ବଲାଙ୍ଗୀର,୨୧।୪(ସୁନିଲ କୁମାର ମହାନ୍ତି): ପବିତ୍ର ଅକ୍ଷୟ ତୃତୀୟା ତିଥିରେ ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଥାଳ ଉଠା ପର୍ବ ପରମ୍ପରା ଓ ରୀତିନୀତି ଓ ଅନୁସାରେ ସମ୍ପନ୍ନ ହୋଇଛି l ପରମ୍ପରା ଅନୁସାରେ ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ବିଭିନ୍ନ ଶୈବ ପୀଠରେ ଅକ୍ଷୟ ତୃତୀୟା ତିଥିରେ ଲଗ୍ନ ଅନୁସାରେ ଥାଳ ଉଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି l ଶଙ୍ଖ ,ଘଣ୍ଟ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଥାଳ ଉଠିଥିଲା l ରାଜେନ୍ଦ୍ର ପଡା ବ୍ରହ୍ମେଶ୍ୱର ବାବାଙ୍କ ମନ୍ଦିର ପୀଠରେ ସାମାଜିକ ପରମ୍ପରା ଅନୁସାରେ ଥାଳ ଉଠା ପର୍ବ ସମ୍ପନ୍ନ ହୋଇଛି l
ଦୀର୍ଘ ବର୍ଷ ହେବ ବଲାଙ୍ଗୀରରେ ଥାଳ ଉଠା ପରମ୍ପରା ପବିତ୍ର ଅକ୍ଷୟ ତୃତୀୟା ତିଥିରେ ହୋଇଆସୁଛି l ପିତଳ ଓ ରୌପ୍ୟ ଥାଳିରେ ବେଲପତ୍ର , ପଦ୍ମ ଫୁଲ ରଖାଯାଇ ପଟବସ୍ତ୍ର ସଜ୍ଜିତ ଥାଳକୁ ଧରି ଚଳିତ ବର୍ଷ ଜଗତ ଜନନୀ ମାତା ପାର୍ବତୀ ମାତାପିତା ଦାୟିତ୍ୱ ଗ୍ରହଣ କରିବା ପାଇଁ ସଂକଳ୍ପ କରି ଜଗତଜନନୀ ମାତା ପାର୍ବତୀ ଓ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ। ଏହି ସମୟରେ ଘଣ୍ଟ ଶଙ୍ଖନାଦ ସହିତ ଭକ୍ତଙ୍କ ହରିବୋଲ ଧ୍ୱନିରେ ଶୈବ ପୀଠ ଦୁଲକି ଉଠିଥିଲା l
ବଲାଙ୍ଗୀର ପେଲେସ ଲାଇନ ଶୀତଳ ଷଷ୍ଠୀ ମହୋତ୍ସବ ପୂଜା କମିଟି ସଦସ୍ୟ ଓ ରାଜେନ୍ଦ୍ର ପଡା ବ୍ରହ୍ମେଶ୍ୱର ବାବା ମନ୍ଦିର କମିଟି ଓ ପଡାବାସୀ ଯୋଗଦେଇ ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ଘଣ୍ଟ ଶଙ୍ଖନାଦ ସହିତ ଭକ୍ତଙ୍କ ହରିବୋଲ ଧ୍ୱନିରେ ଶୈବପୀଠ ଦୂଲୁକି ଉଠିଥିଲା l ଏହି କ୍ରମରେ ବଲାଙ୍ଗିର ରାଜେନ୍ଦ୍ର ପଡା ବ୍ରହ୍ମେଶ୍ୱର ବାବା ଶିବମନ୍ଦିର କାର୍ଯକ୍ରମରେ ବର ପିତା ଇନ୍ଦିରା ନଗରର ଅଶୋକ ସେଠ ତାଙ୍କ ଧର୍ମ ପତ୍ନୀ ସୁଜାତା ସେଠ ଓ ସେହିପରି କନ୍ୟା ପିତା ଭାବରେ ରାଜକିଶୋର ସେଠ ମାତା ପ୍ରତିମା ସେଠ ଦାୟିତ୍ୱ ତୁଲାଉଛନ୍ତି l ପଣ୍ଡିତ କ୍ଷରୋଦ୍ର ଷଡ଼ଙ୍ଗୀ ଓ ଶ୍ରୀ ରାମ ମିଶ୍ର ଲଗ୍ନ ଅନୁସାରେ ପୂଜା କାର୍ଯ୍ୟ ତୁଲାଇଥିଲେ l କମିଟିର ସଭାପତି ସମ୍ପାଦକ ଓ ସଦସ୍ୟ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଆଜିଠାରୁ ବଲାଙ୍ଗୀର ସହରରେ ଶୀତଳ ଷଷ୍ଠୀ ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l