ନୂଆ ରୂପ ପାଇବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଭର୍ଚୁଆଲ୍‌ ସଂଗ୍ରହାଳୟ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ସଂଗ୍ରହାଳୟର ୬୩ତମ ପ୍ରତିଷ୍ଠା ଦିବସରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରତ୍ନତତ୍ତ୍ୱ ବିଭାଗ ଗ୍ୟାଲେରିରୁ ଏହି ଭର୍ଚୁଆଲ୍‌ ସଂଗ୍ରହାଳୟର ଶୁଭାରମ୍ଭ କରିଛନ୍ତି। ପ୍ରତ୍ନତତ୍ତ୍ୱ ଗ୍ୟାଲେରୀର ୩ଟି କୋଠରୀ ସହ ବ୍ରୋଞ୍ଜ ଗ୍ୟାଲେରୀ ମଧ୍ୟ ଏଥିରେ ସାମିଲ ହୋଇଛି। ତେବେ ଆସନ୍ତା ୨ରୁ ୩ ମାସ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଏହି ସଂଗ୍ରହାଳୟର ସମସ୍ତ ଗ୍ୟାଲେରୀ ଏବଂ ନୂଆ କରି ନିର୍ମାଣ ହେଉଥିବା ଗ୍ୟାଲେରୀର ମଧ୍ୟ ଭର୍ଚୁଆଲ୍‌ ଟୁର୍‌ ଆରମ୍ଭ କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
କଟକ ଆନନ୍ଦ ଭବନ ସମେତ ରାଜ୍ୟର ବିଭିନ୍ନ ସଂଗ୍ରହାଳୟକୁ ଭର୍ଚୁଆଲ୍‌ ସଂଗ୍ରହାଳୟରେ ପରିଣତ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେଠୀ କହିଥିଲେ, କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧରେ ଖୁବ୍‌ଶୀଘ୍ର ଜିଲା ସଂଗ୍ରହାଳୟ ଖୋଲାଯିବ। ନିର୍ଦ୍ଦେଶକ ଦାସ ରାଜ୍ୟ ସଂଗ୍ରହାଳୟରେ ବାହ୍ୟ ଆଲୋକୀକରଣ କରାଯାଉଥିବା ସୂଚନା ଦେଇଥିଲେ। ଆଗକୁ ବିଭିନ୍ନ ଦିବସ ଏବଂ ଉତ୍ସବରେ ସଂଗ୍ରହାଳୟକୁ ନୂଆ ରୂପରେ ସଜାଯିବ। ଖୁବ୍‌ଶୀଘ୍ର ଆହୁରି ୫ଟି ନୂଆ ଗ୍ୟାଲେରି ଖୋଲିବ। ସେଥିରେ ସମସାମୟିକ କଳା ଗ୍ୟାଲେରି, ମ୍ୟାନ୍‌କାଇଣ୍ଡ୍‌ ଅଫ୍‌ ଏଜେସ୍‌ ରିଭୋଲ୍ୟୁଶନ୍‌, ସ୍ବାଧୀନତା ସଂଗ୍ରାମୀ ଗ୍ୟାଲେରୀ, ମହାତ୍ମାଗାନ୍ଧୀ ଗ୍ୟାଲେରୀ ଓ ପଟ୍ଟଚିତ୍ର ଗ୍ୟାଲେରୀ ରହିବ। ଏଥିସହିତ କାଫେଟେରିଆ ଏବଂ ସୋଭେନିୟର ଶପ୍‌ ନିର୍ମାଣ ହେବ। ସଂଗ୍ରହାଳୟ ମୁଖ୍ୟ ପ୍ରବେଶ ପଥ ନିକଟରେ ଏକ ଲିଲି ପଣ୍ଡ୍‌ ପ୍ରସ୍ତୁତ ହେବ। ଶିଶୁଙ୍କ ପାଇଁ କଣ୍ଢେଇ ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶକ ସଂଗ୍ରହାଳୟ ମୁକ୍ତ ଉଦ୍ୟାନରେ ରୁଦ୍ରାକ୍ଷ ବୃକ୍ଷ ରୋପଣ କରିଥିଲେ। ପରେ ମନ୍ତ୍ରୀଙ୍କ ଦ୍ବାରା ସଂଗ୍ରହାଳୟ ଲୋଗୋରେ ସ୍ଥାନିତ ଅଶୋକସ୍ତମ୍ଭ ଭଗ୍ନାବଶେଷ, ଖ୍ରୀଷ୍ଟାବ୍ଦ ପ୍ରଥମ/ଦ୍ବିତୀୟରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀନ ସ୍ବର୍ଣ୍ଣମୁଦ୍ରାର ପ୍ରଦର୍ଶନୀ, ସଂଗ୍ରହାଳୟ କୋଠା ଏବଂ ଏହାର ପରିସର ଆଲୋକୀକରଣ, ଫାଉଣ୍ଟେନ୍‌ ଓ ଭର୍ଚୁଆଲ୍‌ ସଂଗ୍ରହାଳୟ ଉଦ୍‌ଘାଟିତ ହୋଇଥିଲା। ଏହାସହ ଅତିଥିଙ୍କ ଦ୍ୱାରା ‘ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ନାଲ୍‌’ ଏବଂ ‘ଇନ୍‌ସ୍କ୍ରିପ୍‌ସନ୍ସ ଅଫ୍‌ ଗଙ୍ଗସ୍‌ ଅଫ୍‌ ସ୍ବେତକ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଔରଙ୍ଗାବାଦ ସର୍କଲ୍‌ର ଏଏସ୍‌ଆଇ ସୁପରିଣ୍ଟେଣ୍ଡିଙ୍ଗ ଆର୍କୋଲୋଜିଷ୍ଟ ଡ. ମିଲନ୍‌ ଚାୱଲା ବୌଦ୍ଧଧର୍ମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ସ୍ବାଗତ ଭାଷଣ ଦେଇଥିଲେ। ସଂଗ୍ରହାଳୟର ମାଳି ଏବଂ ୨ଜଣ କର୍ମଚାରୀଙ୍କୁ କାର୍ଯ୍ୟ ଦକ୍ଷତା ଲାଗି ସମ୍ବର୍ର୍ଦ୍ଧିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଜୁମ୍‌ ମାଧ୍ୟମରେ ୱେବିନାର୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri