ପଲିଥିନରୁ ବାହାରୁଥିଲା ପଚା ଦୁର୍ଗନ୍ଧ, ଲୋକେ ଡକାଇଲେ ପୋଲିସ

ବାସୁଦେବପୁର,୧।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ଭୈରବପୁର ଛକ ନିକଟସ୍ଥ ରାସ୍ତାପାର୍ଶ୍ୱରେ ପଡିରହିଥିଲା ପଲିଥିନ ଭିତରେ ଏକ ମୃତଦେହ। ଏଥିରୁ ବାହାରୁଥିଲା ପଚା ଦୁର୍ଗନ୍ଧ। ଏହି ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଜମିଥିଲା ଲୋକଙ୍କ ଭିଡ଼। ପଲିଥିନ ଭିତରେ ଶିଶୁର ମୃତଦେହ ଥିବା ସନ୍ଦେହ କରାଯାଇଥିଲା। କେହି ହତ୍ୟା କରି ରାସ୍ତା କଡରେ ଫିଙ୍ଗି ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଥିଲା।
ଏନେଇ ଖବର ପହଞ୍ଚିଥିଲା ପୌରପାଳିକା ସହ ବାସୁଦେବପୁର ଥାନାରେ। ପୋଲିସ ପହଞ୍ଚି ପଲିଥିନ ଖୋଲିଥିଲା। ସେଥିରେ ଥିଲା ଏକ କୁକୁରର ମୃତଦେହ।