ରାଜ୍ୟରେ କମୁଛି ସଂକ୍ରମଣ, ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ: ଏସିଏସ୍‌

ଭୁବନେଶ୍ୱର,୩୦।୫: ରାଜ୍ୟରେ ଧିରେ ଧିରେ ପଜିଟିଭ ରେଟ ଖସିବାରେ ଲାଗିଛି ବୋଲି ରବିବାର ଏସିଏସ ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ କରୋନା ପଜିଟିଭ ହାର କମି ୧୪ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ବହୁ ପରିମାଣରେ କରୋନା ଟେଷ୍ଟ କରାଯାଉଛି। ସେଥିପାଇଁ ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ରାଜ୍ୟରେ ୯ଟି ଜିଲାରୁ ୬୦ ପ୍ରତିଶତ ମାମଲା ଆସୁଥିବା ବେଳେ ୧୯ଟି ଜିଲ୍ଲାରେ ପଜିଟିଭ ହାର କମିବାରେ ଲାଗିଛି। ୫ଟି ଜିଲାରେ ପଜିଟିଭ ହାର ୫ ପ୍ରତିଶତ ତଳେ ରହିଛି। ଏଥିରୁ ଯାହା ଜଣାପଡ଼ୁଛି ରାଜ୍ୟରେ ଆସନ୍ତା ସପ୍ତାହେ କି ଦୁଇ ସପ୍ତାହେ ମଧ୍ୟରେ ପଜିଟିଭ ହାର କମିବ ବୋଲି ଏସିଏସ କହିଛନ୍ତି।

ରାଜ୍ୟରେ ଲକ୍‌ଡାଉନ କାରଣରୁ ଏବେ ପଜିଟିଭ ରେଟ କମୁଛି। ସେପଟେ ଏବେ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବେଡର ଅଭାବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଆକଟିଭ କେସର ୮୬ ପ୍ରତିଶତ ଲୋକ ହୋମ ଆଇସୋଲେନସରେ ଚିକିତ୍ସିତ ହେଉଛନ୍ତି। ତେବେ ଜେନେରାଲ ବେଡରେ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ କେୟାର ବେଡର ଆବଶ୍ୟକ କମିବାରେ ଲାଗିଛି। ଆଡିସିନାଲ ଆଇସିୟୁ ବେଡ ୩୬୮ଟି ବୃଦ୍ଧି କରାଯିବ ବୋଲି ଏସିଏସ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଔଷଧର ଅଭାବ ଦେଖାଯାଇନାହିଁ। ରାଜ୍ୟକୁ ଟିକା ରାଜ୍ୟ ସରକାର ଠିକ ସମୟରେ ଆଣିଥିବା ବେଳେ ଏବେ ଓଡ଼ିଶା ପାଇଁ ୨- ଡିଜି ୫ ହଜାର ପାଉଚ ଅର୍ଡର ଦିଆଯାଇଛି। ହେଲେ ରାଜ୍ୟରେ ୬୭ ମେଟ୍ରିକ ଟନର ଅକ୍ସିଜେନର ଆବଶ୍ୟକତା ରହିଛି। ଏପର୍ଯ୍ୟନ୍ତ ଗୋଟିଏ ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇନି ବୋଲି କହିଛନ୍ତି ଏସିଏସ। ସେପଟେ ଓଡ଼ିଶା ୧୮ଟି ରାଜ୍ୟକୁ ୨୫ ହଜାର ଟନ ଅକ୍ସିଜେନ ଯୋଗାଇଛି ବୋଲି ଏସିଏସ କହିଛନ୍ତି। ଏବେ ଭାରତରେ ବ୍ଲାକ ଫଙ୍ଗସ ରୋଗ ବଢ଼ିବାରେ ଲାଗିଛି। ଏହି ଭିତରେ ରାଜ୍ୟରେ ମଧ୍ୟ ୨୫ଟି ବ୍ଲାକ ଫଙ୍ଗସ କେସ ସାମ୍ନାକୁ ଆସିଛି। କିନ୍ତୁ ଅନ୍ୟ ରାଜ୍ୟ ଅପକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ଏସିଏସ କହିଛନ୍ତି।

ବାତ୍ୟା ଯିବା ପରେ ଟିକାକରଣ ଓ ଟେଷ୍ଟିଂ ଜୋରଦାର ହେଉଛି। ୩ ମାସ ଘରକୁ ଘର ବୁଲି ଟେଷ୍ଟିଂ କରିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଏସିଏସ କହିଛନ୍ତି। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିକୁ ପ୍ରୋତ୍ସାହିତ କରାଯାଇଛି। ଯଦି ଆଗକୁ ସ୍ଥିତି କିଛି ଅଣାୟତ ହୁଏ ତେବେ ସେଥିପାଇଁ ୩ ହଜାର ୮୦୦ ସ୍ବାସ୍ଥ୍ୟକର୍ମୀ ପ୍ରସ୍ତୁତ ଅଛନ୍ତି। ୭୮୬ ଜଣ ଡାକ୍ତର ଓ ୫୬୯୫ ନର୍ସିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି। ତେବେ ରାଜ୍ୟରେ ଏବେ ଟିକାକରଣକୁ ଜୋରଦାର କରାଯାଇଛି। ଗ୍ଲୋବାଲ ଟେଣ୍ଡରେ ଜରିଆରେ ଟିକାକରଣ ଆଗକୁ ଆହୁରି ଜୋରଦାର ହେବ। ଆବଶ୍ୟକ ଭ୍ୟାକସିନ ଆସିଲେ ୩ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ମିଳିପାରିବ। ସେପଟେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଅଗାମୀ ସାବିତ୍ରୀ ଏବଂ ରଜରେ ବଜାର ଭିଡ ନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri