ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୦।୯: ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ ଭାବରେ ପରୀକ୍ଷାନିରୀକ୍ଷା ଚଳାଇବ। କମ୍ପାନୀ ଏହାକୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଚଳାଇବାକୁ ଯୋଜନା କରୁଛି। ଏହି ସମୟ ମଧ୍ୟରେ ପ୍ରତିବର୍ଷ ପ୍ରାୟ ୩,୦୦୦ ପ୍ଲାଜମା ଶଟ ନେବାର ଲକ୍ଷ୍ୟ ରଖାଯାଇଛି।

ପୃଥିବୀରେ ସୂର୍ଯ୍ୟ ଭଳି ଶକ୍ତି ଉତ୍ପାଦନ କରିବା ପ୍ରୟାସରେ ଭାରତ ଏକ ବଡ଼ ପଦକ୍ଷେପ ଆଗକୁ ବଢ଼ାଇଛି। ବେଙ୍ଗାଲୁରୁର ଷ୍ଟାର୍ଟଅପ ‘ପ୍ରନୋସ ଫ୍ୟୁଜନ’ ନିଜର ଟୋକାମାକ (Tokamak) ’ପ୍ରଜ୍ଞା’ରେ ପ୍ରଥମ ଥର ପାଇଁ ପ୍ଲାଜମା ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛି। Earth.com ରିପୋର୍ଟ ଅନୁସାରେ, ପ୍ରାୟ ୪୦ ସେଣ୍ଟିମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ଟୋକାମାକକୁ ମାତ୍ର ୮ ମାସ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଏହା ୨୦ କୋଟି ଡିଗ୍ରୀ ସେଣ୍ଟିଗ୍ରେଡ୍ର ଏକ ମହାପରୀକ୍ଷା। ଏହି ସଫଳତା ଭାରତର ଆଣବିକ ସଂଯୋଜନ (ନ୍ୟୁକ୍ଲିୟର ଫ୍ୟୁଜନ) ଗବେଷଣାରେ ଘରୋଇ କ୍ଷେତ୍ରର ବଢ଼ୁଥିବା ଭୂମିକାକୁ ଦର୍ଶାଉଛି। ଏବେ ଏହି ଜ୍ଞାନକୌଶଳ ମାଧ୍ୟମରେ ପ୍ଲାଜମାକୁ ନିୟନ୍ତ୍ରଣ କରିବା, ତାର ଯାଞ୍ଚ କରିବା ଏବଂ ଫ୍ୟୁଜନ ଏନର୍ଜି ସହ ଜଡ଼ିତ ପ୍ରଯୁକ୍ତିବିଦ୍ୟାକୁ ବିକଶିତ ତଥା ପରୀକ୍ଷଣ କରିବା ଦିଗରେ କାର୍ଯ୍ୟ କରାଯିବ।

ପ୍ରଜ୍ଞାର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପରୀକ୍ଷଣ ଯନ୍ତ୍ର, ଯାହା ଉପରେ କମ୍ପାନୀ କ୍ରମାଗତ ଭାବରେ ପରୀକ୍ଷା କରିବ। କମ୍ପାନୀ ଏହାକୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଚଳାଇବାକୁ ଯୋଜନା କରୁଛି। ଏହି ସମୟ ମଧ୍ୟରେ ପ୍ରତିବର୍ଷ ପ୍ରାୟ ୩,୦୦୦ ପ୍ଲାଜମା ଶଟ ନେବାର ଲକ୍ଷ୍ୟ ରହିଛି। ଅର୍ଥାତ ଦୈନିକ ପ୍ରାୟ ୧୦ରୁ ୧୨ ଥର ପ୍ଲାଜମା ତିଆରି କରି ସେଥିରୁ ତଥ୍ୟ (ଡାଟା) ସଂଗ୍ରହ କରାଯିବ। ଏହି ଡାଟା ଭବିଷ୍ୟତରେ ବଡ଼ ଫ୍ୟୁଜନ ରିଆକ୍ଟର ର୍ନିମାଣ କରିବାରେ ସାହାଯ୍ୟ କରିପାରିବ।

ପ୍ରଜ୍ଞା ଟୋକାମାକ ପ୍ରଥମେ ପାତ୍ର (vessel) ଭିତରେ ପ୍ରବଳ ଶୂନ୍ୟସ୍ଥାନ (ଭାକ୍ୟୁମ) ସୃଷ୍ଟି କରେ। ଏହାପରେ ହାଇଡ୍ରୋଜେନ ଆଇସୋଟୋପ, ହାଇଡ୍ରୋଜେନ କିମ୍ୱା ଡ୍ୟୁଟେରିୟମକୁ ଚାମ୍ୱର ଭିତରକୁ ପ୍ରବେଶ କରାଯାଏ। ଏହାକୁ ସେପର୍ଯ୍ୟନ୍ତ ଉତ୍ତପ୍ତ କରାଯାଏ, ଯେପର୍ଯ୍ୟନ୍ତ ପରମାଣୁଗୁଡ଼ିକ ସେମାନଙ୍କର ଇଲେକ୍ଟ୍ରନ ନ ହରାନ୍ତି। ଏହାଦ୍ୱାରା ଗ୍ୟାସ ବୈଦ୍ୟୁତିକ ଭାବେ ଚାଜର୍‌ଡ ପ୍ଲାଜମାରେ ପରିଣତ ହୋଇଯାଏ। ଏହି ପ୍ରକ୍ରିୟା ଏକ ସୁପରିଚାଳିତ ମିଲିଟାରୀ କଣ୍ଟ୍ରୋଲ ରୁମ୍ଠାରୁ କୌଣସି ଗୁଣରେ କମ ନୁହେଁ।

ଏହି ଚୁମ୍ୱକ ଚୀନର ବର୍ଣ୍ଣିଂ ପ୍ଲାଜମା ଏକ୍ସପେରିମେଣ୍ଟାଲ ସୁପରକଣ୍ଡକ୍ଟିଂ ଟୋକାମାକ (BEST)ରେ ବ୍ୟବହୃତ ହେବ, ଯାହାକୁ ପ୍ରାୟତଃ “କୃତ୍ରିମ ସୂର୍ଯ୍ୟ” କୁହାଯାଏ। ଖବର ଅନୁଯାୟୀ, ଚୀନ ୨୦୨୭ ଶେଷ ସୁଦ୍ଧା BEST କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଏବଂ ୨୦୩୦ ସୁଦ୍ଧା ଫ୍ୟୁଜନ୍ରୁ ବିଦ୍ୟୁତ ଉତ୍ପାଦନ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ରାଜନୀତିରେ ବଡ଼ ହଲଚଲ: ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ TMCର ବିଦ୍ରୋହୀ, କହିଲେ- ଆପଣ ଲଢ଼ିଲେ ଆମେ…

କୋଲକାତା,୧୦।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ନନ୍ଦୀଗ୍ରାମରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ନ୍ତୁ ବୋଲି…

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

‘ମୋତେ ଲାଜ ଲାଗୁଛି’, ଏମିତି କାହିଁକି କହିଲେ ନୀତିନ ଗଡକରୀ, ଯାହାକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍‌ଲୀ,୧୦।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମୁମ୍ୱାଇ-ଗୋଆ ହାଇୱେ ପ୍ରକଳ୍ପରେ ହୋଇଥିବା ବିଳମ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗୋଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri