ସକାଳ ୬ରୁ ରାତି ୯ ଖୋଲାରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୩୧।୧: ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାର ଶ୍ରୀମନ୍ଦିର ଖୋଲିବ। ତେବେ ଶ୍ରୀମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ଦୈନିକ ସକାଳ ୬ରୁ ରାତି ୯ ଶ୍ରୀମନ୍ଦିର ଖୋଲାରହିବ। ସାନିଟାଇଜେସନ ପାଇଁ ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। ଯେଉଁମାନେ ଦର୍ଶନ କରିବା ପାଇଁ ଆସିବେ ସେମାନେ ସାଙ୍ଗରେ ଆଧାର କାର୍ଡ କିମ୍ବା ଭୋଟର କାର୍ଡ ଆଣିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ସେହିପରି ଦର୍ଶନ ପାଇଁ ଡବଲ ଡୋଜ୍‌ ଟିକା ସାର୍ଟିଫିକେଟ ମଧ୍ୟ ଆଣିବା ଜରୁରୀ , ନ ହେଲେ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଟେଷ୍ଟ ନେଗେଟିଭ୍‌ ରିପୋର୍ଟ ଜରୁରୀ ।