ସରିଲା ରଥଯାତ୍ରା: ରହିବ ସ୍ମରଣୀୟ

ପୁରୀ ଅଫିସ,୫।୭: ଶେଷ ହୋଇଛି ୨୦୨୦ର ସ୍ବତନ୍ତ୍ର ଓ ସ୍ମରଣୀୟ ରଥଯାତ୍ରା। ବିଗତ ବର୍ଷରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି। ୧୮ଥର ଶ୍ରୀମନ୍ଦିର ଆକ୍ରମଣ ଯୋଗୁ ୨୨ଥର ସ୍ଥାନାନ୍ତର ହୋଇଛନ୍ତି ମହାପ୍ରଭୁ। ଏଥିପାଇଁ ବହୁବର୍ଷ ରଥଯାତ୍ରା ବନ୍ଦ ହୋଇଥିବା ବେଳେ ପୁଣି କେତେବେଳେ ଗୁପ୍ତରେ ମନ୍ଦିର ଭିତରେ ସମ୍ପନ୍ନ ହୋଇଛି। ହେଲେ ଏଥର ରଥଯାତ୍ରା ଯେଉଁଭଳି ପରିସ୍ଥିତିରେ ଏବଂ ବିନା ଭକ୍ତରେ ସମ୍ପନ୍ନ ହୋଇଛି ତାହା ଶ୍ରୀମନ୍ଦିର ଇତିହାସରେ ଯୋଡ଼ିଦେଇଛି ଏକ ନୂଆ ଅଧ୍ୟାୟ। ମହାମାରୀ କରୋନା ପାଇଁ ଏମିତି ଏକ ସ୍ମରଣୀୟ ରଥଯାତ୍ରା ସବୁ ଜଗନ୍ନାଥପ୍ରେମୀଙ୍କ ମନରେ ସ୍ମୃତି ହୋଇରହିବ।

କରୋନା କଟକଣା ଯୋଗୁ ସାଢେ ୩ ମାସ ହେଲା ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରୁ ନାହାନ୍ତି। ଏବେ ବି ଏହି କଟକଣା ବଳବତ୍ତର ଅଛି। ଏପ୍ରିଲ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାଠାରୁ ହିଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଲକ୍‌ଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ବି ମେଘନାଦ ପାଚେରି ଭିତରେ କରାଯାଇଥିଲା। ଏହିଠାରୁ ରଥଯାତ୍ରା ଆୟୋଜନକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଥିଲା। ଅକ୍ଷୟ ତୃତୀୟାରେ ମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ ହେଲା ସିନା ହେଲେ ଲକ୍‌ଡାଉନ କଟକଣା ଯୋଗୁ ରଥଖଳାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ନାହିଁ। ଶେଷରେ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିିଲେ ରାଜ୍ୟ ସରକାର।

କେନ୍ଦ୍ର ସରକାର ସର୍ତ୍ତମୂଳକ ଅନୁମତି ଦେଇଥିଲେ ହେଁ ରଥଯାତ୍ରା ଆୟୋଜନ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ। ୧୨ ଦିନ ବିଳମ୍ବରେ ଅର୍ଥାତ୍‌ ମେ ୫ରେ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ଦିନ ପାଖେଇ ଆସୁଥିବାବେଳେ ହାଇକୋର୍ଟରେ ରଥଯାତ୍ରା ସପକ୍ଷ ଓ ବିପକ୍ଷରେ ମାମଲା ରୁଜୁ ହେଲା। ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଲେ। କରୋନା ଭୟାବହତା ଦୃଷ୍ଟିରୁ ଏ ବର୍ଷ ରଥଯାତ୍ରା ବନ୍ଦ ହେଉ ବୋଲି ଜଣେ ପିଟିଶନର ସୁପ୍ରିମ୍‌କୋର୍ଟ ଗଲେ। ଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ବାରମ୍ବାର ବୈଠକ ବସି ରଥଯାତ୍ରା ପାଇଁ ପ୍ରସ୍ତୁତି ଆଗେଇ ଚାଲିଥିଲା। ବିନା ଭକ୍ତରେ ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କୁ ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା। ବିଭିନ୍ନ ନିଯୋଗ ସମେତ ବ୍ୟକ୍ତିଗତ ଭାବେ କେତେଜଣ ସେବାୟତ ଏ ନେଇ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଏବଂ ବିଭିନ୍ନ ନିଯୋଗ ସହ ଆଲୋଚନା ଯୋଗୁ ସେବାୟତମାନେ ରଥଯାତ୍ରା ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲେ। ଜୁନ୍‌ ୨୩ରେ ରଥଯାତ୍ରା ଥିବାବେଳେ ୧୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଚଳିତବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ରାୟ ଦେଲେ।
ଏହାପରେ ଭକ୍ତ, ସେବାୟତଙ୍କ ମହଲରେ ଆରମ୍ଭ ହେଲା ତୀବ୍ର ପ୍ରତିକ୍ରିୟା। ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଗଲା। ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ ପରିବର୍ତ୍ତନ ଏବଂ ଆଂଶିକ ସଂଶୋଧନ କରି କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ପିଟିଶନ ଦାଏର ହେଲା। ୨ ଦିନ ମଧ୍ୟରେ ୧୯ଟି ଆବେଦନ ଦାଏର କରାଗଲା। ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ସ୍ବର ଉଠାଇଲେ। ଜୁନ୍‌ ୨୨ରେ ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି ଲାଗି ସ୍ଥିର ହେଲା। ରାଜ୍ୟ ସରକାର ସତ୍ୟପାଠ ଦାଖଲ କଲେ। ଛୁଟି ଥିଲେ ବି ପ୍ରଧାନ ବିଚାରପତି ନାଗପୁରସ୍ଥିତ ବାସଭବନରୁ ଭିଡିିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଣାଣି କଲେ। ଶେଷରେ ତିନିଜଣିଆ ଖଣ୍ଡପୀଠ କେବଳ ପୁରୀ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ଦେଲେ। ବିନା ଭକ୍ତରେ ଆୟୋଜନ ସହ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ପୂର୍ବଦିନ ୨୨ତାରିଖ ଅପରାହ୍ନ ୪ଟାରେ ଅନୁମତି ମିଳିଥିଲା। ଏହାପରେ ଜୋରଦାର ପ୍ରସ୍ତୁତି ଚାଲିଲା। ୧୨ଘଣ୍ଟାରୁ କମ୍‌ ସମୟ ଥିଲେ ମଧ୍ୟ ରାଜ୍ୟ ସରକାର ଏବଂ ପୁରୀ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଲେ। ଫଳରେ ସୁରୁଖୁରୁରେ ସରିଛି ରଥଯାତ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri