ତାରକା ଖେଳାଳି ଦେଇଛି ହକିର ଅନ୍ତୁଡ଼ିଶାଳ

ରାଉରକେଲା ଅଫିସ,୧୩।୧:(ଦିନେଶ ମିଶ୍ର): ହକିର ଅନ୍ତୁଡିଶାଳ ସୁନ୍ଦରଗଡ ଜିଲାରୁ ଆଜିଯାଏ ଜାତୀୟ ଓ ଅନ୍ତର୍ଜାତୀୟ ଦଳରେ ୬୦ ଜଣ ଖେଳାଳି ହକି ଖେଳିବାର ସୁଯୋଗ ପାଇଛନ୍ତି। ଜିଲାର ରାଜଗାଙ୍ଗପୁର ଓ ବାଲିଶଙ୍କରା ବ୍ଲକରୁ ଅଧିକ ଖେଳାଳି ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି। ବର୍ତ୍ତମାନ ଭାରତ ଦଳରେ ବାଲିଶଙ୍କରା ବ୍ଲକର ସୋନାମରା ଗ୍ରାମରୁ ଦଳର ଉପଅଧିନାୟକ ଅମିତ ରୋହିଦାସ ଓ ବୀରମିତ୍ରପୁର କାଦୋବାହାଲ ଗ୍ରାମର ନିଲମ ସଞ୍ଜୀପ ଖେସ ଡିଫେଣ୍ଡର ଭାବେ ଚଳିତ ବିଶ୍ୱକପରେ ମ୍ୟାଚ୍‌ ଖେଳିବେ। ରାଜଗାଙ୍ଗପୁର ବ୍ଲକରୁ ଜାତୀୟ ଦଳରେ ନମିତା ଟପ୍ପୋ, ଲିଲିମା ମିଞ୍ଜ, ଫିଲେସିଆ ଏକ୍କା, ଭିକ୍ଟର ମିଞ୍ଜ, ଜୀବନ କିଶୋର ଟପ୍ପୋଙ୍କ ସମେତ ଅନ୍ୟ ବହୁ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଛନ୍ତି। ସେହିପରି ବାଲିଶଙ୍କରା ବ୍ଲକରୁ ହକି ତାରକା ଦିଲୀପ ତିର୍କୀ, ଅମିତ ରୋହିଦାସ, ଦୀପସାନ ତିର୍କୀ, ଅମନଦୀପ ଲାକ୍ରା, ଶୁଭଦ୍ରା ପ୍ରଧାନ, ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ବିକାଶ ଟପ୍ପୋ, ଗ୍ଲୋରିଆ ଡୁଙ୍ଗଡୁଙ୍ଗଙ୍କ ଭଳି ବହୁ ଖେଳାଳି ଦେଶ ପାଇଁ ହକି ଖେଳି ଗୌରବ ଅର୍ଜନ କରିଛନ୍ତି। ସେହିପରି ହକିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍ତମ ଖେଳ ପ୍ରଦର୍ଶନ କରି ଦିଲୀପ ତିର୍କୀ ଓ ଇଗ୍ନେଶ ତିର୍କୀ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ଜିଲାରୁ ଜ୍ୟୋତି ସୁନିତା କୁଲୁ, ଇଗ୍ନେଶ ତିର୍କୀ, ଦିଲୀପ ତିର୍କୀ ଅର୍ଜୁନ ପୁରସ୍କାର ପାଇଛନ୍ତି।
ସୁନ୍ଦରଗଡ ଜିଲାରୁ ପ୍ରଥମ ହକି ଖେଳାଳି ଭାବେ ପିଟର ତିର୍କୀ ଭାରତ ଜୁନିୟର ଦଳରେ ସ୍ଥାନ ପାଇ ୧୯୮୨ ମସିହାରେ ମାଲେସିଆର କୁଆଲାଲମପୁରରେ ଅଲିମ୍ପିକ ଖେଳିବାକୁ ସୁଯୋଗ ପାଇଥିଲେ। ସୁନ୍ଦରଗଡ ଜିଲାରୁ ୮ ଜଣ ଖେଳାଳୀ ଲାଜରୁସ ବାର୍ଲା, ସୁନିତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ, ୟୁଲିୟମ ଖାଲକୋ, ଦିଲୀପ ତିର୍କୀ, ବୀରେନ୍ଦ୍ର ଲାକ୍ରା ଓ ଅନିତା କେରକେଟା ଅଲିମ୍ପିକରେ ଖେଳିବାକୁ ସୁଯୋଗ ପାଇଥିଲେ। ଏଥିସହ ଜାତୀୟ ସ୍ତରରେ ଏହି ଜିଲାରୁ ମିଲଟନ ବିଲୁଙ୍ଗ, ବିଜୟ ଲାକ୍ରା, ତେଜ କୁମାର ଖେସ, କାହ୍ନୁ ଚରଣ ଚୌଧୁରୀ, ଅମୂଲ୍ୟ ବିହାରୀ, ଫ୍ଲୋରେନ୍‌ସିଆ ଏକ୍କା, ଅମୂଲ୍ୟ ବେହେରା, ଲୁଇସ ଏକ୍କା, ପ୍ରଫୁଲ ତିର୍କୀ, ରାଜନ ଏକ୍କା କୋଚ ଦାୟିତ୍ୱ ତୁଲାଇଛନ୍ତି। ଏ ସମ୍ପର୍କରେ ଜାତୀୟ ହକି କୋଚ୍‌ ମିଲଟନ ବିଲୁଙ୍ଗଙ୍କୁ ପଚାରିବାରୁ ସେ କହିଥିଲେ, ସୁନ୍ଦରଗଡ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ପ୍ରଥମେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ମିଶନାରି ସ୍କୁଲଗୁଡିକର ଫାଦରମାନେ ଗାଁ ଗାଁ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ହକି ମ୍ୟାଚ୍‌ ଖେଳାଉଥିଲେ। ଏହି ମ୍ୟାଚ୍‌ର ବିଜୟତା ମାନଙ୍କୁ ପୁରସ୍କାର ଭାବେ କୁକୁଡା ନଚେତ ଖାସି ପ୍ରଦାନ କରାଯାଉଥିଲା। ଗ୍ରାମାଞ୍ଚଳରେ ମ୍ୟାଚ୍‌ ସାଙ୍ଗକୁ ଆମିଷ ଖାଦ୍ୟପେୟ ଗ୍ରାମବାସୀଙ୍କ ମଧ୍ୟରେ ଏକ ଉତ୍ସାହ ଆଣିଥିଲା। ପୂର୍ବରୁ ମନୋରଞ୍ଜନ ପାଇଁ ସେଭଳି କୌଣସି ବିଶେଷ ମାଧ୍ୟମ ନ ଥିବାରୁ ହକି ଖେଳର ପ୍ରସାର ହେଲା। ଧୀରେ ଧୀରେ ଏହି ଖେଳର ପ୍ରସାର ହେବାରୁ ପ୍ରଥମେ ରାଉରକେଲା ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ହକି ଟର୍ଫ ପଡିଆ ତିଆରି କରାଯାଇଥିଲା। ସେଠାରେ ଖେଳାଳିମାନଙ୍କ ରହିବା ସହିତ ଅନ୍ୟାନ୍ୟ ସୁବିଧା ଯୋଗୁ ଗ୍ରାମଞ୍ଚଳର ବହୁ ଖେଳାଳି ସେଠାରେ ରହି ଖେଳିବାର ସୁଯୋଗ ପାଇବାରୁ ଆଜି ସମଗ୍ର ଦେଶରେ ଜିଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି। ବର୍ତ୍ତମାନ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ପିଚ୍‌ ଥିବାରୁ ଆଗାମୀ ଦିନରେ ଅନେକ ହକି ପ୍ରତିଭା ସୁଯୋଗ ପାଇବେ ବୋଲି କୋଚ ବିଲୁଙ୍ଗ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri