ସାଇବର ଅପରାଧରୁ ଦୂରେଇ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ: ନନ୍ଦିପଦା ପୋଲିସ ତରଫରୁ…

ହାଟଡିହୀ/ଛେନାପଦୀ,୧୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ତରଫରୁ ଓରାଳି ହାଇସ୍କୁଲ ପରିସରରେ ସୋମବାର ଅପରାହ୍ନରେ ଛାତ୍ରୀଛାତ୍ରଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନଲାଇନ ଠକେଇ, ନକଲି ଲିଙ୍କ, ଓଟିପି ଓ ବ୍ୟାଙ୍କ ତଥ୍ୟର ଦୁରୁପଯୋଗ ସମ୍ପର୍କରେ ପୋଲିସ ଛାତ୍ରୀଛାତ୍ରଙ୍କୁ ସଚେତନ କରିଥିଲା l ସାଇବର ଅପରାଧରୁ ଦୂରେଇ ରହିବା ସହ ଅଜଣା ବ୍ୟକ୍ତିଙ୍କ ସହ ନିଜସ୍ବ ତଥ୍ୟ ଓ ପାସୱାର୍ଡ ଶେୟାର ନ କରିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ନନ୍ଦିପଦା ଥାନା ଇନ୍ସପେକ୍ଟର ବଳିଆ ବାରିକ ଓ ସବଇନ୍ସପେକ୍ଟର ବିନିତା ଲାକ୍ରା, ଆମ ପୋଲିସ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, ଓରାଳି ପଞ୍ଚାୟତ ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ପ୍ରଧାନ ଶିକ୍ଷକ ଅନିଲ କୁମାର ସିଂ ପ୍ରମୁଖ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ। ମୋବାଇଲ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ବୋଲି ବୁଝାଇଥିଲେ। ଭୁଲ ବଶତଃ କୌଣସି ଠକେଇର ଶିକାର ହେଲେ ତୁରନ୍ତ ପୋଲିସରେ ଅଭିଯୋଗ କରିବାକୁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ସଭାପତି ସୀତାଂଶୁ ଦକ୍ଷିଣରାୟ, ଶିକ୍ଷୟତ୍ରୀ ଜ୍ୟୋର୍ତିମୟୀ ବେହେରା, ଜିତରଞ୍ଜନ ବେହେରା, ଦିବ୍ୟା ଭାରତୀ ବେହେରା, ଲିପି ପୁଷ୍ପା ମହାପାତ୍ର, ବିଦୁଲତା ଦାଶ, ମନ ମଞ୍ଜରୀ ପ୍ରଧାନ, ସଚିନଦେବ ରାଉତ, ଗଙ୍ଗାଧର ସାହୁ, ନିର୍ମଳା ଚନ୍ଦ୍ର ଜେନା ଓ ଅଜୟ କୁମାର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Share