ଷ୍ଟେଟ୍‌ ସ୍କେଲ୍‌ ଅଧ୍ୟାପକ ଆଇଏଏସ୍‌ ଅଫିସର ହେବେ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟ ହାର ଦରମାପ୍ରାପ୍ତ(ଷ୍ଟେଟସ୍‌ ସ୍କେଲ୍‌ ଅଫ୍‌ ପେ) ଅଧ୍ୟାପକମାନେ ଆଇଏଏସ୍‌ ଅଫିସର ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇବେ। ଓଡ଼ିଶା ଶିକ୍ଷା ସେବା(ଓଇଏସ୍‌)କୁ ନନ୍‌ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖାଯାଇଛି। ଏଥିରେ କୁହାଯାଇଛି ଯେ ଓଇଏସ (ଷ୍ଟେଟସ୍‌ ସ୍କେଲ୍‌ ଅଫ୍‌ ପେ) କ୍ୟାଡରକୁ ନନ୍‌ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରାଯାଇ ନାହିଁ। ଏହି କ୍ୟାଡର ଗ୍ରୁପ-ଏ ଅଧ୍ୟାପକ ଓଡ଼ିଶା କ୍ୟାଡର ଆଇଏଏସ୍‌ ଚୟନରୁ ବଞ୍ଚିତ ହେଉଛନ୍ତି।
ଓଇଏସ୍‌ (ଷ୍ଟେଟସ୍‌ ସ୍କେଲ୍‌ ଅଫ୍‌ ପେ) କ୍ୟାଡର ଅଧ୍ୟାପକମାନେ ଗ୍ରୁପ-ବି’ରୁ ଚାକିରି ଆରମ୍ଭ କରନ୍ତି। ଏହାର ୮ ବର୍ଷ ପରେ ଗ୍ରୁପ-ଏ ବର୍ଗକୁ ପ୍ରବେଶ କରନ୍ତି। ଗ୍ରୁପ-ଏ’କୁ ପଦୋନ୍ନତି ପାଇବା ପରେ ସେହି ଅଧ୍ୟାପକମାନେ ସଂଶୋଧିତ ହାରରେ ୯,୩୦୦ରୁ ୩୪,୮୦୦ ଟଙ୍କା ସହିତ ୫୪୦୦ ଗ୍ରେଡ୍‌ ପେ ପାଇଥାଆନ୍ତି, ଯାହାକି ଓଏଏସ୍‌ କ୍ୟାଡର ଡେପୁଟି କଲେକ୍ଟର ପଦବୀ ସହ ସମାନ। ଏହି ପରିପ୍ରେକ୍ଷୀରେ ଓଇଏସ୍‌ (ଷ୍ଟେଟସ୍‌ ସ୍କେଲ୍‌ ଅଫ୍‌ ପେ) କ୍ୟାଡରକୁ ନନ୍‌ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରାଗଲେ ବରିଷ୍ଠ ଅଧ୍ୟାପକମାନେ ଓଡ଼ିଶା କ୍ୟାଡର ଆଇଏଏସ୍‌ ଚୟନ ତାଲିକାରେ ସାମିଲ ହୋଇପାରିବେ। ଓଇଏସ୍‌ କ୍ୟାଡରକୁ ନନ୍‌ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ଅନୁମୋଦନ ପରେ ବରିଷ୍ଠ ଅଧ୍ୟାପକମାନେ ଆଇଏଏସ୍‌ ଭଳି ପଦକୁ ପଦୋନ୍ନତି ପାଇ ପାରିବେ।
ଓଇଏସ୍‌ ଷ୍ଟେଟ୍‌ ସ୍କେଲ୍‌ କ୍ୟାଡରକୁ ଆଇଏଏସ୍‌ ପଦୋନ୍ନତି ତାଲିକାରେ ସାମିଲ କରାଯାଉ ନ ଥିବାରୁ ସରକାରୀ କଲେଜର ବରିଷ୍ଠ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିଲା। ଆଇଏଏସ୍‌ ଅଫିସର ତାଲିକାରେ ଦୀର୍ଘ ବର୍ଷ ଧରି ଅଧ୍ୟାପକମାନଙ୍କୁ ସାମିଲ କରାଯାଉ ନ ଥିବାରୁ ସରକାରୀ କଲେଜ ଶିକ୍ଷକ ସଂଘ ମଧ୍ୟ ଏ ନେଇ ବହୁବାର ଆପତ୍ତି ଉଠାଇଛି। ଓଏଏସ୍‌, ଓଆରଏସ୍‌ ଏବଂ ଓଏଫ୍‌ଏସ୍‌ ଭଳି କ୍ୟାଡର ଅଧିକାରୀମାନଙ୍କୁ ଆଇଏଏସ୍‌ ଅଫିସର ତାଲିକା ଭୁକ୍ତ କରାଯାଉଥିବା ବେଳେ ଶିକ୍ଷା କ୍ଷେତ୍ରକୁ ସର୍ବଦା ଅବହେଳା
ଷ୍ଟେଟ ସ୍କେଲ ଅଧ୍ୟାପକ ପ୍ରଦର୍ଶନ କରାଯାଉଛି। ନିଜ ନାମ ଗୋପନ ରଖି ଜଣେ ବରିଷ୍ଠ ଅଧ୍ୟାପକ କହିଛନ୍ତି ଯେ ସରକାରୀ ସ୍ତରରେ ଆମେମାନେ ଲବି କରି ପାରୁ ନ ଥିବାରୁ ଶିକ୍ଷକମାନଙ୍କୁ ଆଇଏଏସ୍‌ ଅଫିସର ପଦୋନ୍ନତି ମିଳୁନାହିଁ। ଗ୍ରୁପ-ଏ ବର୍ଗର ହୋଇଥିଲେ ମଧ୍ୟ ଶିକ୍ଷକମାନଙ୍କୁ ସବୁବେଳେ ଅଣଦେଖା କରାଯାଇ ଆସୁଛି । ଅନ୍ୟ କ୍ୟାଡର ଭଳି ଶିକ୍ଷା କ୍ଷେତ୍ରକୁ ମଧ୍ୟ ସମାନ ଅଧିକାର ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି। ଓଡ଼ିଶା ରାଜ୍ୟ ସରକାରୀ କଲେଜ ଶିକ୍ଷକ ସଂଘର ସଭାପତି ଡକ୍ଟର ମାନସ ବେହେରା କହିଛନ୍ତି ଯେ ଷ୍ଟେଟସ୍‌ ସ୍କେଲ୍‌ କ୍ୟାଡରକୁ ସାମିଲ କରିବା ପାଇଁ ସଂଘ ପକ୍ଷରୁ ବହୁଦିନ ଧରି ସରକାରଙ୍କ ନିକଟରେ ଦାବି କରାଯାଉଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଥିବା ପ୍ରସ୍ତାବ ସ୍ବାଗତଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri