କରୋନା ସଂକ୍ରମଣ ବୃଦ୍ଧି ପରେ ତତ୍ପର ହେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଛି। ଏଥିରେ ଏସ୍‌ଆର୍‌ସି, ସ୍ବାସ୍ଥ୍ୟ ସଚିବ ଉପସ୍ଥିତ ଥିବା ବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ।

ସୂଚନାଯୋଗ୍ୟ, କିଛି ମାସର ବ୍ୟବଧାନ ପରେ ଆଜି ପୁଣି ରାଜ୍ୟରୁ ସର୍ବାଧିକ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ି ଚାଲିଥିବାରୁ ରାଜ୍ୟ ସରକାର ଏନେଇ ସତର୍କତା ଅବଲମ୍ବନ କରିଛନ୍ତି।