ଆରମ୍ଭ ହେଲାଣି ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନୀ ଉଷ୍ମତା

କଟକ ଅଫିସ,୨୭ା୨:ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନ ଆସନ୍ତା ଏପ୍ରିଲ ୧୫ରେ ଅନୁଷ୍ଠିତ ହେବ। କାଉନ୍‌ସିଲ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନଜୀବୀମାନଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ବିଭିନ୍ନ ପଦବୀରେ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ରଣକୌଶଳ ଆରମ୍ଭ ହୋଇଗଲାଣି। ଯୁବ ଆଇନଜୀବୀମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
କାଉନ୍‌ସିଲ ପକ୍ଷରୁ ରବିବାର ମିଳିଥିବା ପ୍ରେସ୍‌ ଇସ୍ତାହାର ଅନୁସାରେ, ହାଇକୋର୍ଟର ପୂର୍ବତନ ବିଚାରପତି ପ୍ରମଥ ପଟ୍ଟନାୟକ ରିଟର୍ନିଂ ଅଫିସର ଭାବେ କାର୍ଯ୍ୟ ତୁଲାଇବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏଥିସହ ଆଇନଜୀବୀ ବାସୁଦେବ ପୂଜାରୀ ଓ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ସହକାରୀ ରିଟର୍ନିଂ ଅଫିସର ଭାବେ କାର୍ଯ୍ୟ ତୁଲାଇବେ। ବିଜ୍ଞପ୍ତି ଅନୁସାରେ, ଆସନ୍ତା ମାର୍ଚ୍ଚ ୧ରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ନିମନ୍ତେ ସମୟସୀମା ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଚାହିଁଲେ ମାର୍ଚ୍ଚ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ କରିପାରିବେ। ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିପରି ଏପ୍ରିଲ ୧୫ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ନିମନ୍ତେ ସମୟ ଧାର୍ଯ୍ୟ ହୋଇଛି। ଏପ୍ରିଲ ୨୧ରେ ଭୋଟ ଗଣତି ହେବ। ଭୋଟ ଗଣତି ନିମନ୍ତେ ତାରିଖରେ କୌଣସି ପରିବର୍ତ୍ତନ କରାଗଲେ ତାହା ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ ଓ୍ବେବ୍‌ସାଇଟ୍‌ରେ ସୂଚାଇ ଦିଆଯିବ ବୋଲି ଜଣାଯାଇଛି।
ମୁଦ୍ରିତ ପ୍ରାର୍ଥତ୍ପତ୍ର କାଗଜ ୧୦୦ ଟଙ୍କା ବିନିମୟରେ ବାର୍‌ କାଉନ୍‌ସିଲ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି। ମୋଟ ୨୫ଟି ପଦବୀ ନିମନ୍ତେ ନିର୍ବାଚନ ହେବ। ସେଥିମଧ୍ୟରୁ ୧୩ଟି ଆସନ ପାଇଁ ଅନୂ୍ୟନ ୧୦ ବର୍ଷ ଆଇନଜୀବୀ ଭାବେ ରାଜ୍ୟ ରୋଲ୍‌ରେ ପଞ୍ଜୀକରଣ ହୋଇଥିବା ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ନୋମିନେଶନ ଦେୟ ୩୦ ହଜାର ଟଙ୍କା ରଖାଯାଇଛି, ଯାହାକି ଫେରସ୍ତ ନୁହେଁ। ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ ସମର୍ଥକ ଓ ପ୍ରସ୍ତାବକ ନିଜେ ବାର୍‌ କାଉନ୍‌ସିଲ ଅଥବା ବାର୍‌ ଆସୋସିଏଶନ ପ୍ରଦତ୍ତ ପରିଚୟପତ୍ର ସହ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ୍‌ର ବିଭିନ୍ନ ପଦବୀ ଲାଗି ଶେଷଥର ପାଇଁ ୨୦୧୩ରେ ନିର୍ବାଚନ ହୋଇଥିଲା। ଏଥିପାଇଁ ରାଜ୍ୟବ୍ୟାପୀ ମତଦାନ କରାଯାଇଥିଲା। ନିର୍ବାଚିତ ପ୍ରାର୍ଥୀମାନେ ୨୦୧୪ରେ ଶପଥ ଗ୍ରହଣ କରିଥିଲେ। ୨୦୧୯ରେ ସେମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପୁନର୍ବାର ଆଉ ୬ ମାସ ଲାଗି ବୃଦ୍ଧି କରାଯାଇଥିଲା। ଏହାପରେ ଆଉ ନିର୍ବାଚନ ହୋଇ ନ ଥିଲା। ଏକ ଅନ୍ତରୀଣ କମିଟି ଦ୍ୱାରା କାଉନ୍‌ସିଲ ପରିଚାଳିତ ହେଉଥିଲା। ଏଥିସହ କାଉନ୍‌ସିଲ ନିର୍ବାଚନ ପାଇଁ ହାଇକୋର୍ଟରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri