କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ରାଜ୍ୟ କୁଡୁମୀ ସେନା

ପାଟଣା,୧୩।୯( ସ୍ବ.ପ୍ର.): ଓଡ଼ିଶା କୁଡୁମୀ ସେନା ସୋମବାର କେନ୍ଦୁଝର ସର୍କିଟ ହାଉସଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭେଟିଛନ୍ତି। ସେମାନେ ତାଙ୍କୁ ଭେଟି ଏହି ଜାତିର ବିଭିନ୍ନ ସମସ୍ୟା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି ।
କୁଡୁମୀ ସେନା ପକ୍ଷରୁ ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ମୁଖପାତ୍ର ଲମ୍ବୋଦର ମହାନ୍ତ, ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ, ପାଟଣା ବ୍ଲକ ସଭାପତି ଅଶୋକ କୁମାର ମହାନ୍ତ, ଜିଲା ସାଧାରଣ ସମ୍ପାଦକ ତ୍ରିନାଥ ମହାନ୍ତ, ମନ୍ମଥ ମହାନ୍ତ ପ୍ରମୁଖ ଭେଟିଥିଲେ। ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ଭାଜପା ବରିଷ୍ଠ ନେତା ସତ୍ୟବ୍ରତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।