ସଙ୍କଟରେ ଇସ୍ପାତ ଶିଳ୍ପ

ଯାଜପୁର ଅଫିସ, ୨୧।୬: ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ପାଇଁ କଞ୍ଚାମାଲ ଉତ୍ତୋଳନ ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଠିକ୍‌ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି। କିନ୍ତୁ ବର୍ଷେ ହେଲା ଉପଯୁକ୍ତ ପରିଚାଳନାଗତ ତ୍ରୁଟି ଯୋଗୁ ଷ୍ଟିଲ ପ୍ଲାଣ୍ଟଗୁଡିକ ଆବଶ୍ୟକ କରୁଥିବା ଲୁହାପଥରର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି। ଏଥିରେ ନିଜସ୍ବ ଖଣି ନ ଥିବା ଷ୍ଟିଲ ପ୍ଲାଣ୍ଟଗୁଡିକ ପାଇଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସମ୍ପୃକ୍ତ ଷ୍ଟିଲ ପ୍ଲାଣ୍ଟଗୁଡିକରେ ନିର୍ଭରଶୀଳ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହିକ୍ରମରେ ନିଲାମ ଚୂଡାନ୍ତ ହୋଇ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବା ଖଣିଗୁଡିକୁ ଓଏମ୍‌ସି ଅଧୀନକୁ ନେଇ ଲୁହାପଥର ଉତ୍ତୋଳନ କରିବାକୁ ଶିଳ୍ପସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ତଥ୍ୟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ଲୁହାପଥର ଉତ୍ପାଦନ ୧୪୨ ମିଲିୟନ ଟନ୍‌ ହୋଇଥିବାବେଳେ ୨୦୨୦-୨୧ରେ ତାହା ୩୧ ମିଲିୟନ ଟନ୍‌ ହ୍ରାସ ପାଇ ୧୧୧ ମିଲିୟନ ଟନ୍‌ ହୋଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୧୭.୪ ମିଲିୟନ ଟନ୍‌ ଲୁହାପଥର ଓଡ଼ିଶା ବାହାରକୁ ରପ୍ତାନି କରାଯାଇଥିବାବେଳେ ୨୦୨୦-୨୧ରେ ଏହା ୧୧.୬ ମିଲିୟନ ଟନ୍‌ ବୃଦ୍ଧି ପାଇ ୨୯ ମିଲିୟନ ଟନ୍‌ରେ ପହଞ୍ଚିଛି। ଫଳସ୍ବରୂପ ରାଜ୍ୟରେ ଗତବର୍ଷ ତୁଳନାରେ ଏହି ବର୍ଷ ୪୨ ମିଲିୟନ ଟନ୍‌ ଲୁହାପଥରର ଅଭାବ ଦେଖାଦେଇଛି। ଏହି କାରଣରୁ ଲୁହାପଥର ଦର ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଜୁନ ୨୦୨୦ରେ ଲୁହାପଥର ମୂଲ୍ୟ ଟନ୍‌ ପିଛା ୨୨୦୦ ଟଙ୍କା ଥିଲାବେଳେ ଜୁନ ୨୦୨୧ରେ ଏହା ଅଭୂତପୂର୍ବ ଭାବେ ବୃଦ୍ଧି ପାଇ ଟନ୍‌ ପିଛା ୧୨,୦୦୦ ଟଙ୍କାରେ ପହଞ୍ଚିଛି।
ନିଜସ୍ବ ଖଣି ନ ଥିବା ଷ୍ଟିଲ ପ୍ଲାଣ୍ଟଗୁଡିକ ଲୁହାପଥର ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ଉପରେ ନିର୍ଭର କରିଥାନ୍ତି। ୨୦୨୦-୨୧ରେ ରାଜ୍ୟରେ ଉତ୍ପାଦିତ ୧୧୧ ମିଲିୟନ ଟନ୍‌ ଲୁହାପଥରରୁ ଓଏମ୍‌ସି ମାତ୍ର ୧୩ ମିଲିୟନ ଟନ୍‌ ଲୁହାପଥର ଉତ୍ପାଦନ କରିଥିଲା। ନିଜସ୍ବ ଲୁହାପଥର ଖଣି ଥିବା ଶିଳ୍ପ ସଂସ୍ଥା ଯଥା ଟାଟା ଷ୍ଟିଲ, ସେଲ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ଆରସେଲର ମିତ୍ତଲ ଓ ଜେଏସ୍‌ପିଏଲ ୬୫ ମିଲିୟନ ଟନ୍‌ ଲୁହାପଥର ଉତ୍ପାଦନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଦେଖାଦେଇଥିବା ଲୁହାପଥର ଅଭାବ ଓ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ହେଲେ ଓଏମ୍‌ସିକୁ ଲୁହାପଥର ଉତ୍ପାଦନ ବାର୍ଷିକ ୧୩ ମିଲିୟନ ଟନ୍‌ରୁ ବଢ଼ାଇ ୨୬ ମିଲିୟନ ଟନ୍‌ କରିବାକୁ ପଡିବ ବୋଲି କେତେଜଣ ଶିଳ୍ପ ସଂସ୍ଥା କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି। ଖଣି ନିଗମ ଅଧୀନରେ ଥିବା ଜିଲିଙ୍ଗ ଓ ଗୁଆଳି ଲୁହାପଥର ଖଣିରୁ ବାର୍ଷିକ ୧୧ ମିଲିୟନ ଟନ୍‌ ଏବଂ ଦୈତାରୀ, ଗନ୍ଧମାର୍ଦ୍ଦନ ଓ କୋଇଡା ଖଣିରୁ ବାର୍ଷିକ ୧୫ ମିଲିୟନ ଟନ୍‌ ଲୁହାପଥର ଉତ୍ପାଦନ କରିବା ପାଇଁ ଶିଳ୍ପ ସଂସ୍ଥାଗୁଡିକ ଓଏମ୍‌ସି ନିକଟରେ ଦାବି ଜଣାଇଛନ୍ତି। ଏହାସହ ନିଲାମ ପ୍ରକ୍ରିୟାରେ ନଦୀଡ଼ିହ, ତେହେରାଇ, ରେଙ୍ଗାଳବେଡ଼ା ଓ ବଳଦା ଲୁହାପଥର ଖଣି ହାତେଇଥିବା ସଂସ୍ଥା ବର୍ତ୍ତମାନ ସୁଦ୍ଧା ଲୁହାପଥର ଉତ୍ପାଦନ ଆରମ୍ଭ କରିନାହାନ୍ତି। ଏହି ଲୁହାପଥର ଖଣିଗୁଡିକୁ ଓଏମ୍‌ସି ଅଧୀନକୁ ନେଇ ଲୁହାପଥର ଉତ୍ପାଦନ କରିବା ପାଇଁ କଳିଙ୍ଗନଗର ଇଣ୍ଡଷ୍ଟ୍ରି ଆସୋସିଏଶନ (କେଏନଆଇଏ)ଓ ଆସୋସିଏଟେଡ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?