ରାଜ୍ୟର ପ୍ରଥମ କ୍ରିଟିକାଲ କେୟାର ବ୍ଲକରେ ବାହାରୁ ପଡ଼ିଛି ତାଲା, ଭିତରୁ ସବୁ ଯନ୍ତ୍ରପାତି ଗାଏବ, ବର୍ଷେ ନ ପୂରୁଣୁ…

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଜିଲାର ଡାକ୍ତରଖାନାଗୁଡିକରେ ଡାକ୍ତର ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ପଦବୀ ଖାଲି ପଡିଛି । ସେହିପରି ଜିଲା ମୁଖ୍ୟ ଡାକ୍ତରଖାନାରେ ହାଡଭଙ୍ଗା ରୋଗୀଙ୍କୁ କାର୍ଡବୋର୍ଡ ଚିକିତ୍ସା ଏବଂ ପରିବାର ନିୟୋଜନ ଅସ୍ତ୍ରୋପଚାର ଚାଲିଥିବା ସମୟରେ ଉଦ୍ଦିଷ୍ଟ ଯନ୍ତ୍ରପାତି (ମେଶିନ) ଅଚଳ ହୋଇ ପଡିବାରୁ ଅସ୍ତ୍ରୋପଚାର ଅଧାରେ ଅଟକି ଯିବା ଜିଲାରେ ଚାଲିଥିବା ସ୍ବାସ୍ଥ୍ୟସେବାକୁ ପଦାରେ ପକାଇ ଦେଇଛି। କେବଳ ସେତିକି ନୁହେଁ, ନୂଆ ସରକାର ଆସିବାର ଦେଢବର୍ଷ ନ ପୂରୁଣୁ ପୂର୍ବ ସରକାର ଚାଲିଥିବା ସମୟରେ ସ୍ଥାପିତ ବରଗଡ଼ କ୍ୟାନସର ହସ୍ପିଟାଲରେ ଏବେ ତାଲା ଝୁଲୁଛି। ଅନ୍ୟପକ୍ଷରେ ଉଦ୍‌ଘାଟନର ବର୍ଷେ ନ ପୂରୁଣୁ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ୧୮ କୋଟି ୧୦ ଲକ୍ଷ ୯୭ ହଜାର ୯୨୦ ଟଙ୍କାରେ ନିର୍ମିତ ରାଜ୍ୟର ପ୍ରଥମ କ୍ରିଟିକାଲ କେୟାର ବ୍ଲକର ଯନ୍ତ୍ରପାତି ଗାଏବ ହୋଇ ଯାଇଛି । ତେବେ ଉକ୍ତ କ୍ରିଟିକାଲ କେୟାର ବ୍ଲକର ବାହାରେ ତାଲା ଝୁଲୁଥିବା ବେଳେ ଭିତରେ ରହିଥିବା ବିଭିନ୍ନ ଯନ୍ତ୍ରପାତି ଗାଏବ ହୋଇଯାଇଥିବା ଯୋଗୁ ଏଥିରେ ଦାୟିତ୍ୱରେ ରହିଥିବା ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ଭୂମିକାକୁ ନେଇ ସାଧାରଣରେ ନାନା ସନ୍ଦେହ ଉପୁଜିଛି । ସେହିପରି ଖୋଦ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏହି ଜିଲାର ପ୍ରଭାରୀ ଦାୟିତ୍ୱରେ ଥିବାବେଳେ ଦିନକୁ ଦିନ ଜିଲାରେ ଏଭଳି ସ୍ବାସ୍ଥ୍ୟସେବା ଅଧିକ ବିପର୍ଯ୍ୟସ୍ତ ହୋଇ ପଡିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ର ପିଏମ ଆୟୁଷ୍ମାନ ଭାରତ ଇନଫ୍ରାଷ୍ଟକଚର ମିଶନ ଗ୍ରାଣ୍ଟରେ ୩ମହଲା ବିଶିଷ୍ଟ ଉକ୍ତ କ୍ରିଟିକାଲ କେୟାର ବ୍ଲକ ସ୍ଥାପିତ ହୋଇଥିଲା। ଏଠାକାର ତଳ ମହଲାରେ ଜରୁରୀକାଳୀନ ୱାର୍ଡ ଓ ମାଇନର ଅପରେଶନ ଥିଏଟର, ଡାଇଲିସିସ ଏବଂ ଆଇସୋଲେଶନ ରୁମ ରହିଛି। ସେହିପରି ପ୍ରଥମ ମହଲାରେ ଅପରେଶନ ଥିଏଟର, ଲେବର ରୁମ ଏବଂ ୱାନ ଷ୍ଟପ ସେଣ୍ଟର ରହିଥିବାବେଳେ ଦ୍ବିତୀୟ ମହଲାରେ ହାଇ ଡିପେଣ୍ଡେନ୍ସି ୟୁନିଟ ଓ ଇନଟେନସିଭ କେୟାର ୟୁନିଟ ନିର୍ମିତ ହୋଇଛି। ଉକ୍ତ କ୍ରିଟିକାଲ କେୟାର ବ୍ଲକ ୫୦ ଶଯ୍ୟା ବିଶିଷ୍ଟ ଅଟେ। ସେଥିମଧ୍ୟରୁ ୩ ଶଯ୍ୟା ବିଶିଷ୍ଟ ଡାଇଲିସିସ, ୨୪ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ୱାର୍ଡ, ୮ଶଯ୍ୟା ବିଶିଷ୍ଟ ହାଇ ଡିପେଣ୍ଡେନ୍ସି ୟୁନିଟ, ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ, ୨ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ଚିକିତ୍ସା, ୨ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା ଏବଂ ୨ଶଯ୍ୟା ବିଶିଷ୍ଟ ପୋଷ୍ଟ ଅବଜରଭେଶନ ବ୍ୟବସ୍ଥା ରହିଥିଲା । ଏହା ସହିତ ପୋଲିସ ଆଉଟ ପୋଷ୍ଟ ଏବଂ ଫାୟାର କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିଛି। ଗତ ୨୦୨୪ ଅକ୍ଟୋବର ମାସ ୨୯ତାରିଖ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଏହାକୁ ଲୋକାର୍ପିତ କରିଥିଲେ। ଲୋକାର୍ପଣ ସମାରୋହରେ ବରଗଡ଼ ଲୋକସଭା ଏମପି ପ୍ରଦୀପ କୁମାର ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଜାତୀୟ ସ୍ବାସ୍ଥ୍ୟ ମିଶନ ଅତିରିକ୍ତ ନିର୍ଦ୍ଦେଶକ ମୃଣାଳକାନ୍ତି ଦାଶ, ଜିଲାପାଳ ଆଦିତ୍ୟ ଗୋୟଲ, ତତ୍କାଳୀନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ନିରୁପମା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଲୋକାର୍ପଣ ସମାରୋହରେ ଉପସ୍ଥିତ ଜନ ପ୍ରତିନିଧିମାନେ ନୂଆ ଭାଜପା ସରକାରର ପ୍ରତିବଦ୍ଧତା ତଥା ବିକାଶ ଜୟଯାତ୍ରାରେ ଉକ୍ତ କ୍ରିଟିକାଲ କେୟାର ବ୍ଲକ ଲୋକାର୍ପଣ ସମାରୋହ ଏକ ସ୍ମରଣୀୟ ମୂହୁର୍ତ୍ତ ବୋଲି କହିବା ସହିତ ଏଠାରେ ଉପଲବ୍ଧ ସ୍ବାସ୍ଥ୍ୟସେବା ଉପରେ ସୂଚନା ଦେଇଥିଲେ। ମାତ୍ର କେହି ବି ଜଣେ ଏଠାରେ ଉପଲବ୍ଧ ସେବା ନ ପାଉଣୁ ଏଠାରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି ଗାଏବ ହୋଇଯିବା ଲୋକଙ୍କୁ ଯେତିକି ଚକିତ କରିଛି, ଶାସନ, ପ୍ରଶାସନଠାରୁ ତହିଁରୁ ଅଧିକ ଭରସା ତୁଟି ବସିଛି।

ଅନ୍ୟପଟେ, ବରଗଡ଼ କ୍ରିଟିକାଲ କେୟାର ବ୍ଲକରୁ ଯନ୍ତ୍ରପାତି ଗାଏବ ଘଟଣାରେ ପୋଲିସର ଭୂମିକା ସନ୍ଦେହଜନକ ହୋଇ ପଡିଛି। ଉକ୍ତ କ୍ରିଟିକାଲ କେୟାର ବ୍ଲକରୁ ଯନ୍ତ୍ରପାତି ଚୋରି ନୂଆଁ ନୁହେଁ । ପୂର୍ବରୁ ଯନ୍ତ୍ରପାତି ଚୋରି ହୋଇଥିବା ଯୋଗୁ ଗତ ଜୁଲାଇ ମାସ ୧୯ତାରିଖ ଜିଲା ମୁଖ୍ୟ ଡାକ୍ତରଖାନାର ସୁପରିନଟେଣ୍ଡେଣ୍ଟ ଭଟଲି ଥାନାରେ ଏତଲା ଦେଇଥିଲେ। ସେତେବେଳେ ଉକ୍ତ କ୍ରିଟିକାଲ କେୟାର ବ୍ଲକରେ ଲାଗିଥିବା ସେଣ୍ଟ୍ରାଲ ଏସିରୁ କପର ତାର, ପ୍ୟୁରିଫାଏର ଏକ୍ବାଗାର୍ଡ, ୱାଟର ଟେବ, ସ୍ବାସ୍ଥ୍ୟ ଯନ୍ତ୍ରପାତି ଚୋରି ହେବା ସହିତ ଦୁର୍ବୃତ୍ତମାନେ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିବା ଏତଲାରେ ଉଲ୍ଲେଖ ରହିଥିଲା । ମାତ୍ର ଏତଲା ପାଇ ପୋଲିସ ମାମଲା ରୁଜୁ କରିବା ତ ଦୂରର କଥା, ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ମଧ୍ୟ କଲା ନାହିଁ । ଅନ୍ୟପକ୍ଷରେ ପୋଲିସର ସେଭଳି ଅବହେଳା ପାଇଁ ଉକ୍ତ କ୍ରିଟିକାଲ କେୟାର ବ୍ଲକରୁ ପୁଣି ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସର ସେଭଳି ନୀରବତା ନେଇ ଜିଲା ମୁଖ୍ୟ ଡାକ୍ତରଖାନାର ସୁପରିନଟେଣ୍ଡେଣ୍ଟ ପୁଣିଥରେ ଗତ ୩ତାରି ଅନ୍ୟ ଏକ ପତ୍ରରେ ଭଟଲି ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ପୂର୍ବ ଏତଲାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଉଲ୍ଲେଖ କରିଥିଲେ। ଏହାପରେ ପୋଲିସର ନିଦ ଭାଙ୍ଗିଥିଲା ଏବଂ ଘଟଣାକୁ ନେଇ ଗତ ୪ତାରିଖ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ୩୦୩(୨)ରେ ଏକ ମାମଲା ରୁଜୁ କରିଛି ସତ, କିନ୍ତୁ ଏପର୍ଯ୍ୟନ୍ତ ଏହା ମାମଲାରେ ସୀମିତ ରହିଯାଇ ଥିବାବେଳେ ପୋଲିସ ହାତ ଖାଲି ପଡ଼ିଛି । ତେବେ କାହା ଚାପରେ ଏବଂ କେଉଁ ସ୍ବାର୍ଥରେ ପୋଲିସ ଏତେଦିନ ଧରି ମାମଲା ସୁଦ୍ଧା ରୁଜୁ କରି ନଥିଲା, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ଜୋର୍‌ ଧରି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri