ରାଜଧାନୀରେ ଡ୍ରାଇଭରଙ୍କ ଦଣ୍ଡବତ ଯାତ୍ରା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ୯ ଦଫା ଦାବି ନେଇ ଏକାଧିକ ଥର ଆନ୍ଦୋଳନ ପରେ ପ୍ରତିଶ୍ରୁତି ପୂରଣ କରା ନ ଯିବାରୁ ଶେଷରେ ରାଜ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି। ମହାସଂଘ ପକ୍ଷରୁ ମଙ୍ଗଳବାର ଦଣ୍ଡବତ ଯାତ୍ରା କରାଯିବା ସହ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି।
ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନେ ଗତ ଅକ୍ଟୋବର ୧୮ରେ ସମ୍ବଲପୁରର ଆରାଧ୍ୟା ଠାକୁରାଣୀ ମା’ ସମଲେଶ୍ୱରୀଙ୍କୁ ଦଣ୍ଡବତ କରି ଯାତ୍ରା ଆରମ୍ଭ କରିଥିଲେ। ସେମାନେ ଦଣ୍ଡବତ ଯାତ୍ରା କରି ନବୀନ ନିବାସ ଅଭିମୁଖେ ଆସୁଥିବାବେଳେ ଏଥିରେ ବିଭିନ୍ନ ଜିଲାର ଡ୍ରାଇଭର ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱର ପଳାଶୁଣୀଠାରେ ବିଭିନ୍ନ ସ୍ଥାନରୁ ୫୦୦ରୁ ଊର୍ଦ୍ଧ୍ୱ ଡ୍ରାଇଭର ଏକାଠି ହୋଇ ନବୀନ ନିବାସ ଅଭିମୁଖେ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିଲେ। ସେମାନଙ୍କର ଦାବିଗୁଡ଼ିକ ହେଲା ଦୁର୍ଘଟଣାରେ ଜୀବନ ଗଲେ ୨୦ ଲକ୍ଷ ଟଙ୍କାର ବୀମା ରାଶି ଦେବା, ଅକର୍ମଣ୍ୟଙ୍କୁ ୧୦ ଲକ୍ଷ ଓ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଦେବା, ୫୫ ବର୍ଷ ପରେ ପେନ୍‌ସନ, ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା। ସେହିପରି ୧୦୦ କି.ମି ବ୍ୟବଧାନରେ ପାର୍କିଂ ଓ ବିଶ୍ରାମସ୍ଥଳ ସହ ଶୌଚାଳୟ ନିର୍ମାଣ, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ, ପିଲାଙ୍କ ଲାଗି ଉଚ୍ଚଶିକ୍ଷା ବ୍ୟବସ୍ଥା, ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା। ରାସ୍ତାରେ ପ୍ରଶାସନ ପକ୍ଷରୁ ଡ୍ରାଇଭରଙ୍କୁ ହଇରାଣ ନ କରାଯିବା ପ୍ରଭୃତି ଦାବି ରହିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ କିଛି ସ୍ଥାନରେ ଟ୍ରାଫିକ ଜାମ୍‌ ହୋଇଥିଲା। ସେମାନେ ଅପରାହ୍ନ ୨ଟା ବେଳେ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ନବୀନ ନିବାସ ଅଭିମୁଖେ ଯିବାବେଳେ ପୋଲିସ ଅଟକାଇଥିଲା। ତେଣୁ ମହାସଂଘର କର୍ମକର୍ତ୍ତାମାନେ ଲୋୟର ପିଏମ୍‌ଜିରେ ଧାରଣାରେ ବସି ନାରାବାଜି ଦେଇଥିଲେ। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୋଲି କହିଛନ୍ତି, ୮ଜଣ କର୍ମକର୍ତ୍ତା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟିଥିଲେ ମଧ୍ୟ ଆଲୋଚନା ଅସମ୍ପୂର୍ଣ୍ଣ ରହିଛି। ବୁଧବାର ସମ୍ପୂର୍ଣ୍ଣ ଆଲୋଚନା ହେବ। ସୂଚନାଯୋଗ୍ୟ, ଏପ୍ରିଲ ୧୮ରେ ମହାସଂଘର ୫୦ ହଜାର ସଦସ୍ୟ ରାଜଧାନୀରେ ଆନ୍ଦୋଳନ କରିଥିଲେ। ଫଳରେ ଟ୍ରାଫିକ ଜାମ୍‌ ହେବା ସହ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଆନ୍ଦୋଳନ ନେଇ ଗୋଇନ୍ଦା ଫେଲ୍‌ ହୋଇଥିବାରୁ କମିଶନରେଟ ପୋଲିସକୁ ଦୃଢ଼ ସମାଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri