‘ରାଜ୍ୟ ସରକାର କୃଷକଙ୍କ ସୁଖ-ସମୃଦ୍ଧିକୁ ନେଇ ସମ୍ପୂର୍ଣ୍ଣ ପ୍ରତିବଦ୍ଧ’

ଖୋର୍ଦ୍ଧା,୩୦ା୪(ପ୍ରଭାତ ପାଣିଗ୍ରାହୀ): ‘କୃଷି’ ହେଉଛି ଆମ ଅସ୍ତିତ୍ୱର ମୂଳ ଆଧାର। ଏହି କ୍ଷେତ୍ରରେ କୃଷକମାନେ ତାଙ୍କର ଅଦମ୍ୟ ପରିଶ୍ରମ, ଆଶା ଓ ଆତ୍ମବଳ ଦ୍ବାରା ଆଜି ଓଡ଼ିଶାକୁ ଆତ୍ମନିର୍ଭର ଓ ସମୃଦ୍ଧିମୟ କରିଛନ୍ତି। ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସୁଖ ଓ ସମୃଦ୍ଧିକୁ ନେଇ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଖୋର୍ଦ୍ଧାସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ୍‌ଠାରେ ଆୟୋଜିତ ଜିଲାସ୍ତରୀୟ କୃଷକ ଦିବସ-୨୦୨୫ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨୦୨୫ ଖରିଫ ଋତୁ ପାଇଁ ୫୦ ଲକ୍ଷ ହିତାଧିକାରୀ କୃଷକଙ୍କୁ ମୁଖ୍ୟମନ୍ତ୍ରୀ କିଷାନ କିସ୍ତି ଅଧିନରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତା କୃଷକଙ୍କ ଚାଷ କାର୍ଯ୍ୟକୁ ସାହାଯ୍ୟ କରି ଉତ୍ପାଦନ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଁ ଆଶା କରୁଛି। ରାଜ୍ୟ ସରକାର କୃଷକଙ୍କ ସାବଲମ୍ବନ ଓ ସମୃଦ୍ଧି ପାଇଁ ଅନେକ ଯୋଜନା ପ୍ରଚଳିତ କରିଛନ୍ତ। ଏଥି ମଧ୍ୟରେ ରହିଛି କିଷାନ କ୍ରେଡିଟ କାର୍ଡ (KCC) ଯାହାକି କୃଷକମାଙ୍କୁ ସହଜରେ କମ୍‌ ସୁଧରେ ଋଣ ଯୋଗାଇ ପାରୁଛି।

ସେହିପରି ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦନର ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଯୋଜନା ମାଧ୍ୟମରେ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ରାଶି ସହ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ଆଜିର ପବିତ୍ର ଦିବସରେ କୃଷକ ଭାଇ ଓ ଭଉଣୀମାନଙ୍କୁ ଗୋଟିଏ ଅପିଲ ରହିବ ଯେ, ରାସାୟନିକ ସାର ଏବଂ କୀଟନାଶକର ବ୍ୟବହାରକୁ ସମ୍ପୂର୍ଣ ବନ୍ଦ କରିବା ସହିତ ଜୈବିକ କୃଷିକୁ ଆପଣେଇବା ପାଇଁ ପ୍ରୟାସ ଆରମ୍ଭ କରିବାକୁ ଆହ୍ବାନ ଦେଇଥିଲେ। ମୁଁ ବିଶ୍ବାସ କରେ ଯେ, ଏହି ସମସ୍ତ ଉଦ୍ୟମ ଦ୍ବାରା ଆମ ରାଜ୍ୟର କୃଷକମାନେ ସାବଲମ୍ବୀ ହେବେ ଏବଂ ଓଡ଼ିଶା ଆମ ଦେଶରେ କୃଷିରେ ଏକ ମଡେଲ ରାଜ୍ୟ ଭାବରେ ପରିଚିତ ହେବ।
ଏହି ଅବସରରେ ଖୋର୍ଦ୍ଧା ଜିଲାର ବିଭିନ୍ନ ବ୍ଲକର ସଫଳ ଚାଷୀ ଭାଇମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଉପଜିଲାପାଳ କିଶୋର କୁମାର ପଣ୍ଡା, ଜିଲା କୃଷି ଅଧିକାରୀ ରବି ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲାର ବିଭିନ୍ନ ବ୍ଲକର ଚାଷୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri