ଷ୍ଟେଟ୍‌ ସ୍କେଲ୍‌ ଅଧ୍ୟାପକ ଆଇଏଏସ୍‌ ଅଫିସର ହେବେ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟ ହାର ଦରମାପ୍ରାପ୍ତ(ଷ୍ଟେଟସ୍‌ ସ୍କେଲ୍‌ ଅଫ୍‌ ପେ) ଅଧ୍ୟାପକମାନେ ଆଇଏଏସ୍‌ ଅଫିସର ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇବେ। ଓଡ଼ିଶା ଶିକ୍ଷା ସେବା(ଓଇଏସ୍‌)କୁ ନନ୍‌ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖାଯାଇଛି। ଏଥିରେ କୁହାଯାଇଛି ଯେ ଓଇଏସ (ଷ୍ଟେଟସ୍‌ ସ୍କେଲ୍‌ ଅଫ୍‌ ପେ) କ୍ୟାଡରକୁ ନନ୍‌ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରାଯାଇ ନାହିଁ। ଏହି କ୍ୟାଡର ଗ୍ରୁପ-ଏ ଅଧ୍ୟାପକ ଓଡ଼ିଶା କ୍ୟାଡର ଆଇଏଏସ୍‌ ଚୟନରୁ ବଞ୍ଚିତ ହେଉଛନ୍ତି।
ଓଇଏସ୍‌ (ଷ୍ଟେଟସ୍‌ ସ୍କେଲ୍‌ ଅଫ୍‌ ପେ) କ୍ୟାଡର ଅଧ୍ୟାପକମାନେ ଗ୍ରୁପ-ବି’ରୁ ଚାକିରି ଆରମ୍ଭ କରନ୍ତି। ଏହାର ୮ ବର୍ଷ ପରେ ଗ୍ରୁପ-ଏ ବର୍ଗକୁ ପ୍ରବେଶ କରନ୍ତି। ଗ୍ରୁପ-ଏ’କୁ ପଦୋନ୍ନତି ପାଇବା ପରେ ସେହି ଅଧ୍ୟାପକମାନେ ସଂଶୋଧିତ ହାରରେ ୯,୩୦୦ରୁ ୩୪,୮୦୦ ଟଙ୍କା ସହିତ ୫୪୦୦ ଗ୍ରେଡ୍‌ ପେ ପାଇଥାଆନ୍ତି, ଯାହାକି ଓଏଏସ୍‌ କ୍ୟାଡର ଡେପୁଟି କଲେକ୍ଟର ପଦବୀ ସହ ସମାନ। ଏହି ପରିପ୍ରେକ୍ଷୀରେ ଓଇଏସ୍‌ (ଷ୍ଟେଟସ୍‌ ସ୍କେଲ୍‌ ଅଫ୍‌ ପେ) କ୍ୟାଡରକୁ ନନ୍‌ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରାଗଲେ ବରିଷ୍ଠ ଅଧ୍ୟାପକମାନେ ଓଡ଼ିଶା କ୍ୟାଡର ଆଇଏଏସ୍‌ ଚୟନ ତାଲିକାରେ ସାମିଲ ହୋଇପାରିବେ। ଓଇଏସ୍‌ କ୍ୟାଡରକୁ ନନ୍‌ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ଅନୁମୋଦନ ପରେ ବରିଷ୍ଠ ଅଧ୍ୟାପକମାନେ ଆଇଏଏସ୍‌ ଭଳି ପଦକୁ ପଦୋନ୍ନତି ପାଇ ପାରିବେ।
ଓଇଏସ୍‌ ଷ୍ଟେଟ୍‌ ସ୍କେଲ୍‌ କ୍ୟାଡରକୁ ଆଇଏଏସ୍‌ ପଦୋନ୍ନତି ତାଲିକାରେ ସାମିଲ କରାଯାଉ ନ ଥିବାରୁ ସରକାରୀ କଲେଜର ବରିଷ୍ଠ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିଲା। ଆଇଏଏସ୍‌ ଅଫିସର ତାଲିକାରେ ଦୀର୍ଘ ବର୍ଷ ଧରି ଅଧ୍ୟାପକମାନଙ୍କୁ ସାମିଲ କରାଯାଉ ନ ଥିବାରୁ ସରକାରୀ କଲେଜ ଶିକ୍ଷକ ସଂଘ ମଧ୍ୟ ଏ ନେଇ ବହୁବାର ଆପତ୍ତି ଉଠାଇଛି। ଓଏଏସ୍‌, ଓଆରଏସ୍‌ ଏବଂ ଓଏଫ୍‌ଏସ୍‌ ଭଳି କ୍ୟାଡର ଅଧିକାରୀମାନଙ୍କୁ ଆଇଏଏସ୍‌ ଅଫିସର ତାଲିକା ଭୁକ୍ତ କରାଯାଉଥିବା ବେଳେ ଶିକ୍ଷା କ୍ଷେତ୍ରକୁ ସର୍ବଦା ଅବହେଳା
ଷ୍ଟେଟ ସ୍କେଲ ଅଧ୍ୟାପକ ପ୍ରଦର୍ଶନ କରାଯାଉଛି। ନିଜ ନାମ ଗୋପନ ରଖି ଜଣେ ବରିଷ୍ଠ ଅଧ୍ୟାପକ କହିଛନ୍ତି ଯେ ସରକାରୀ ସ୍ତରରେ ଆମେମାନେ ଲବି କରି ପାରୁ ନ ଥିବାରୁ ଶିକ୍ଷକମାନଙ୍କୁ ଆଇଏଏସ୍‌ ଅଫିସର ପଦୋନ୍ନତି ମିଳୁନାହିଁ। ଗ୍ରୁପ-ଏ ବର୍ଗର ହୋଇଥିଲେ ମଧ୍ୟ ଶିକ୍ଷକମାନଙ୍କୁ ସବୁବେଳେ ଅଣଦେଖା କରାଯାଇ ଆସୁଛି । ଅନ୍ୟ କ୍ୟାଡର ଭଳି ଶିକ୍ଷା କ୍ଷେତ୍ରକୁ ମଧ୍ୟ ସମାନ ଅଧିକାର ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି। ଓଡ଼ିଶା ରାଜ୍ୟ ସରକାରୀ କଲେଜ ଶିକ୍ଷକ ସଂଘର ସଭାପତି ଡକ୍ଟର ମାନସ ବେହେରା କହିଛନ୍ତି ଯେ ଷ୍ଟେଟସ୍‌ ସ୍କେଲ୍‌ କ୍ୟାଡରକୁ ସାମିଲ କରିବା ପାଇଁ ସଂଘ ପକ୍ଷରୁ ବହୁଦିନ ଧରି ସରକାରଙ୍କ ନିକଟରେ ଦାବି କରାଯାଉଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଥିବା ପ୍ରସ୍ତାବ ସ୍ବାଗତଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri