ସରିଲା ରଥଯାତ୍ରା: ରହିବ ସ୍ମରଣୀୟ

ପୁରୀ ଅଫିସ,୫।୭: ଶେଷ ହୋଇଛି ୨୦୨୦ର ସ୍ବତନ୍ତ୍ର ଓ ସ୍ମରଣୀୟ ରଥଯାତ୍ରା। ବିଗତ ବର୍ଷରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି। ୧୮ଥର ଶ୍ରୀମନ୍ଦିର ଆକ୍ରମଣ ଯୋଗୁ ୨୨ଥର ସ୍ଥାନାନ୍ତର ହୋଇଛନ୍ତି ମହାପ୍ରଭୁ। ଏଥିପାଇଁ ବହୁବର୍ଷ ରଥଯାତ୍ରା ବନ୍ଦ ହୋଇଥିବା ବେଳେ ପୁଣି କେତେବେଳେ ଗୁପ୍ତରେ ମନ୍ଦିର ଭିତରେ ସମ୍ପନ୍ନ ହୋଇଛି। ହେଲେ ଏଥର ରଥଯାତ୍ରା ଯେଉଁଭଳି ପରିସ୍ଥିତିରେ ଏବଂ ବିନା ଭକ୍ତରେ ସମ୍ପନ୍ନ ହୋଇଛି ତାହା ଶ୍ରୀମନ୍ଦିର ଇତିହାସରେ ଯୋଡ଼ିଦେଇଛି ଏକ ନୂଆ ଅଧ୍ୟାୟ। ମହାମାରୀ କରୋନା ପାଇଁ ଏମିତି ଏକ ସ୍ମରଣୀୟ ରଥଯାତ୍ରା ସବୁ ଜଗନ୍ନାଥପ୍ରେମୀଙ୍କ ମନରେ ସ୍ମୃତି ହୋଇରହିବ।

କରୋନା କଟକଣା ଯୋଗୁ ସାଢେ ୩ ମାସ ହେଲା ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରୁ ନାହାନ୍ତି। ଏବେ ବି ଏହି କଟକଣା ବଳବତ୍ତର ଅଛି। ଏପ୍ରିଲ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାଠାରୁ ହିଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଲକ୍‌ଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ବି ମେଘନାଦ ପାଚେରି ଭିତରେ କରାଯାଇଥିଲା। ଏହିଠାରୁ ରଥଯାତ୍ରା ଆୟୋଜନକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଥିଲା। ଅକ୍ଷୟ ତୃତୀୟାରେ ମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ ହେଲା ସିନା ହେଲେ ଲକ୍‌ଡାଉନ କଟକଣା ଯୋଗୁ ରଥଖଳାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ନାହିଁ। ଶେଷରେ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିିଲେ ରାଜ୍ୟ ସରକାର।

କେନ୍ଦ୍ର ସରକାର ସର୍ତ୍ତମୂଳକ ଅନୁମତି ଦେଇଥିଲେ ହେଁ ରଥଯାତ୍ରା ଆୟୋଜନ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ। ୧୨ ଦିନ ବିଳମ୍ବରେ ଅର୍ଥାତ୍‌ ମେ ୫ରେ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ଦିନ ପାଖେଇ ଆସୁଥିବାବେଳେ ହାଇକୋର୍ଟରେ ରଥଯାତ୍ରା ସପକ୍ଷ ଓ ବିପକ୍ଷରେ ମାମଲା ରୁଜୁ ହେଲା। ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଲେ। କରୋନା ଭୟାବହତା ଦୃଷ୍ଟିରୁ ଏ ବର୍ଷ ରଥଯାତ୍ରା ବନ୍ଦ ହେଉ ବୋଲି ଜଣେ ପିଟିଶନର ସୁପ୍ରିମ୍‌କୋର୍ଟ ଗଲେ। ଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ବାରମ୍ବାର ବୈଠକ ବସି ରଥଯାତ୍ରା ପାଇଁ ପ୍ରସ୍ତୁତି ଆଗେଇ ଚାଲିଥିଲା। ବିନା ଭକ୍ତରେ ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କୁ ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା। ବିଭିନ୍ନ ନିଯୋଗ ସମେତ ବ୍ୟକ୍ତିଗତ ଭାବେ କେତେଜଣ ସେବାୟତ ଏ ନେଇ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଏବଂ ବିଭିନ୍ନ ନିଯୋଗ ସହ ଆଲୋଚନା ଯୋଗୁ ସେବାୟତମାନେ ରଥଯାତ୍ରା ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲେ। ଜୁନ୍‌ ୨୩ରେ ରଥଯାତ୍ରା ଥିବାବେଳେ ୧୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଚଳିତବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ରାୟ ଦେଲେ।
ଏହାପରେ ଭକ୍ତ, ସେବାୟତଙ୍କ ମହଲରେ ଆରମ୍ଭ ହେଲା ତୀବ୍ର ପ୍ରତିକ୍ରିୟା। ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଗଲା। ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ ପରିବର୍ତ୍ତନ ଏବଂ ଆଂଶିକ ସଂଶୋଧନ କରି କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ପିଟିଶନ ଦାଏର ହେଲା। ୨ ଦିନ ମଧ୍ୟରେ ୧୯ଟି ଆବେଦନ ଦାଏର କରାଗଲା। ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ସ୍ବର ଉଠାଇଲେ। ଜୁନ୍‌ ୨୨ରେ ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି ଲାଗି ସ୍ଥିର ହେଲା। ରାଜ୍ୟ ସରକାର ସତ୍ୟପାଠ ଦାଖଲ କଲେ। ଛୁଟି ଥିଲେ ବି ପ୍ରଧାନ ବିଚାରପତି ନାଗପୁରସ୍ଥିତ ବାସଭବନରୁ ଭିଡିିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଣାଣି କଲେ। ଶେଷରେ ତିନିଜଣିଆ ଖଣ୍ଡପୀଠ କେବଳ ପୁରୀ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ଦେଲେ। ବିନା ଭକ୍ତରେ ଆୟୋଜନ ସହ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ପୂର୍ବଦିନ ୨୨ତାରିଖ ଅପରାହ୍ନ ୪ଟାରେ ଅନୁମତି ମିଳିଥିଲା। ଏହାପରେ ଜୋରଦାର ପ୍ରସ୍ତୁତି ଚାଲିଲା। ୧୨ଘଣ୍ଟାରୁ କମ୍‌ ସମୟ ଥିଲେ ମଧ୍ୟ ରାଜ୍ୟ ସରକାର ଏବଂ ପୁରୀ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଲେ। ଫଳରେ ସୁରୁଖୁରୁରେ ସରିଛି ରଥଯାତ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri