କରୋନାକୁ ହରାଇ ଘରକୁ ଫେରିଲେ କ୍ରୀଡ଼ାଶିକ୍ଷକ

ବୁଗୁଡ଼ା,୨ା୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଅନ୍ତର୍ଗତ ବୁଗୁଡ଼ା ପିପୁଲସ କଲେଜର କ୍ରୀଡ଼ା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଶନିବାର ରାତିରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗତ
୨୫ ତାରିଖରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ୮ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଥିବାରୁ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ତାଙ୍କର ଆରୋଗ୍ୟ କାମନା କରି କ୍ରୀଡ଼ା ପ୍ରେମୀ, ବୁଦ୍ଧିଜୀବୀ,
ଏବଂ ଛାତ୍ରୀଛାତ୍ର ଠାକୁରଙ୍କ ନିକଟରେ ଅଖଣ୍ଡ ମଧ୍ୟ ଜାଳିଥିଲେ।