ଜନ୍ମଦିନରେ ମା’ଙ୍କୁ ଏପରି ସର୍‌ପ୍ରାଇଜ୍‌ ଗିଫ୍ଟ ଦେଲେ ପୁଅ

ମୁମ୍ବାଇ,୧୮ା୮: ଠାଣେ ଜିଲା ଉଲ୍ଲାସନଗରରେ ଆଜିର ଯୁଗର ଶ୍ରବଣ କୁମାରଙ୍କୁ ଦେଖିବାକୁ ମିଳିଛି। ଜଣେ ପୁଅ ମା’ଙ୍କ ଜନ୍ମଦିନରେ ତାଙ୍କର ଇଚ୍ଛା ପୂରଣ କରିଛନ୍ତି। ସେ ତାଙ୍କ ମା’ଙ୍କ ୫୦ ତମ ଜନ୍ମଦିବସରେ ଏକ ସରପ୍ରାଇଜ୍‌ ଗିଫ୍ଟ ଦେଇ ପ୍ରଥମଥର ହେଲିକପ୍ଟରରେ ବୁଲାଇଛନ୍ତି। ପୁଅର ଏମିତି ଭିନ୍ନ ଏକ ଉପହାର ଦେଖି ମା’ଙ୍କ ଆଖିରୁ ଲୁହ ଝରିଯାଇଛି। କହିଛନ୍ତି, ଏମିତି ପୁଅ ସମସ୍ତଙ୍କୁ ଦିଅନ୍ତୁ।

ପୁଅଙ୍କ ଦ୍ୱାରା ମାଙ୍କୁ ଦିଆଯାଇଥିବା ଏହି ଉପହାରକୁ ନେଇ ସାରା ସହରରେ ଚର୍ଚ୍ଚା। ରେଖା ଦିଲୀପ ଗରଡ଼ ମହାରାଷ୍ଟ୍ରର ସୋଲାପୁର ଜିଲା ବାର୍ସିରେ ରୁହନ୍ତି। ବିବାହ ପରେ ସେ ତାଙ୍କ ସ୍ବାମୀଙ୍କ ସହ ଉଲ୍ଲାସନଗରରେ ରହୁଛନ୍ତି। ମାତ୍ର ଯେତେବେଳେ ତାଙ୍କ ପୁଅ ଛୋଟ ଥିଲେ ତାଙ୍କ ସ୍ବାମୀଙ୍କ ଅଚାନକ ମୃତ୍ୟୁ ଘଟିଥିଲା। ସେହି ସମୟରେ ତାଙ୍କ ପୁଅ ୭ମରେ ପଢୁଥିଲେ।

ଏହା ପରେ ରେଖାଙ୍କ ମୁଣ୍ଡ ଉପରେ ଯେମିତି ପାହାଡ଼ ଖସିପଡ଼ିଲା। ସେ ତିନି ପିଲାଙ୍କୁ ନେଇ କେମିତି ବଞ୍ଚିବେ ଚିନ୍ତାରେ ପଡ଼ିଗଲେ। ପର ଘରେ କାମ କରି ପଲାଙ୍କୁ ପାଠ ପଢ଼ାଇଲେ। ବଡ଼ ପୁଅ ପ୍ରଦୀପଙ୍କୁ ଏକ ଆଶ୍ରମ ସ୍କୁଲରେ ପଢ଼ାଇଲେ। ପ୍ରଦୀପ କଠିନ ପରିଶ୍ରମ କରିବା ସହ ପାଠପଢ଼ା ଶେଷ କଲେ। ଶେଷରେ ଚାକିରି ମଧ୍ୟ କଲେ। ପ୍ରଦୀପ ଯେତେବେଳେ ଯୁକ୍ତ ଦୁଇ ପଢ଼ୁଥିଲେ ସେତେବେଳେ ତାଙ୍କ ଘର ଉପର ଦେଇ ଏକ ହେଲିକପ୍ଟର ଉଡୁଥିଲା। ସେତେବେଳେ ତାଙ୍କ ମା’କହିଥିଲେ ମୁଁ କ’ଣ ହେଲିକପ୍ଟରରେ ବସି ପାରିବ? ମାଙ୍କ ଏହି କଥା ପ୍ରଦୀପଙ୍କ ମନେ ଥିଲା। ପ୍ରଦୀପ ଚାକିରି କରିବା  ପରେ ବିବାହ କରିଥିଲେ। କିନ୍ତୁ ମା’ କହିଥିବା କଥା ଆଦୌ ଭୁଲି ନ ଥିଲେ। ମା’ଙ୍କ ୫୦ତମ ଜନ୍ମଦିନରେ ଏକ ହେଲିକପ୍ଟର ଗିଫ୍ଟ ଦେଇଛନ୍ତି। ଏହା ସହ ହେଲିକପ୍ଟରରେ ମା’ଙ୍କୁ ବସାଇ ଚାରିଆଡ଼େ ବୁଲାଇଛନ୍ତି। ପୁଅର ଏପରି ଉପହାର ଦେଖି ମା’ଙ୍କ ଆଖିରୁ ଆନନ୍ଦାଶ୍ରୁ ବହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri