାନସଭା କିମ୍ବା ସଂସଦରେ ମନୋନୀତ ସଦସ୍ୟମାନଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାର ବ୍ୟବସ୍ଥା କରାଯାଇନାହିଁ। ସେଥିରୁ କୁହାଯାଇପାରେ ଯେ, ସରକାରଙ୍କ ଦ୍ୱାରା ଲୋଡ଼ାଯାଉଥିବା ଆସ୍ଥାଭୋଟରେ ମଧ୍ୟ ମନୋନୀତ ସଦସ୍ୟ ଭୋଟ ଦେବାରୁ ବଞ୍ଚିତ ହେବା କଥା। କିନ୍ତୁ ପୁଡ଼ୁଚେରୀ ବିଧାନସଭାର ବାଚସ୍ପତି ଭି.ପି. ଶିବକୋଲୁନ୍ଦୁଙ୍କ ନିଷ୍ପତ୍ତି ଅନୁଯାୟୀ ୩ ଜଣ ମନୋନୀତ ସଦସ୍ୟ ଭୋଟ ଦେବାର ଅନୁମତି ପାଇଲେ। ଏଭଳି ଅସାମ୍ବିଧାନିକ ନିଷ୍ପତ୍ତି ନେଇଥିବା ବାଚସ୍ପତି ନିଜେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ବିଧାନସଭାର ସଦସ୍ୟ ହୋଇଛନ୍ତି। ସେଥିପାଇଁ ଅନୁମାନ କରାଯାଇପାରିବ ଯେ,ବାଚସ୍ପତି ମଧ୍ୟ ପଟ ପରିବର୍ତ୍ତନ କରିଦେଇପାରିଥାଆନ୍ତି। ଅର୍ଥାତ୍‌ କେବଳ ୭ ଜଣ ନୁହଁ, ନାରାୟଣସ୍ବାମୀଙ୍କ ବିରୋଧରେ ତାଙ୍କ ଦଳର ବାଚସ୍ପତି ଯିବା ଫଳରେ ସଂଖ୍ୟା ୮କୁ ବୃଦ୍ଧିପାଇ ଥାଇପାରେ।
ପୁଡୁଚେରୀରେ ଘଟିଥିବା ଶାସନରେ ପରିବର୍ତ୍ତନ ଅନେକ ପୂର୍ବ ଘଟଣାକୁ ମନେପକାଉଛି। ଜରୁରିକାଳୀନ ପରିସ୍ଥିତି ଏବଂ ବିଶେଷକରି କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରର ୧୦ ବର୍ଷ ଶାସନ କାଳରେ ଘଟିିଥିବା ଦୁର୍ନୀତି ଏବଂ ଅବିଚାରକୁ ପରାସ୍ତ କରିବା ପାଇଁ ଦେଶବାସୀ ମନସ୍ଥ କରି ପରିବର୍ତ୍ତନ ଘଟାଇଥିଲେ। କଂଗ୍ରେସକୁ ୨୦୧୪ ଓ ୨୦୧୯ରେ ପରାଜିତ କରିବାର ଶ୍ରେୟ କେବଳ ସାଧାରଣ ଭାରତୀୟ ଭୋଟରଙ୍କୁ ଦିଆଯାଇପାରିବ। ସେହି ସୁଯୋଗର ଲାଭ ନେବା ପାଇଁ କେବଳ ଭାରତୀୟ ଜନତା ପାର୍ଟି( ଭାଜପା) ସକ୍ଷମ ଥିଲା ବୋଲି ମୋଦିଙ୍କର ନେତୃତ୍ୱ ଜାହିର ହୋଇପାରିଲା। ସମସ୍ତେ ସ୍ବୀକାର କରିବେ ଯେ, ଅର୍ଥନୈତିକ ଦୃଷ୍ଟିକୋଣରୁ ଭାରତରେ ଘଟୁଥିତ୍ବା ଅଭିବୃଦ୍ଧି ଆଜି ଧ୍ୱଂସ ପାଇଯାଇଛି। ଏହା ମଧ୍ୟ ସ୍ବୀକାର୍ଯ୍ୟ ଯେ, କେବଳ କରୋନାଜନିତ ଲକ୍‌ଡାଉନ ନୁହେଁ, ଭାରତର ଅର୍ଥନୀତିକୁ ବିମୁଦ୍ରୀକରଣଠାରୁ ମାରାମତ୍କ ଚୋଟ ବାଜିଥିଲା। ତେବେ ରାଜନୈତିକ ଦୃଷ୍ଟିକୋଣରୁ ବିଶେଷଜ୍ଞମାନେ ଚିନ୍ତା କରିଥିଲେ ଯେ, ଭାଜପା ଏକ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତି ଅପଣାଇବ। ତାହାର ଏକମାତ୍ର କାରଣ ଭାବେ ସେମାନେ କହୁଥିଲେ ଯେ, କଂଗ୍ରେସ ଚରିତ୍ରଠାରୁ ଭିନ୍ନ ହୋଇପାରିଲେ ଭାଜପା ଅଧିକ ଦିନ କ୍ଷମତାରେ ତିଷ୍ଠିବା ସମ୍ଭବପର ହେବ। ଏହା ବ୍ୟତୀତ ଦଳ ଭିତରୁ ବିଭିନ୍ନ ପ୍ରାନ୍ତର ବରିଷ୍ଠ ନେତାମାନଙ୍କୁ ସଭାପତି ପଦ ଦେଇ ଭାଜପା ତାହାର ଗଣତାନ୍ତ୍ରିକ ଚରିତ୍ରକୁ ସୁଦୃଢ଼ କରିବା ପାଇଁ ପଦାରେ ଦେଖାଇଆସୁଛି। କିନ୍ତୁ ଏବେକାର ପରିସ୍ଥିତିରେ ବିଶେଷ କରି ପୁଡୁଚେରୀ ଏବଂ ତା’ ପୂର୍ବରୁ ମଧ୍ୟପ୍ରଦେଶ ଘଟଣାକୁ ଦେଖିବା ପରେ ସେହି ରାଜନୈତିକ ବିଶେଷଜ୍ଞମାନେ ନୀରବ ପଡିଯାଇଛନ୍ତି। ଏହାସତ୍ୟ ଯେ, ସାଧାରଣ ଲୋକଙ୍କ ପାଖରେ ମୋଦିଙ୍କ ଭାବମୂର୍ତ୍ତି ଆଜି ମଧ୍ୟ ସକାରାମତ୍କ ରହିଛି। ଅନ୍ୟପଟେ ପୁଡୁଚେରୀରେ ଯେଉଁଭଳି ରାଷ୍ଟ୍ରପତିଙ୍କ ଦ୍ୱାରା ୩ ଜଣ ମନୋନୀତ ବିଧାନସଭା ସଦସ୍ୟ ଭୋଟଦେବା ପାଇଁ ବାଚସ୍ପତିଙ୍କ ଅନୁମତି ପାଇଲେ ସେଥିରୁ ବୁଝାପଡୁଛି ଯେ, କେନ୍ଦ୍ର ସରକାରଙ୍କ ପ୍ରବଳ ଚାପରେ ଏଭଳି ଘଟଣା ଘଟିପାରିଲା।
ଦୋହରାଇବାକୁ ଯାଇ କୁହାଯାଇପାରିବ ଯେ, ସାଧାରଣ ଭାରତୀୟ କଂଗ୍ରେସ ଚରିତ୍ର ଦ୍ୱାରା ଅତିଷ୍ଠ ହୋଇ ବ୍ୟବସ୍ଥାକୁ ବଦଳାଇବାକୁ ଇଚ୍ଛାକରି ଆସିଥିଲେ। ଭାଜପାକୁ ଭିନ୍ନ ଭାବି କ୍ଷମତାକୁ ଆଣିଥିଲେ। ଦୁଃଖର ବିଷୟ ଯେ ଗାତର ଦୋଷ ଭଳି ଭାଜପା ମଧ୍ୟ ନିରାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri