‘ରହଣି’ରେ ରାଜ୍ୟର ଦ୍ୱିତୀୟ ସୈନିକ ସ୍କୁଲ

ଢେଙ୍କାନାଳ ଅଫିସ,୨୮।୩: ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ସୈନିକ ସ୍କୁଲ ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ‘ରହଣି’ଠାରେ ପ୍ରତିଷ୍ଠା ହେବ। ଆସନ୍ତା ଶିକ୍ଷାବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ। ଏଥିଲାଗି କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁଜସଙ୍କେତ ମିଳିଛି। ତେବେ ପ୍ରସ୍ତାବିତ ସୈନିକ ସ୍କୁଲ ଭିନ୍ନଧରଣର ହେବ। ଆକାଶ ଫାଉଣ୍ଡେଶନ ପକ୍ଷରୁ ପରିଚାଳିତ ‘ସଂସ୍କାର ପବ୍ଲିକ୍‌ ସ୍କୁଲ’ରେ ଏହାକୁ କାର୍ଯ୍ୟକାରୀ କରାଯିବ। ଶିକ୍ଷାନୁଷ୍ଠାନ ପରିଚାଳନାରେ ବିଭିନ୍ନ ଏନ୍‌ଜିଓ, ଘରୋଇ ଏବଂ ସରକାରୀ ସ୍କୁଲ ସହଭାଗୀ ହେବେ ବୋଲି ନିଷ୍ପତ୍ତି ହୋଇଛି।
ସେନାବାହିନୀରେ ଭର୍ତ୍ତି ହେବାଲାଗି ଆବଶ୍ୟକ ଜ୍ଞାନକୌଶଳ, ପ୍ରଶିକ୍ଷଣ ଏବଂ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସୈନିକ ସ୍କୁଲର ବଡ଼ ଭୂମିକା ରହିଛି। ଏଥିଲାଗି ସର୍ବଭାରତୀୟସ୍ତରରେ ୧୧୦୦ ସ୍କୁଲ ପକ୍ଷରୁ ଆବେଦନ କରାଯାଇଥିଲା। ଓଡ଼ିଶା ସମେତ ୨୧ ରାଜ୍ୟରେ ଏଭଳି ସହଭାଗିତାଭିତ୍ତିକ ସୈନିକ ସ୍କୁଲ ଖୋଲିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ ମିଳିଥିବାବେଳେ ଏଥିରେ ସାମିଲ ହୋଇଛି ସଂସ୍କାର ପବ୍ଲିକ୍‌ ସ୍କୁଲ। ଶିକ୍ଷାନୁଷ୍ଠାନରେ ସୈନିକ ସ୍କୁଲ କାର୍ଯ୍ୟକ୍ଷମ କରିବା ଲାଗି ଦୁଇମାସ ତଳେ ବିଦ୍ୟାଳୟ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। ଏହାପରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭିତ୍ତିଭୂମି ପରଖିବା ପାଇଁ ପରିଦର୍ଶନରେ ଆସିଥିଲେ। ସେଣ୍ଟ୍ରାଲ କମାଣ୍ଡର ବରିଷ୍ଠ ଅଧିକାରୀ, ଭୁବନେଶ୍ୱର ସୈନିକ ସ୍କୁଲ ପ୍ରିନ୍ସିପାଲ, ସରାଙ୍ଗ ନବଦୋୟ ବିଦ୍ୟାଳୟ ପ୍ରିନ୍ସିପାଲ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ‘ରହଣି’ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ହେଲେ ଢେଙ୍କାନାଳ, ଅନୁଗୋଳ, ଯାଜପୁର ଜିଲାର ଛାତ୍ରୀଛାତ୍ର ପ୍ରତିରକ୍ଷା ବିଭାଗରେ କ୍ୟାରିୟର କରିବାରେ ସୁଯୋଗ ପାଇପାରିବେ ବୋଲି ଆଶା ଉଜ୍ଜୀବିତ ହୋଇଛି। ସୈନିକ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଯାଏ ପିଲା ପଢ଼ିବାର ସୁଯୋଗ ପାଇବେ। ପ୍ରତି ଶ୍ରେଣୀରେ ୧୦୦ ଜଣ ଲେଖାଏ ଛାତ୍ରୀଛାତ୍ର ନାମ ଲେଖାଇପାରିବେ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ସବୁଜିମା ବଳୟ ଘେରା ‘ରହଣି’ର ୧୮ ଏକର ଜମିରେ ୨୦୧୪ରୁ କାର୍ଯ୍ୟକ୍ଷମ ହୋଇଛି ସଂସ୍କାର ପବ୍ଲିକ ସ୍କୁଲ। ସିବିଏସ୍‌ଇ ମାନ୍ୟତାପ୍ରାପ୍ତ ଏହି ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ସୈନିକ ସ୍କୁଲ ଖୋଲିବା ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମି ରହିଛି। ଏଠାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସୁବିଧା ଥିବାବେଳେ ୬୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢୁଛନ୍ତି। ୨୫୦ ପିଲାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ରହିଛି। ଶିକ୍ଷାଦାନ ପାଇଁ ୩୦ରୁ ଅଧିକ ଶିକ୍ଷୟିତ୍ରୀଶିକ୍ଷକ ଏବଂ ୫୦ କର୍ମଚାରୀ ଅଛନ୍ତି। ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଥିବାରୁ ଢେଙ୍କାନାଳ, ଯାଜପୁର ଜିଲାର ବିଭିନ୍ନ ସ୍ଥାନରୁ ବହୁ ଛାତ୍ରୀଛାତ୍ର ଦୈନିକ ବସ୍‌ରେ ଯାତାୟାତ କରୁଛନ୍ତି। ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ୱର, କଟକ, ଅନୁଗୋଳ ଜିଲାର ପିଲାମାନେ ହଷ୍ଟେଲରେ ରହି ପଢୁଛନ୍ତି। ଏଠାରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ପାଇଁ ଆବଶ୍ୟକ ସମସ୍ତ ସୁବିଧା ଉପଲବ୍ଧ ଅଛି। ଗୋପାଳନ, ମତ୍ସ୍ୟଚାଷ, ବତକ ଚାଷ, ମହୁଚାଷ, ଉଦ୍ୟାନ କୃଷି, ଜୈବିକ କୃଷି, କମ୍ପ୍ୟୁଟର କୋଡିଂ ବିଷୟରେ ଶିକ୍ଷାଦାନ କରାଯାଉଛି। ଗୁଜରାଟ ଭାବାନଗରରୁ ‘ଗିର୍‌’ ପ୍ରଜାତିର ଗାଈ ଅଣାଯାଇ ଗୋ-ଶାଳା କରାଯାଇଛି। ସ୍ବତନ୍ତ୍ର ଭାବେ ଏନ୍‌ସିସି, ସ୍କାଉଟ୍ସ, ଗାଇଡ୍ସ ବିଭାଗ ରହିଛି। ଏହି ସ୍କୁଲ ସର୍ବଭାରତୀୟସ୍ତରରେ ୨ ଥର ଶ୍ରେଷ୍ଠ ସିବିଏସ୍‌ଇ ସ୍କୁଲ ଆୱାର୍ଡ ପାଇଛି। କ୍ରୀଡ଼ା, କୁଇଜ୍‌ ପ୍ରତିଯୋଗିତାରେ ମଧ୍ୟ ଛାତ୍ରୀଛାତ୍ରମାନେ ସର୍ବଭାରତୀୟସ୍ତରରେ ପାରଦର୍ଶିତା ଲାଭ କରିଛନ୍ତି। ମନୋଜ କୁମାର ଥମ୍ବ ବିଦ୍ୟାଳୟର ପ୍ରିନ୍ସିପାଲ ଦାୟିତ୍ୱ ନିର୍ବାହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri