ମା’କୁ କୁରାଢ଼ିରେ ହାଣିଲା ପୁଅ

ବାରିପଦା ଅଫିସ,୨୧ା୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଚକୁଳିଆ ଗ୍ରାମରେ ଜନ୍ମ କଲା ମା’ଙ୍କୁ କୁରାଢ଼ିରେ ହାଣିଛି ପୁଅ। ଅଭିଯୁକ୍ତ ପୁଅ ହେଲେ ଲୋସ ହେମ୍ବ୍ରମ। ମୃତକ ମା’ ଗୁରୁବାରି ହେମ୍ବ୍ରମ। ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛନ୍ତି। ଘଟଣା ଅନୁସାରେ ରବିବାର ବିଳମ୍ବିତ ରାତିରେ ଘରୋଇ ବଚସାକୁ ନେଇ ନିଶାସକ୍ତ ପୁଅ ପାଖରେ ଥିବା ଧାରୁଆ କୁରାଢ଼ିରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିଥିଲା। ତେବେ ଘର ଭିତର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମା’ର ମୃତ୍ୟୁ ହୋଇଥିଲେ। ଆଜି ସକାଳୁ ଗ୍ରାମବାସୀ ଖବର ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ଏବଂ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ଘଟଣାସ୍ଥଳରୁ କୁରାଢ଼ି ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।